ଅନୁପ୍ରବେଶକାରୀଙ୍କୁ ସହଯୋଗ ଦେଇଛନ୍ତି ରାଜନେତା: ହଇରାଣ ହୋଇପାରନ୍ତି ମୂଳବାସିନ୍ଦା

ଭୁବନେଶ୍ୱର,୨୦-୯(ବ୍ୟୁରୋ):ଭାରତରେ ରହୁଥିବା ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରି ବିଦା କରାଯିବ। ଏଥିଲାଗି ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି) ସାରା ଦେଶରେ ଲାଗୁ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବୁଧବାର ସୂଚନା ଦେଇଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ଏହି ନିୟମ ଆସାମରେ ଲାଗୁ କରି ସାରିଛନ୍ତି। ଆସାମର ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ସେଥିରେ ୧୯ଲକ୍ଷ ୬ ହଜାର ୬୫୭ଜଣଙ୍କ ନାମ ନ ଥିଲା। ଏପରି କି ଉକ୍ତ ତାଲିକାରେ ସେନାରେ କାର୍ଯ୍ୟ କରୁଥିବା ବିମଳ ଚୌଧୁରୀଙ୍କ ନାମ ମଧ୍ୟ ବାଦ୍‌ ପଡିଥିଲା। ଅର୍ଥାତ୍‌ ଆବଶ୍ୟକ ଦସ୍ତାବିଜ୍‌ ଦେଖାଇ ନ ପାରିଲେ ମୂଳ ବାସିନ୍ଦାଙ୍କୁ ମଧ୍ୟ ହଇରାଣ ହେବାକୁ ପଡ଼ିଛି। ଶାହଙ୍କ ନୂଆ ସୂଚନା ଅନୁସାରେ ଆସାମ ପରେ ଯଦି ଓଡିଶାରେ ଏନ୍‌ଆରସି ଲାଗୁ କରିବା ପାଇଁ ସ୍ଥିର କରାଯାଏ ତେବେ କ’ଣ ସବୁ ସ୍ଥିତି ସୃଷ୍ଟି ହେବ ସେନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଲାଣି।
ମିଳିଥିବା ସୂଚନା ମୁତାବକ ଓଡ଼ିଶାରେ ଲକ୍ଷ ଲକ୍ଷ ଅନୁପ୍ରବେଶକାରୀ ରହୁଛନ୍ତି। ଆଉ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଡୁଥିବା ଦସ୍ତାବିଜ୍‌ ମଧ୍ୟ ଏହି ଅନୁପ୍ରବେଶକାରୀମାନେ ଏକପ୍ରକାର ପ୍ରସ୍ତୁତ କରି ସାରିଥିବା ଜଣାପ଼ଡିଛି। ଏପରି କି ଏହି ଅନୁପ୍ରବେଶକାରୀଙ୍କୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ନିଜର ଭୋଟବ୍ୟାଙ୍କ ଭାବି ସେମାନଙ୍କ ଭୋଟର କାର୍ଡ କରାଇଦେବା ସହ ସେମାନଙ୍କୁ ସ୍ଥାନୀୟ ବାସିନ୍ଦା ଭାବେ ସ୍ଥାନ ଦେଇଛନ୍ତି। ଯାହାଦ୍ୱାରା ସେମାନେ ସରକାରଙ୍କ ବହୁ ଯୋଜନାର ଫାଇଦା ପାଇ ଆସୁଛନ୍ତି। ଅନ୍ୟପଟେ ଯଦି ଦେଖାଯାଏ ଏନ୍‌ଆରସି ପାଇଁ ଆବଶ୍ୟକ ଦସ୍ତାବିଜ ଅନୁପ୍ରବେଶକାରୀ ଉପସ୍ଥାପିତ କରି ନ ପାରନ୍ତି ତେବେ ବହୁ ଭାରତୀୟ ମଧ୍ୟ ଏହା ଦେଖାଇବାରେ ଅକ୍ଷମ ହେବେ। ସାଧାରଣତଃ ୧୯୭୧ ପୂର୍ବରୁ ଜମିଜମା ଦସ୍ତାବିଜର ପ୍ରମାଣ ପତ୍ର ଦେଖିବାକୁ ଗଲେ ଅଧିକାଂଶ ଲୋକଙ୍କ ନିକଟରେ ରହୁନାହିଁ। ପୁରାତନ ଜମିପଟ୍ଟା ରାଜସ୍ବ ବନ୍ଦୋବସ୍ତ ଯୋଗୁ ବଦଳୁଥିବାରୁ ତାହା ମଧ୍ୟ ଦେଖାଇ ହେବନାହିଁ। ସେହିପରି ନିକଟରେ ହୋଇଥିବା ଫନୀ ଏବଂ ପୂର୍ବରୁ ହୋଇଥିବା ବନ୍ୟା, ବାତ୍ୟା ଫଳରେ ବହୁ ଗ୍ରାମାଞ୍ଚଳର ଲୋକ ସେମାନଙ୍କ ଦଲିଲ୍‌ ହଜାଇ ଦେଇଛନ୍ତି। ତେଣୁ ଏହି ଗ୍ରାମବାସୀ ନିଜ ଜାତୀୟତାର ପ୍ରମାଣ ଦେବା ପାଇଁ ହଇରାଣ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ମହାକାଳପଡା ବ୍ଲକ ବତୀଘର ପଞ୍ଚାୟତର କଜଳପାତିଆ ଗ୍ରାମର ପ୍ରଫୁଲ୍ଲ ମଣ୍ଡଳ କହିଛନ୍ତି, ପାକିସ୍ତାନରୁ ତାଙ୍କ ବାପା ଆସିଥିଲେ। ୧୯୮୫ରୁ ୧୯୯୦ ମଧ୍ୟରେ ସେ ଓଡ଼ିଶା ଆସିଛନ୍ତି। ଏହାପରେ ସେ ଭୋଟର କାର୍ଡ ପାଇଥିଲେ। ଏପରି କି ସରକାରୀ ଯୋଜନା ତଥା ରାଶନ କାର୍ଡରେ ଚାଉଳ, କିରୋସିନ ସାଙ୍ଗକୁ ଭତ୍ତା ମଧ୍ୟ ନେଉଥିଲେ। ମାତ୍ର କିଛିଦିନ ହେବ ତାଙ୍କ ଭୋଟର କାର୍ଡ କାଟି ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଯଦି ରାଜ୍ୟରେ ଏନ୍‌ଆରସି ଲାଗୁ କରାଯାଏ ତେବେ ସେମାନେ କ’ଣ କରିବେ ନିଷ୍ପତ୍ତି ନେଇ ନ ଥିବା କହିଛନ୍ତି। ସେହିପରି କଜଳପାତିଆ ଗ୍ରାମର ନରେଶ ମଣ୍ଡଳ ମଧ୍ୟ ସମାନ କଥା କହିଛନ୍ତି। ସେ ପୂର୍ବରୁ ଭୋଟର କାର୍ଡ ପାଇଥିବା ବେଳେ ଏବେ ତାକୁ କାଟି ଦିଆଯାଇଛି। ସେହିପରି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଭାସ୍କର ବେରା କହିଛନ୍ତି, ୬୫ ବର୍ଷ ତଳେ ତାଙ୍କ ବାପା ଭାଗଚାଷୀ ଭାବେ ଓଡିଶାକୁ ଆସିଥିଲେ। ଏଠାରେ ସେ ଜମିବାଡି କିଣି ସ୍ଥାୟୀ ବାସିନ୍ଦା ହୋଇସାରିଛନ୍ତି। ଏଠାରେ ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭ କରି ସାଧାରଣ ନିର୍ବାଚନରେ ମଧ୍ୟ ଭୋଟ ଦେଇଛନ୍ତି। ସରକାରଙ୍କ ସବୁ ଯୋଜନାର ସୁବିଧା ପାଉଛନ୍ତି। ତେଣୁ ଯଦି ରାଜ୍ୟରେ ଏନ୍‌ଆରସି ଲାଗୁ କରାଯାଏ ତେବେ କିଛି ଫରକ ପଡିବ ନାହିଁ ବୋଲି ଭାସ୍କର କହିଛନ୍ତି।
ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି, ଏନ୍‌ଆରସି ଲାଗୁ ହେଲେ ବିଦେଶୀ ଅନପ୍ରବେଶୀ ଯେଉଁମାନେ ରାଜ୍ୟରେ ରହିଛନ୍ତି ସେମାନେ ଧରାପଡ଼ିଯିବେ। ପୋଲିସ ଏଥିପାଇଁ ସହଯୋଗ ଯୋଗାଇ ଦେବାକୁ ଏକପ୍ରକାର ଚେଷ୍ଟା ଚଳାଇଛି। ସେ ଏସ୍‌ଆର୍‌ସି ଥିବାବେଳେ କେନ୍ଦ୍ରାପଡ଼ା ଜିଲାର ଦୁଇଜଣ ବରିଷ୍ଠ ନେତା ସେତେବେଳେ ସେହି ବିଦେଶୀଙ୍କୁ ଭୋଟର କାର୍ଡ କରାଇବା ସହିତ ରାଜ୍ୟ ସରକାରଙ୍କ ପାଣ୍ଠିରୁ ସେମାନଙ୍କୁ ଟଙ୍କା ଦେଇଥିଲେ। ସେମାନଙ୍କୁ ଏହି ରାଜନେତାମାନେ ହିଁ ପ୍ରଶ୍ରୟ ଦେଇଛନ୍ତି। ଏବେ ଯଦି ଏନ୍‌ଆର୍‌ସି ରାଜ୍ୟରେ ଲାଗୁ କରାଯାଏ ତେବେ ସେହିଭଳି ଅନୁପ୍ରବେଶକାରୀଙ୍କ ସହିତ କେତେଜଣ ଭଲ ଲୋକ ଯେଉଁମାନେ କାଗଜ ଠିକ୍‌ ରଖିନାହାନ୍ତି ସେମାନେ ମଧ୍ୟ ହଇରାଣ ହୋଇଯିବେ ବୋଲି ସହଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri