ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ‘ମୁଁ ବି ସକ୍ଷମ’

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ୨ ଦିନିଆ ଚଳଚ୍ଚିତ୍ର ଉତ୍ସବ ଏବଂ ଫଟୋଚିତ୍ର ପ୍ରଦର୍ଶନୀ ସୋମବାରଠାରୁ ଆରମ୍ଭ ହୋଇଛି। ବିଭାଗୀୟ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କ ଦ୍ୱାରା ଉଦ୍‌ଘାଟିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ଦିବ୍ୟାଙ୍ଗଙ୍କ ଦକ୍ଷତା, ପ୍ରତିଭା, ସେମାନଙ୍କ ସୁରକ୍ଷା ଓ ସାମାଜିକ ପ୍ରତିବଦ୍ଧତା ଇତ୍ୟାଦି ପ୍ରସଙ୍ଗ ଉପରେ ଆଧାରିତ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଚଳଚ୍ଚିତ୍ର ଓ ବୃତ୍ତଚିତ୍ର ଏହି ଉତ୍ସବରେ ସ୍ଥାନିତ ହୋଇଛି। ଭାରତର ବିଭିନ୍ନ ଅଞ୍ଚଳର ଚଳଚ୍ଚିତ୍ର ନିର୍ଦ୍ଦେଶକମାନଙ୍କ ଦ୍ୱାରା ଏହି ଚଳଚ୍ଚିତ୍ରଗୁଡ଼ିକ ପ୍ରସ୍ତୁତ କରାଯାଇଥିବାବେଳେ ଏହାମଧ୍ୟରେ ୭ ଫିଚର୍‌ ଫିଲ୍ମ ରହିଛି। ‘ଆଇ ଆମ୍‌ ଏବୁଲ୍‌’, ‘ସାମର୍ଥ୍ୟ’, ‘ସ୍ବାଭିମାନ’, ‘ମୁଁ ବି ସକ୍ଷମ’, ‘ଉର୍ବଶୀ’, ‘ଆଟିଚ୍ୟୁଡ୍‌’, ‘ଅଟୋବାଲା’, ‘ଡିଫ୍‌ ଆଣ୍ଡ୍‌ ଡମ୍ବ’, ‘ଡୁ ବିଫୋର ୟୁ ଡାଇ’, ‘ଲଭ୍‌ ସଟସ୍‌’, ‘ଲେଟ୍‌ ଅସ୍‌ ବାଇସାଇକେଲ୍‌ ଟୁଗେଦର’, ‘ୱାନ୍‌ ଫିଟ୍‌’, ‘ଓଡ଼ିଶାସ୍‌ ଇନର ଆଇ’, ‘ଷ୍ଟାଣ୍ଡ ଫର୍‌ ରେସ୍ମେକ୍ସ’ ଏବଂ ‘ହ୍ବାଟ୍‌ ଆଇ ଫିଲ୍‌’ ଭଳି ଏକାଧିକ ନିଆରା ଏବଂ ଭିନ୍ନସ୍ବାଦର ଚଳଚ୍ଚିତ୍ରରେ ଦିବ୍ୟାଙ୍ଗମାନଙ୍କ ଅନୁଭବ, ସାଧନା, ଭାବପ୍ରବଣ ଜୀବନଧାରା ଓ ପାରସ୍ପରିକ ସମ୍ପର୍କ ପ୍ରତିଫଳିତ ହୋଇଛି। ‘ଅକ୍ଷମ ନୁହେଁ, ମୁଁ ବି ସକ୍ଷମ’ ପ୍ରତି ଫିଲ୍ମରେ ଏହି ବାର୍ତ୍ତା ରହିଥିଲା। କାର୍ଯ୍ୟକ୍ରମରେ ୨୦ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଏବଂ ସ୍ବେଚ୍ଛାସେବୀମାନେ ଯୋଗଦେଇ ଚଳଚ୍ଚିତ୍ର ଦେଖିବାର ଅବସର ପାଇଥିଲେ। ଏହି ଅବସରରେ ଦିବ୍ୟାଙ୍ଗଙ୍କ ସୁରକ୍ଷା, ଆତ୍ମନିର୍ଭରତା, କୃତିତ୍ୱ ଇତ୍ୟାଦି ଉପରେ ପର୍ଯ୍ୟବସିତ ଫଟୋଚିତ୍ରକୁ ନେଇ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି। ଶ୍ରେଷ୍ଠ ବିବେଚିତ ୩ ଫଟୋକୁ ମଙ୍ଗଳବାର କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ପୁରସ୍କୃତ କରାଯିବ। ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri