ଅନ୍ତର୍ଜାତୀୟ ବ୍ରାଉନ୍‌ସୁଗାର କାରବାର: ରାଜାଙ୍କ ୨ ସହଯୋଗୀ ବାଲେଶ୍ୱରରୁ ଗିରଫ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ଅନ୍ତର୍ଜାତୀୟ ନିଶା ମାଫିଆ ତଥା ବ୍ରାଉନସୁଗାର କାରବାରର ମାଷ୍ଟରମାଇଣ୍ଡ୍‌ ସେକ୍‌ ରାଜାଙ୍କ ଦୁଇ ସହଯୋଗୀ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ରବିବାର ରାତିରେ ବାଲେଶ୍ୱରରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି। ସେମାନେ ହେଲେ ମସ୍‌ଜିଦ୍‌ ଗଳିରେ ରହୁଥିବା ବ୍ରାଉନସୁଗାର ଡିଲର ବସନ୍ତ ବେହେରା(୩୦) ଓରଫ ହାଫ୍‌ ପ୍ୟାଣ୍ଟ ବାବୁ ଏବଂ ସୁନହଟର ନୀଳାଦ୍ରି ଦାଶ(୨୬) ଓରଫ ନିଲ୍‌। ସେମାନଙ୍କ ନିକଟରୁ ଦୁଇଟି ଗୁଳି, ଗୋଟିଏ ବାଇକ, ୩ ମୋବାଇଲ ଫୋନ୍‌ ଓ ୧୩୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଦଫା ୨୧(ବି)ଏନ୍‌ଡିପିଏସ୍‌ ଓ ୨୫, ୨୭ ଆମର୍‌ସ ଆକ୍ଟରେ ମାମଲା (ନଂ.୧୨/୧୯) ରୁଜୁ କରି ଏସ୍‌ଟିଏଫ୍‌ ସେମାନଙ୍କୁ ଖୋର୍ଦ୍ଧା ଜିଲା ଦୌରାଜଜ୍‌ କୋର୍ଟରେ ହାଜର କରିଥିଲା। ଜାମିନ ନ ମିଳିବାରୁ ଉଭୟଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି।
ପୂର୍ବରୁ ଗିରଫ ହୋଇଥିବା ସେକ୍‌ ରାଜା ବାଂଲାଦେଶରୁ ଜଳପଥରେ ବ୍ରାଉନସୁଗାର ଆଣି ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରୁଥିଲେ। ତାଙ୍କର ନିଶା ସାମ୍ରାଜ୍ୟ ନେପାଳ, ଭୁଟାନ ଆଦି ପଡୋଶୀ ଦେଶକୁ ବ୍ୟାପିଥିଲା। ମାଛଧରା ଟ୍ରଲର ଓ ବୋଟ୍‌ ସହାୟତାରେ ବାଂଲାଦେଶରୁ ବ୍ରାଉନସୁଗାର ବାଲେଶ୍ୱରରେ ପହଞ୍ଚତ୍ବା ପରେ ଡିଲର ଓ ଏଜେଣ୍ଟଙ୍କ ସହାୟତାରେ ଅନ୍ୟ ଅଞ୍ଚଳକୁ ପଠାଯାଉଥିଲା। ସେପ୍ଟେମ୍ବର ୧୫ରେ ରାଜାଙ୍କୁ ଗିରଫ କରାଯିବା ସହ ତାଙ୍କଠାରୁ ବନ୍ଧୁକ, ଗୁଳି ଓ ବିପୁଳ ବ୍ରାଉନସୁଗାର ମିଳିଥିଲା। ରିମାଣ୍ଡରେ ଆସିଥିବାବେଳେ ନିଶା ସାମ୍ରାଜ୍ୟର ବହୁ ଗୁମର ଖୋଲିଥିଲେ ରାଜା। ଏହାପରେ ବ୍ରାଉନସୁଗାର ଆଣିବାରେ ବ୍ୟବହୃତ ଟ୍ରଲର, ନେପାଳରେ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ସହ ବହୁ କୋଟିର ସମ୍ପତ୍ତି ଠାବ କରିଥିଲା ଏସ୍‌ଟିଏଫ୍‌। ଇତିମଧ୍ୟରେ ତାଙ୍କର ବହୁ ସହଯୋଗୀ ଓ ଲିଙ୍କ୍‌ରେ ଥିବା ବେପାରୀମାନେ ଗିରଫ ହୋଇଛନ୍ତି। ସେହିଭଳି ବାଲେଶ୍ୱରରେ ବ୍ରାଉନସୁଗାର କାରବାର ଚଳାଉଥିବା ବସନ୍ତ ଓ ନିଳାଦ୍ରିଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ବହୁଦିନ ହେବ ଯୋଜନା କରିଥିଲା। ବାଲେଶ୍ୱରରେ ବ୍ରାଉନସୁଗାର ପହଞ୍ଚତ୍ବା ପରେ ଏହି ଦୁଇଜଣ କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ସମେତ ରାଜ୍ୟର ଅନ୍ୟ ଅଞ୍ଚଳକୁ ପଠାଉଥିଲେ। ତାଙ୍କୁ ରିମାଣ୍ଡରେ ଆଣି ଏସ୍‌ଟିଏଫ୍‌ ଏହି କଳା ସାମ୍ରାଜ୍ୟ ଆହୁରି ନୂଆ ତଥ୍ୟ ହାସଲ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri