ଅନ୍ଧାରରେ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ

ସଜନାଗଡ଼, ୧୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ୧୯ନଂ. ରାଜ୍ୟ ରାଜପଥ ସଜନାଗଡ଼ ପଞ୍ଚାୟତ ରାସ୍ତା ପାର୍ଶ୍ୱରେ ଥିବା ୩୩ କେଭି ବିଦ୍ୟୁତ୍‌ଖୁଣ୍ଟକୁ ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ଗୁରୁବାର ଅପରାହ୍ନ ୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବିଦ୍ୟୁତ୍‌ଖୁଣ୍ଟ ରାସ୍ତା ଉପରେ ପଡ଼ିଥିବା ବେଳେ ଧକ୍କା ଦେଇଥିବା ଗାଡି ଚମ୍ପଟ ମାରିଥିଲା। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସଙ୍ଗେ ସଙ୍ଗେ ସଂଯୋଗ କଟାଯିବା ସହ ଜରୁରିକାଳୀନ ଭିତ୍ତିରେ ମରାମତି ଆରମ୍ଭ ହୋଇଛି। ବିଦ୍ୟୁତ୍‌କାଟ ଯୋଗୁ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଅନ୍ଧାରରେ ରହିଛି।