ଅନ୍‌ଲାଇନ ବାଇବେଲ୍‌ କ୍ଲାସ୍‌ରେ ଚାଲିଲା ଅଶ୍ଳୀଳ ଭିଡିଓ

ସାନ୍‌ ଫ୍ରାନ୍ସିସ୍କୋ,୧୭।୫: ସାରା ବିଶ୍ୱରେ ସମ୍ପ୍ରତି ଲୋକପ୍ରିୟତା ସାଉଣ୍ଟୁଥିବା ଭିଡିଓ କନ୍‌ଫରେନ୍ସିଂ ଆପ୍‌ ‘ଜୁମ୍‌’ ବିରୋଧରେ ମକଦ୍ଦମା ରୁଜୁ କରିଛି ଆମେରିକା କାଲିଫର୍ନିଆର ଏକ ଚର୍ଚ୍ଚ। କାରଣ ଜୁମ୍‌ ଆପ୍‌ ଜରିଆରେ ଅନ୍‌ଲାଇନ ବାଇବେଲ୍‌ ଅଧ୍ୟୟନ କ୍ଲାସ୍‌ ଚାଲିଥିବାବେଳେ ହଠାତ୍‌ ଦେଖିବାକୁ ମିଳିଥିଲା ଅଶ୍ଳୀଳ ଭିଡିଓ। ଜଣେ ହ୍ୟାକର ଏଭଳି କାଣ୍ଡ ଘଟାଇଥିଲେ। ଫଳରେ ବାଇବେଲ୍‌ ଅଧ୍ୟୟନ କରୁଥିବା ବ୍ୟକ୍ତିମାନେ ଚକିତ ହୋଇଯିବା ସହ ଅସହଜ ମନେ କରିଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ ଥିଲେ।
ପ୍ରମୁଖ ଗଣମାଧ୍ୟମ ସଂସ୍ଥା ସିଏନ୍‌ଏନ୍‌ ଅନୁଯାୟୀ, ସାନ୍‌ ଫ୍ରାନ୍ସିସ୍କୋର ଅନ୍ୟତମ ପୁରାତନ ଚର୍ଚ୍ଚ ସେଣ୍ଟ୍‌ ପାଉଲ୍ସ ଲୁଥେରାନ ଚର୍ଚ୍ଚ ଗତ ୬ ତାରିଖରେ ଏକ ବାଇବେଲ୍‌ ଅଧ୍ୟୟନ କ୍ଲାସ୍‌ ଆୟୋଜନ କରିଥିଲା। ହ୍ୟାକର ଜଣକ ସେହି ଅନ୍‌ଲାଇନ କ୍ଲାସ୍‌ରେ ଅନୁପ୍ରବେଶ କରି ଅଶ୍ଳୀଳ ଭିଡିଓ ଚଳାଇଥିଲେ। ଅଧ୍ୟୟନ କ୍ଲାସ୍‌ର ଅଂଶଗ୍ରହଣକାରୀଙ୍କ ପାଇଁ କଣ୍ଟ୍ରୋଲ ବଟନ ଅକ୍ଷମ ହୋଇଯାଇଥିଲା। ସେମାନେ ଉକ୍ତ ସେସନ୍‌କୁ ବନ୍ଦ କରି ପୁଣି ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ହ୍ୟାକର ଜଣକ ଅଶ୍ଲୀଳ ଭିଡିଓ ଦ୍ୱାରା ପୁଣି ଆକ୍ରମଣ କରିଥିଲେ।
ମକଦ୍ଦମାରେ ଚର୍ଚ୍ଚ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ଭିଡିଓ ଫୁଟେଜ୍‌ ଅତ୍ୟନ୍ତ ଘୃଣ୍ୟ ଥିଲା। ସେଥିରେ ବୟସ୍କମାନେ ପରସ୍ପର ସହ ଯୌନ ସମ୍ପର୍କ ରଖିବା ସହ ପିଲାମାନେ ଯୌନ ଶୋଷଣର ଶିକାର ହେବାର ଦୃଶ୍ୟ ଥିଲା। ହ୍ୟାକର ଜଣକ ଜଣାଶୁଣା ଅପରାଧୀ ବୋଲି ଜୁମ୍‌ ପକ୍ଷରୁ ସ୍ବୀକାର କରାଯାଇଥିବା ଏବଂ ତାଙ୍କ ବିରୋଧରେ ପ୍ରଶାସନ ନିକଟରେ ଏକାଧିକ ଥର ରିପୋର୍ଟ କରାଯାଇଥିବା ମକଦ୍ଦମାରେ ଦର୍ଶାଯାଇଛି। ହେଲେ ଏହି ବିଷୟକୁ ଗମ୍ଭୀର ଭାବେ ନେବାକୁ ଜୁମ୍‌ ମନା କରିବା ପରେ ମାମଲା ରୁଜୁ କରାଯାଇଥିବା ଚର୍ଚ୍ଚର ଅନ୍ୟତମ ଓକିଲ ମାର୍କ ମଲୁମ୍ଫି ସିଏନ୍‌ଏନ୍‌କୁ କହିଛନ୍ତି।
ଜୁମ୍‌ର ଜଣେ ମୁଖପାତ୍ର ଗଣମାଧ୍ୟମ ସଂସ୍ଥା ବିବିସିକୁ ଏକ ବିବୃତି ଦେଇ ଘଟଣାକୁ ଭୟଙ୍କର ବୋଲି କହିଛନ୍ତି। ପ୍ରଭାବିତ ବ୍ୟକ୍ତିମାନଙ୍କ ପ୍ରତି ଆମର ସହୃଦୟତା ଅଛି। ସେହିଦିନ ହିଁ ଆମେ ଘଟଣା ବିଷୟରେ ଜାଣିବା ପରେ ଅପରାଧୀଙ୍କୁ ଚିହ୍ନଟ କରିଥିଲୁ। ତାଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ପଦକ୍ଷେପ ନେବା ସହ କାର୍ଯ୍ୟାନୁଷ୍ଠାନ ଲାଗି ଉପଯୁକ୍ତ ଅଧିକାରୀଙ୍କ ନିକଟରେ ରିପୋର୍ଟ କରିଥିଲୁ ବୋଲି ଜୁମ୍‌ ମୁଖପାତ୍ର କହିଛନ୍ତି।
କରୋନା ଭାଇରସ୍‌ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଦେଶରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ବିଭିନ୍ନ ପର୍ଯ୍ୟାୟରେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ କୋଟି କୋଟି ଲୋକ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଏଭଳିସ୍ଥଳେ ଘରେ ରହି ଅଫିସ୍‌ ଓ ବାଣିଜି୍ୟକ କାର୍ଯ୍ୟ ନିମନ୍ତେ ଭିଡିଓ ଚାଟିଂ ବେଶ୍‌ ଜରୁରୀ ହୋଇପଡ଼ିଛି। ଏହି ଆବଶ୍ୟକତାକୁ ଅନେକାଂଶରେ ପୂରଣ କରିପାରୁଛି ଜୁମ୍‌ ଆପ୍‌। ଫଳରେ ତାହାର ଲୋକପ୍ରିୟତା ବଢ଼ିଛି। ଏଥିରେ ଏକା ସଙ୍ଗେରେ ୧୦୦ଜଣ ଲୋକ ୪୦ ମିନିଟ୍‌ ଯାଏ ପରସ୍ପରକୁ ଦେଖିପାରୁଛନ୍ତି ଏବଂ କଥା ହୋଇପାରୁଛନ୍ତି। ହେଲେ ବ୍ୟବହାରକାରୀଙ୍କ ଗୋପନୀୟତା ଏବଂ ନିରାପତ୍ତା ସମ୍ବନ୍ଧରେ ଜୁମ୍‌ ଆପ୍‌ କ୍ରମାଗତ ଭାବେ ଟାର୍ଗେଟ ହୋଇଆସୁଛି। ବ୍ୟବହାରକାରୀଙ୍କ ଡାଟା ସୁରକ୍ଷିତ ନ ଥିବା ନେଇ ବହୁ ପୂର୍ବରୁ ଅଭିଯୋଗ ହେବା ସହ କେତେକ ମାମଲା ମଧ୍ୟ ରୁଜୁ ହୋଇଛି। ସାଇବର ଅପରାଧୀମାନେ ଏହି ଆପ୍‌କୁ ନିଜର ଅସ୍ତ୍ର ଭାବେ ବ୍ୟବହାର କରି ଅନ୍ୟକୁ ହଇରାଣ କରିବା ସହ ବିପଦରେ ପକାଇପାରିବେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ। ସେହିପରି ଭାରତରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜୁମ୍‌ ଆପ୍‌ ଏକ ସୁରକ୍ଷିତ ପ୍ଲାଟଫର୍ମ ନୁହେଁ ବୋଲି ଏପ୍ରିଲରେ ଚେତାଇ ଦିଆଯାଇଥିଲା। ତଥାପି ଯେଉଁମାନେ ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସୁରକ୍ଷା ସମ୍ପର୍କିତ ଗାଇଡଲାଇନ୍‌ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri