ଅନୁରାଗଙ୍କ ଫିଲ୍ମ ‘ଲୁଡୋ’ରେ ଅଭିଷେକ, ରିଲିଜ ହେଲା ପ୍ରଥମ ପୋଷ୍ଟର

ବମ୍ବେ: ‘ଜଗ୍ଗା ଜାସୁସ’ ପରେ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ ଅନୁରାଗ ବାସୁ। ଅଭିନେତା ଅଭିଷେକ ବଚ୍ଚନ, ରାଜକୁମାର ରାଓ ଏଥିରେ ପ୍ରମୁଖ ଭୂମିକାରେ ନଜର ଆସିବେ। ଏଥିରେ ନାୟିକା ସାଜିବେ ଦଙ୍ଗଲ ଅଭିନେତ୍ରୀ ଫାତିମା ସନା। ଫିଲ୍ମଟିର ନାଁ ‘ଲୁଡୋ’ ରଖାଯିବା ଫାଇନାଲ ହୋଇଛି। ଅନ୍ୟାନ୍ୟ ଭୂମିକାରେ ସାନ୍ୟା ମଲହୋତ୍ରା, ଆଦିତ୍ୟ ରୟ କପୁର, ପଙ୍କଜ ତ୍ରିପାଠୀ, ରୋହିତ ସରାଫ ପ୍ରମୁଖ ନଜର ଆସିବେ। ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ ୨୪ରେ ପରଦାକୁ ଆସିବ। ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟରରେ ଏହି ସୂଚନା ଦେଇଛନ୍ତି।

୨୦୨୮ରେ ଅଭିଷେକ ଫିଲ୍ମ ‘ମନ୍‌ମର୍ଜିୟା’ରେ ନଜର ଆସିଥିଲେ। ଫିଲ୍ମରେ ତାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରାଯାଇଥିଲା। ବିକ୍କି କୌଶଲ ଏବଂ ତାପସୀ ପନ୍ନୁ ମଧ୍ୟ ଫିଲ୍ମରେ କାମ କରିଥିଲେ। ହାତରେ ଥିବା ଫିଲ୍ମ ବିଷୟରେ କଥା ହେଲେ, ଅଭିଷେକ ଏବେ ଫିଲ୍ମ ‘ବବ୍‌ ବିଶ୍ୱାସ’ରେ କାମ କରୁଛନ୍ତି। ସେହିଭଳି ରାଜକୁମାର ରାଓ ‘ଶିମ୍‌ଲା ମିର୍ଚ୍ଚ, ‘ଛଲାଙ୍ଗ’ ଆଦିରେ କାମ କରୁଛନ୍ତି।

Share