ଅପରାଧ ଯୋଜନା ପଣ୍ଡ: କାର ଛାଡି ଜଙ୍ଗଲକୁ ଦୌଡି ପଳାଇଲେ ଦୁର୍ବୃତ୍ତ

ଦାରିଙ୍ଗବାଡି,୨।୭(ଡି.ଏନ.ଏ.)- କନ୍ଧମାଳ ଜିଲାରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଛି। ବାଲିଗୁଡା ଠାରୁ ଦାରିଙ୍ଗବାଡି, ବାଡାବାଙ୍ଗା, ସିଆଙ୍ଗବାଲି ଦେଇ ଗଞ୍ଜାମକୁ ବ୍ୟାପକ ଗଞ୍ଜେଇ ଚୋରାଚାଲାଣ ହେଉଛି। ସେହିପରି ଦାରିଙ୍ଗବାଡିକୁ ଦୈନିକ ଶହଶହ ପର୍ଯ୍ୟଟକ ଆସୁଥିବାରୁ ଏହି ଅଞ୍ଚଳ ଏବେ ଅପରାଧୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି ା ଏଭଳି ଏକ ଘଟଣା ସୋମବାର ବିଳମ୍ବିତ ରାତିରେ ଘଟିଛି ା ଅପରାଧୀମାନେ ଏକ କାରରେ ବାଲିଗୁଡା ଭାୟା ବୁଡାଗୁଡା ଦେଇ ଦାରିଙ୍ଗବାଡି ଅଭିମୁଖେ ଯାଉଥିବା ପୋଲିସ ପାଟ୍ରୋଲିଂ ଟିମ୍‌କୁ ସୂଚନା ମିଳିଥିଲା। ଦାରିଙ୍ଗବାଡି ଆଇଆଇସି ଅଲେଖ ଗରଡିଆ ଏକାଧିକ ଟିମ୍‌ ଗଠନକରି ସିମନବାଡି ସମେତ ଦାରିଙ୍ଗବାଡି ଆଦି ଅଞ୍ଚଳରେ ରାତି ପ୍ରାୟ ସାଢେ୧୦ଟାରେ ଯାନବାହନ ଯାଞ୍ଚ କରୁଥିଲେ। ଏଏସ୍‌ଆଇ ଆର. ଭିମୋରାଓ ରେଡ୍ଡୀ ସିମନବାଡିଠାରେ ଯାଞ୍ଚ କରୁଥିବାବେଳେ ଏକ କାର (ନଂ.ଓଡି-୩୩ପି-୦୦୨୧)କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ମାତ୍ରା କାର୍‌ଟି ନ ଅଟକି ଦ୍ରୁତ ଗତିରେ ରାଇକିଆ ଅଭିମୁଖେ ପଳାଇଥିଲା। ପୋଲିସ ପିଛା କରି ବାଡାବାଙ୍ଗା ପଞ୍ଚାୟତ ସିକକେତା ପର୍ଯ୍ୟନ୍ତ ଯାଇଥିଲା। ତେବେ କାରଟି ରାଇକିଆ ନଯାଇ ଡାଡାକେତାଦେଇ ସିକନବାଡି ଅଞ୍ଚଳଆଡେ ପଳାଇଥିଲା। ପୋଲିସ ଓ ଦୁର୍ବୃତ୍ତ ଗୋଡାଗୋଡି ବେଳେ ଉଭୟ ଗାଡି ମଧ୍ୟରେ ଏକାଧିକ ଥର ଧକ୍କା ହୋଇଥିଲା। ସେପଟେ ରାସ୍ତା ଶେଷ ହୋଇଯାଇଥିବାରୁ କାରଟି ଆଗକୁ ଯାଇପାରି ନ ଥିଲା ା ଶେଷରେ ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତମାନେ କାର ଛାଡି ଜଙ୍ଗଲକୁ ଦୌଡି ପଳାଇଥିଲେ। ଆଇଆଇସି ଗରଡିଆ ପହଞ୍ଚତ୍ କାରଟିକୁ ଜବତ କରି ଥାନାକୁ ଆଣି ତଦନ୍ତ କରୁଥିବା କହିଛନ୍ତି ା ଘଟଣାଟିକୁ ଜିଲା ଓ ସ୍ଥାନୀୟ ପୋଲିସ ଗୁରୁତର ସହ ନେଇଛି। ତଦନ୍ତରେ ବାଧା ସୃଷ୍ଟିହେବା ଆଶଙ୍କାରେ ଗଣମାଧ୍ୟମକୁ ଅଧିକ ସୂଚନା ଦେବାକୁ ପୋଲିସ ମନା କରିଥିଲା। ତେବେ ଏହି ଘଟଣାରେ କେତେଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଥିବା ଆଲୋଚନା ହେଉଛି। ମାତ୍ର ଏହାକୁ ଆଇଆଇସି ଗରଡିଆ ଖଣ୍ଡନ କରିଛନ୍ତି। କାର କାହାର ସେନେଇ ତଦନ୍ତ ଚାଲିଛି, କାର ନମ୍ବରଟି ନକଲି ଓ ଏହା ଏକ ସ୍କୋର୍ପିଓ ନମ୍ବର ବୋଲି ଜଣାପଡିଛି। ଅଧିକ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ସେ କହିଛନ୍ତି। କାର ଭିତରେ ଚୁଡି, ଆଇବ୍ରୋ ଆଦି ପଡିଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ଏଏସ୍‌ଆଇ ରେଡ୍ଡୀ ଥାନାରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri