ଅବକାରୀ ବିଭାଗର ଚଢ଼ାଉ ବେଳେ ଢ଼େଲାପଥର ମାଡ଼: ଭାଙ୍ଗିଲା ଗାଡ଼ି, ଡ୍ରାଇଭର ଆହତ

ଛେଣ୍ଡିପଦା,୫।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ରଥ ସାହିରେ ଶନିବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ମଦ ମାଫିଆମାନେ ଢ଼େଲାପଥର ମାଡ଼କରି ଅବକାରୀ ବିଭାଗ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଏଥିରେ ଗାଡ଼ି ଡ୍ରାଇଭର ଆହତ ହୋଇଛନ୍ତି।
ଏ ନେଇ ଅବକାରୀ ଇନ୍ସପେକ୍ଟର କରୁଣା ଶଙ୍କର ତିୱାରୀ କହିଛନ୍ତି ଯେ, ଉକ୍ତ ସାହିରେ ଚଢ଼ାଉ କରାଯାଇ ବ୍ୟାପକ ମଦ ଓ ପୋଚ ଜବତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଗ୍ରାମର ତିନି ଯୁବକଙ୍କୁ ଅଟକ ରଖା ଯାଇଛି। ତେବେ କାହିଁକି ଉକ୍ତ ତିନିଜଣ ଯୁବକଙ୍କୁ ଅଟକ ରଖାଯାଇଛି କହି ମଦ ମାଫିଆମାନେ ଅତର୍କିତ ଭାବେ ଢେଲାପଥର ମାଢ଼ କରିଥିଲେ। ଏଥିରେ ଗାଡ଼ିକାଚ ଭାଙ୍ଗି ଜଣେ ଡ୍ରାଇଭର ଆହତ ହୋଇଥିବା ସେ କହିଛନ୍ତି।