Categories: ଜାତୀୟ

ଅଫଜଲ ଗୁରୁଙ୍କୁ କରାଯାଇଥିଲା ବଳିର ଛେଳି: ସୋନୀ ରାଜଦାନ୍‌

ମୁମ୍ବାଇ,୨୧।୧: ଆତଙ୍କବାଦୀଙ୍କ ସହିତ ଡିଏସ୍‌ପି ଦାବିନ୍ଦର ସିଂଙ୍କ ସମ୍ପର୍କ ପ୍ରସଙ୍ଗରେ ବଲିଉଡ୍‌ର ପୂର୍ବତନ ଅଭିନେତ୍ରୀ ସୋନୀ ରାଜଦାନଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋନୀ କହିଛନ୍ତି ଯେ, ପାର୍ଲାମେଣ୍ଟ ଆକ୍ରମଣର ମାଷ୍ଟର ମାଇଣ୍ଡ୍‌ ଅଫଜଲ ଗୁରୁଙ୍କୁ ବଳିର ଛେଳି କରାଯାଇଥିଲା। ବିଚାରରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପରେ ତାଙ୍କୁ ଫାଶୀ ଦିଆଯାଇଥିଲା। ତେବେ ଏବେ ପ୍ରକୃତ ଦୋଷୀ କିଏ ତାହା ଜଣା ପଡ଼ିଛି। କିନ୍ତୁ ଆଉ ଆଫଜଲଙ୍କୁ ଜୀବନ୍ତ କରାଯାଇ ପାରିବ ନାହିଁ। ଏହି ମାମଲାରେ ଦାବିନ୍ଦର ହେଉଛନ୍ତି ପ୍ରକୃତ ଦୋଷୀ ବୋଲି ସୋନୀ ଟୁଇଟ୍‌ କରିଛନ୍ତି।

Share