ଅନ୍ଧାରରେ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଭବିଷ୍ୟତ ବର୍ତ୍ତମାନ ଅନ୍ଧାରକୁ ଠେଲି ହୋଇଯାଇଛି। ମହାବିଦ୍ୟାଳୟର ୩୮୦ ଛାତ୍ରୀଛାତ୍ର ବର୍ତ୍ତମାନ ରାଜରାସ୍ତାରେ। ସୁରକ୍ଷା ଦୃଷ୍ଟିରୁ କଳିଙ୍ଗ ଷ୍ଟାଡ଼ିୟମ ପରିସରରୁ ଏହି ଶିକ୍ଷାନୁଷ୍ଠାନକୁ ହଟାଇ ଦିଆଯିବା ପରେ ପ୍ରତିବାଦ ଦେଖାଦେଇଛି। ସୋମବାର ଅଭିଭାବକ ମହାସଂଘ ଓ ଛାତ୍ରୀଛାତ୍ରମାନେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଶାସନ ସଚିବଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ, ପାହାଳ ନିକଟସ୍ଥ ଜୋହଳରେ ଥିବା ଆପେକ୍ସ ଇଞ୍ଜିନିୟରିଂ କଲେଜକୁ ଏହି ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତର କରାଯାଇଛି। ଅନୁଷ୍ଠାନର ପାଖାପାଖି ୮୦% ସରଞ୍ଜାମ ଆପେକ୍ସ କଲେଜକୁ ସ୍ଥାନାନ୍ତରିତ ହୋଇସାରିଛି। ବାର୍ଷିକ ୭୦ ଲକ୍ଷ ଟଙ୍କା ଭଡ଼ା ସୂତ୍ରରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଆଜିକୁ ୩ ମାସ ହେଲା ଏଠାରେ ଅଧ୍ୟୟନରତ ୩୮୦ ଛାତ୍ରୀଛାତ୍ର ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କ୍ଲାସ କରିପାରୁ ନାହାନ୍ତି ଓ ଏକ ସନ୍ଦିହାନୀ ଅବସ୍ଥାରେ ଅଛନ୍ତି। କାରଣ ଯେଉଁ ଆପେକ୍ସ କଲେଜରେ ଏହି ଶିକ୍ଷାନୁଷ୍ଠାନ ଚାଲିବ ବୋଲି ନିଷ୍ପତ୍ତି ହୋଇଛି, ସେଠାରେ ଆବଶ୍ୟକୀୟ ଗୃହ, ଖେଳ ପଡ଼ିଆ ଓ ଆନୁସଙ୍ଗିକ ଭିତ୍ତିଭୂମି ନାହିଁ। ଅନ୍ୟପଟେ ଅଭିଭାବକମାନେ ଏହି ପରିପ୍ରେକ୍ଷୀରେ ନିଜ ପିଲାମାନଙ୍କ ଭବିଷ୍ୟତକୁ ନେଇ ବେଶ୍‌ ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ଯଥାଶୀଘ୍ର ଏହାର ସମାଧାନ କରି ଆସନ୍ତା ୭ଦିନ ମଧ୍ୟରେ କୌଣସି ଲଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି। ସେ କହିଛନ୍ତି, ବିଭାଗୀୟ ସଚିବ ବିଶାଳ ଦେବଙ୍କ ମନୋମୁଖୀ ଓ ଦାୟିତ୍ୱହୀନ ନିଷ୍ପତ୍ତି ଯୋଗୁ ଆଜି ଏହି ଅନୁଷ୍ଠାନରେ ସଙ୍ଗିନ ପରିସ୍ଥିତ ସୃଷ୍ଟି ହୋଇଛି। ବିନା କୌଣସି ସରକାରୀ ଚୁକ୍ତିନାମାରେ ଏତେ ବଡ଼ ନିଷ୍ପତ୍ତି କିପରି ହେଲା। କିଏ ଏବଂ କେଉଁ ନ୍ୟସ୍ତସ୍ବାର୍ଥରେ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ଏଠାରୁ ସ୍ଥାନାନ୍ତର କଲା। ସରକାରଙ୍କ ତହବିଲ୍‌ରୁ ଏତେ ପରିମାଣର ଅର୍ଥ କାହିଁକି ଅଯଥାରେ ଖର୍ଚ୍ଚ କରିବାର ନିଷ୍ପତ୍ତି ନିଆଗଲା। ଯଦି ସରକାର ହକି ପାଇଁ ୩ ମାସ ମଧ୍ୟରେ ସବୁ ଭିତ୍ତିଭୂମି ଯୋଗାଇ ପାରୁଛନ୍ତି, ତେବେ ପିଲାଙ୍କୁ ମୂଳ ଶାରୀରିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସହାୟକ ହେଉଥିବା ଏହି ଅନୁଷ୍ଠାନକୁ କାହିଁକି ଅଣଦେଖା କରୁଛନ୍ତି ବୋଲି ଅଭିଭାବକ ମହାସଂଘ ପ୍ରଶ୍ନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri