ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ନିଶା ନିବାରଣ, ପରିବେଶ ସୁରକ୍ଷା ନେଇ ସଚେତନତା ରାଲି

କର୍ଲାମୁଣ୍ଡା,୨।୧୦(ଡି.ଏନ.ଏ.) – କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜିବ ଗାନ୍ଧୀ ସେବାକେନ୍ଦ୍ରଠାରେ ମଙ୍ଗଳବାର ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ନାଗରୀକମାନେ ପରିବେଶ ସୁରକ୍ଷା ଓ ନିଶା ନିବାରଣ ଉପରେ ସଚେତନତା ସୃଷ୍ଟି ପାଇଁ ବ୍ଲକ ସଦର ରୁଗୁଡିପଡାଠାରୁ ଶିଶୁ ମନ୍ଦିର ଛକ ଯାଏଁ ବିଭିନ୍ନ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ। ପରେ ରାଜିବ ଗାନ୍ଧୀ ସେବାକେନ୍ଦ୍ରଠାରେ ପଞ୍ଚାୟତ ସମିତି କର୍ଲାମୁଣ୍ଡା ପକ୍ଷରୁ ଆୟୋଜିତ ସଭାରେ କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା, ବ୍ଲକ ଅଧ୍ୟକ୍ଷା ଅମ୍ରିତା ସାହୁ, କର୍ଲାମୁଣ୍ଡା ଏସବିଆଇ ଶାଖା ପରିଚାଳକ ପାରସନାଥ ପାଣିଗ୍ରହୀ, ମୋବାଇଲ ହେଲଥ୍‌ ୟୁନିଟର ଡାକ୍ତର ଧର୍ମରାଜ ସିଂ, ଜିଲା ପରିଷଦ ସଭ୍ୟା ପୁଷ୍ପକାନ୍ତି କୁମାର, ବିଏସଇଓ ସଶ୍ମିତା ପଟେଲ ପ୍ରମୁଖ ଯୋଗଦେଇ ଏହି ଦିବସର ତାପର୍ତ୍ୟ ସହିତ ବରିଷ୍ଠ ନାଗରିକମାନଙ୍କ ପ୍ରତି ନିଜ ନିଜର ଦାୟିତ୍ୱ କର୍ତ୍ତବ୍ୟ କ’ଣ ରହିବା ଉଚିତ ସେ ବିଷୟରେ ଆଲୋଚନା କରିଥିଲେ। ବରିଷ୍ଠ ନାଗରିକ ମଧ୍ୟରୁ ଉପେନ୍ଦ୍ର ସାହୁ, ଲେଖମଣି ସାହୁ, ମୁରଲୀ ରଣା, ଶିବଭକ୍ତ ସାହୁ, କାଶିନାଥ ସାହୁ, ହୃଷୀକେଶ ଚୌଧୁରୀ, କମ୍ଭୁ ରଣା, ଋଷଭ ନାଏକ ପ୍ରମୁଖଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା। ଏଥିରେ ବରିଷ୍ଠ ନାଗରିକ ଗୋବିନ୍ଦ ସାହୁ, କାମଦେବ ଭୋଇ, ରୁଦ୍ରପ୍ରସାଦ ଭୋଇ, ମୋହନଲାଲ ରଣା, ବାବା ଭଗବାନ ଦାସ, ଦିଲୀପ ରଣା, ଦୟାନିଧି ସାହୁ, ପଣ୍ଡିତ ପଧାନ, ଦଶରଥ ସାହୁ, ବୈକୁଣ୍ଠ ରଣା, ଭାଗିରଥି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବ୍ଲକର ବିଭିନ୍ନ ଗଁାର ୮୩ ଜଣ ନୂତନ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା।