ଅନ୍‌ଲାଇନରେ ବିକ୍ରି ହେବ କୃଷିଜାତ ଦ୍ରବ୍ୟ

ଭୁବନେଶ୍ୱର,୨୧।୪(ବ୍ୟୁରୋ)- କୃଷି ଭିତ୍ତିକ ଦ୍ରବ୍ୟ ଲକ୍‌ଡାଉନ ସମୟରେ ଯେପରି ବଜାରରେ ପହଞ୍ଚି ପାରିବ, ସେଥିପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି କ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ଅନ୍‌ଲାଇନ କୃଷିଜାତ ଦ୍ରବ୍ୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ୱେବସାଇଟ୍‌ର ନାଁ ହେଉଛି, http://odihort.nic.in/।
ବିଶେଷ କରି ଉଦ୍ୟାନଭିତ୍ତିକ ଫସଲ ଯଥା, ଫଳ, ପନିପରିବା,ଫୁଲ,ମସଲାକୁ ଗୁରୁତ୍ୱ ଦିଆଯାଉଛି। ଏହି ଦ୍ରବ୍ୟଗୁଡିକ ନିର୍ଦ୍ଦିଷ୍ଟ ସମୟରେ ନଷ୍ଟ ହୋଇ ଥାଆନ୍ତି। ତେଣୁ ଅନ୍‌ଲାଇନରେ ଯେପରି ଶୀଘ୍ର ବିକ୍ରି ହୋଇପାରିବ, ସେଥିପ୍ରତି ଧ୍ୟାନ ଦିଆଯାଉଛି। ଏହି ୱେବସାଇଟ୍‌ ଜରିଆରେ ୩୦ ଜିଲାର ଉଦ୍ୟାନ ଅଧିକାରୀମାନେ ତାଙ୍କ ଜିଲାର ବଳକା ଉତ୍ପାଦନ ଦ୍ରବ୍ୟ ବିଷୟରେ ଉଲ୍ଲେଖ କରିବେ। ଏହାକୁ ଆୟୁଧ କରି ଇଚ୍ଛୁକ ବ୍ୟବସାୟୀମାନେ ସେମାନଙ୍କୁ ଯୋଗାଯୋଗ କରି ଦ୍ରବ୍ୟ କ୍ରୟ କରିବେ। ଏହା ଦ୍ୱାରା ସେମାନେ ଚାଷୀମାନଙ୍କ ସହ ମଧ୍ୟ ସିଧାସଳଖ ଯୋଗାଯୋଗ ରକ୍ଷା କରିପାରିବେ। ଶୁଭାରମ୍ଭ କରାଯିବାର କେଇ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୫୦୦ ଚାଷୀ ଏଥିରେ ନିଜକୁ ପଞ୍ଜୀକୃତ କରିଥିବା ଜଣାପଡିଛି। ସେହିପରି ବ୍ୟବସାୟୀମାନଙ୍କ ଅବଗତି ନିମନ୍ତେ ରାଜ୍ୟର ଚାଷୀମାନଙ୍କ ପାଖରେ ବଳକା ଥିବା ଉଦ୍ୟାନ ଭିତ୍ତିକ ଉତ୍ପାଦିତ ଦ୍ରବ୍ୟ ସମ୍ପର୍କରେ ଏସ୍‌ଏମ୍‌ଏସ୍‌ ଜରିଆରେ ଅବଗତ କରାଯିବ। ଏହି ୱେବ୍‌ସାଇଟ୍‌ ଉଦ୍‌ଘାଟନ ବେଳେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ସୁରେଶ ବଶିଷ୍ଠ, ଉଦ୍ୟାନ ନିର୍ଦ୍ଦେଶକ ମୁଥୁକୁମାରଙ୍କ ସମେତ ଅନ୍ୟ ଅଧିକାରୀ ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri