ଅନୁପଙ୍କ ପୁତୁରା, ଭାଇ ସମେତ ୩ଜଣଙ୍କୁ ନୋଟିସ

ଭୁବନେଶ୍ୱର,(ବ୍ୟୁରୋ)/ ବ୍ରଜରାଜନଗର, ୧୮।୨ (ଡି.ଏନ.ଏ.): ଛତିଶଗଡର ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲରେ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ସେଠାକାର ପୋଲିସ। ଏହି ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଗାଡି ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ ପରେ ପ୍ରମାଣ ଯୋଗାଡରେ ଲାଗି ପଡିଛି ଛତିଶଗଡ଼ ପୋଲିସ। କଳ୍ପନା ଏବଂ ତାଙ୍କ ଝିଅଙ୍କୁ ହତ୍ୟା କରିବାରେ କେଉଁ ଗାଡ଼ି ବ୍ୟବହାର ହୋଇଥିଲା, ତାହାକୁ ନେଇ ତଦନ୍ତ ଚାଲିଛି। ସୋମବାର ଛତିଶଗଡ଼ ପୋଲିସର ୪ ଜଣିଆ ଟିମ୍‌ ବ୍ରଜରାଜନଗର ଏବଂ ୩ ଜଣିଆ ଟିମ୍‌ ଭୁବନେଶ୍ୱର ଆସି ଖୋଳତାଡ଼ କରୁଛି। ତଦନ୍ତକାରୀ ଟିମ୍‌ ଅନୁପ ସାଏଙ୍କ କକା ପୁଅ ଭାଇ ନୃପଲାଲ ସାଏ, ପୁତୁରା ସଂଗ୍ରାମ ସାଏ ଓ ମୃତା କଳ୍ପନାଙ୍କ ଭାଉଜ ରୀନା ଦାଶଙ୍କୁ ପୋଲିସ ନୋଟିସ ଦେଇଛି। ସେମାନେ ମଙ୍ଗଳବାର ଛତିଶଗଡ଼ର ଚକ୍ରଧରନଗର ଥାନାରେ ହାଜିର ହେବା ପାଇଁ କୁହାଯାଇଛି। ତଦନ୍ତକାରୀ ଟିମ୍‌ ସୋମବାର ସକାଳେ ବଡ଼ଯୋବସ୍ଥିତ ଅନୁପଙ୍କ କାକାପୁଅ ଭାଇ ନୃପଲାଲ ସାଏଙ୍କ ଘରକୁ ଯାଇ ନୋଟିସ ଦେଇଥିଲା। ପରେ ବଘରାଚକା ଯାଇ ଅନୁପଙ୍କ ପୁତୁରା ସଂଗ୍ରାମ ସାଏଙ୍କ ଉଦ୍ଦେଶ୍ୟରେ ନୋଟିସ ଦେଇଥିଲା। ସଂଗ୍ରାମଙ୍କୁ ବୋଲେରୋ ଓ ଇନୋଭା ଗାଡି ସହିତ ଚକ୍ରଧରନଗର ଥାନାରେ ମଙ୍ଗଳବାର ହାଜିର ହେବା ପାଇଁ କୁହାଯାଇଛି। ସେଠାରୁ ତଦନ୍ତକାରୀ ଟିମ୍‌ କଳ୍ପନାଙ୍କ ଭାଉଜ ରୀନା ଦାଶଙ୍କ ବାସଭବନକୁ ଯାଇ ଥାନାରେ ହାଜର ପାଇଁ ନୋଟିସ ଦେଇଥିଲା। ତେବେ ସେ ଏକୁଟିଆ ରହୁଥିବାରୁ ଏତେଦୂର କିପରି ଯିବେ ବୋଲି କହିଥିଲେ। ତେଣୁ ମହିଳା ପୋଲିସ ସହିତ ଚକ୍ରଧରନଗର ଯିବା ପାଇଁ ଛତିଶଗଡ ପୋଲିସ ରୀନାଙ୍କୁ ପରାମର୍ଶ ଦେଇଥିଲା। ନୋଟିସ ଦେବା ପଛରେ ଛତିଶଗଡ ପୋଲିସର କ’ଣ ଉଦ୍ଦେଶ୍ୟ ରହିଛି ତାହା ଜଣାପଡ଼ିନାହିଁ।

ବ୍ୟାଙ୍କ୍‌ ଆକାଉଣ୍ଟରୁ ମିଳିପାରେ ଅଧିକ ତଥ୍ୟ
ବ୍ରଜରାଜନଗରକୁ ଆସିଥିବା ୪ଜଣିଆ ଟିମ୍‌ ମଧ୍ୟରୁ ୨ ଜଣ ଅନୁପଙ୍କ ଘରକୁ ଯାଇ ତାଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛନ୍ତି । ଅନ୍ୟ ୨ଜଣ ଅନୁପଙ୍କ ବ୍ୟାଙ୍କ ଜମା ଓ ଆର୍ଥିକ କାରବାର ସମ୍ପର୍କରେ ଖୋଳତାଡ କରିଛନ୍ତି। ବିଶେଷ କରି ବ୍ରଜରାଜନଗରରେ ଥିବା ଏସ୍‌ବିଆଇ ଆକାଉଣ୍ଟ ଏବଂ ଏମ୍‌ସିଏଲ୍‌ ପରିସରେ ଥିବା ଷ୍ଟେଟ୍‌ ବ୍ୟାଙ୍କ୍‌ ଆକାଉଣ୍ଟ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ବେଳେ ଛତିଶଗଡ଼ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ହତ୍ୟା ପୂର୍ବରୁ ସେ କେଉଁମାନଙ୍କୁ ଟଙ୍କା ଦେଇଛନ୍ତି ଏବଂ କାହାଠାରୁ ସେ ଟଙ୍କା ଆଣିଛନ୍ତି। ଏପରି କି କଳ୍ପନାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଥିଲା କି ନାହିଁ। ଯଦି ଥିଲା, ତେବେ ତାଙ୍କ ଆକାଉଣ୍ଟକୁ ଅନୁପ କେତେ ଟଙ୍କା ପଠାଇଛନ୍ତି। ଏସବୁ ଦିଗକୁ ନେଇ ତଦନ୍ତ କରାଯାଉଛି।
ସ୍କାନରରେ ବ୍ୟବସାୟିକ ପାର୍ଟନର
ଛତିଶଗଡ଼ ପୋଲିସ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନଙ୍କୁ ଗିରଫ କରିବା ପରେ ସିନ୍‌ କ୍ରିଏଟ୍‌ କରିବା ପାଇଁ ହତ୍ୟାସ୍ଥଳକୁ ନେଇଥିଲା। ସେଠାରେ ପୋଲିସକୁ ବର୍ଦ୍ଧନ ଏକ ବିସ୍ଫୋରକ ତଥ୍ୟ ଦେଇଥିଲେ। ତାଙ୍କ କହିବାନୁଯାୟୀ, ବୋଲେରୋରେ ଅନୁପ, କଳ୍ପନା ଏବଂ ତାଙ୍କ ଝିଅ ଥିଲେ। ବର୍ଦ୍ଧନ, ଅନୁପ ଲୁହାରଡ଼ରେ କଳ୍ପନା ଓ ଝିଅ ବବ୍‌ଲିଙ୍କୁ ହତ୍ୟା କରିଥିବା ବେଳେ ନିକଟରେ ଏକ ଇନୋଭା ଗାଡ଼ି ପୂର୍ବରୁ ସେଠାରେ ରହିଥିଲା। ହେଲେ ଏହି ଇନୋଭା ଗାଡିକୁ କିଏ ଚଲାଉଥିଲା ଏବଂ ଏଥିରେ କେଉଁମାନେ ଥିଲେ ସେନେଇ ବର୍ଦ୍ଧନ ପୋଲିସକୁ ଲୁଚାଉଛି। ତେଣୁ ପୋଲିସ ସ୍କାନରରେ ଅନୁପ ବ୍ୟବସାୟିକ ପାର୍ଟନର ରହିଛନ୍ତି। ପ୍ରମାଣ ମିଳିଲେ ତାଙ୍କୁ ଗିରଫ କରାଯିବ ବୋଲି ରାୟଗଡ଼ ଏସ୍‌ପି ସନ୍ତୋଷ ସିଂ କହିଛନ୍ତି।
୨୦୧୪ ନିର୍ବାଚନ ସତ୍ୟପାଠରେ ଅନୁପଙ୍କ ୨ ଗାଡ଼ି
୨୦୧୪ ସାଧାରଣ ନିର୍ବାଚନରେ ଅନୁପ ଦେଇଥିବା ସତ୍ୟପାଠରେ ତାଙ୍କର ଦୁଇଟି ଗାଡ଼ିଥିବା ଦର୍ଶାଇଥିଲେ। ସେଥିରୁ ଗୋଟିଏ ବୋଲେରୋ, ଅନ୍ୟଟି ଇନୋଭା। ଏପରିକି ଗୋଟିଏ ଗାଡ଼ି ଗୁଜରାଟ ନେବା ପାଇଁ ଅନୁପ ସ୍ଥାନୀୟ ଆରଟିଓରେ ଆବେଦନ କରିଥିଲେ। ପରବର୍ତ୍ତୀ ସମୟରେ ଆରଟିଓଙ୍କ ପକ୍ଷରୁ ଅନୁମତି ମିଳିଥିଲେ ମଧ୍ୟ ସେ ଗାଡିକୁ ସେଠାକୁ ନେଇ ନ ଥିଲେ।
ସୁନ୍ଦରପଦା ଫ୍ଲାଟ୍‌, ସ୍କୁଲରେ ତଦନ୍ତ
ଏହି ଡବଲ ମର୍ଡର ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱରକୁ ଛତିଶଗଡ଼ର ଏକ ୩ଜଣିଆ ଟିମ୍‌ ସୋମବାର ଅପରାହ୍ନରେ ଭୁବନେଶ୍ୱରକୁ ଆସିଛନ୍ତି। ଅନୁପ ପୂର୍ବରୁ ରହୁଥିବା ସୁନ୍ଦରପଦାସ୍ଥିତ ଫ୍ଲାଟକୁ ଏହି ଟିମ୍‌ ଯାଇଥିଲେ। ଅନୁପ ଉକ୍ତ ଫ୍ଲାଟକୁ ଜଣଙ୍କୁ ବିକ୍ରି କରି ଦେଇଥିଲେ। ସେ ପୁଣି ଆଉ ଜଣକୁ ବିକ୍ରି କରିଥିଲେ। ତଦନ୍ତକାରୀ ଟିମ୍‌ ଉକ୍ତ ଘରେ ରହୁଥିବା ଲୋକ ଏବଂ ପଡୋଶୀମାନଙ୍କୁ ପଚରାଉଚରା କରିଛି। ଘର କିଣିବା ସମୟରେ ଘରେ ଅନୁପ କିମ୍ବା କଳ୍ପନାଙ୍କର କିଛି ସାମଗ୍ରୀ ରହିଯାଇଥିଲା କି ତାହା ପଚରାଉଚରା କରିଛି। ଏଥିସହ କଳ୍ପନାଙ୍କ ଝିଅ ବବ୍‌ଲି ପଢ଼ୁଥିବା ସ୍କୁଲକୁ ମଧ୍ୟ ଛତିଶଗଡ଼ ପୋଲିସ ଯାଇଥିବା ଜଣାପଡ଼ିଛି। ପୋଲିସ ସ୍କୁଲ ରେକର୍ଡରୁ ଗତ ୫ ବର୍ଷର ତଥ୍ୟ ଖୋଜିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅନୁପଙ୍କ ଭୁବନେଶ୍ୱରରେ ୩ଟି ବ୍ୟାଙ୍କ୍‌ ଆକାଉଣ୍ଟ ରହିଥିବା ଜଣାପଡିଛି। ଉକ୍ତ ଆକାଉଣ୍ଟଗୁଡ଼ିକ ସମ୍ପର୍କରେ ମଧ୍ୟ ପୋଲିସ ଖୋଳତାଡ଼ କରୁଛି।
ଗିରଫଦାରିକୁ ସହଯୋଗୀଙ୍କ ଖଣ୍ଡନ
ଅନୁପଙ୍କ ସହଯୋଗୀ କୁହାଯାଉଥିବା ରମେଶ ଗେନେରିଓ୍ବାଲଙ୍କୁ ଏହି ହତ୍ୟା ମାମଲାରେ ଛତିଶଗଡ଼ ପୋଲିସ ଗିରଫ କରିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଗିରଫଦାରିକୁ ଖଣ୍ଡନ କରିଛନ୍ତି ଗେନେରିଓ୍ବାଲ। ମୁଁ ଘରେ ଅଛି। ମୋତେ ବଦନାମ କରା ନ ଯାଉ ବୋଲି ସେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି।
ଅନୁପଙ୍କ ଟ୍ରାଭେଲ ସମ୍ପର୍କରେ ହେବ ଖୋଳତାଡ଼
ଅନୁପଙ୍କ ଟ୍ରାଭେଲ ସମ୍ପର୍କରେ ଖୋଳତାଡ଼ କରିବ ଛତିଶଗଡ଼ ପୋଲିସ। ସେ ୬ ବର୍ଷ ଭିତରେ କେଉଁଆଡେ ଯାଇଛନ୍ତି ଏବଂ କାହା କାହା ସହିତ ଯାଇଛନ୍ତି ତାହା ଯାଞ୍ଚ ହେବ ବୋଲି କହିଛନ୍ତି ରାୟଗଡ଼ ଏସ୍‌ପି ସନ୍ତୋଷ ସିଂ। ଏପରି କି ହତ୍ୟାକାଣ୍ଡ ପରେ ସେ ରାଜ୍ୟ ବାହାରକୁ ଯାଇଛନ୍ତି କି ନାହିଁ ତାହା ଖୋଳତାଡ଼ ହେବ। ବିଶେଷ କରି ଏହି ହତ୍ୟାକାଣ୍ଡରେ ଅନୁପଙ୍କର କେଉଁ ସହଯୋଗୀ ସାମିଲ ଅଛନ୍ତି ତାହା ଜାଣିବା ପାଇଁ ପୋଲିସ ଏହି ଖୋଳତାଡ଼କୁ ଗୁରୁତ୍ୱ ଦେଉଛି।
ଉଭୟଙ୍କୁ ଏକା ସଙ୍ଗରେ ରିମାଣ୍ଡରେ ଆଣିବ ପୋଲିସ
ଉଭୟ ଅଭିଯୁକ୍ତ ଅନୁପ ଓ ବର୍ଦ୍ଧନଙ୍କ କଥା ବାର୍ତ୍ତାରେ ତାଳମେଳ ନ ଥିବାରୁ ଛତିଶଗଡ଼ ପୋଲିସ ମଙ୍ଗଳବାର ସେମାନଙ୍କୁ ଏକାବେଳେ ରିମାଣ୍ଡରେ ଆଣିବ। ଏନେଇ ସ୍ଥାନୀୟ କୋର୍ଟ ଅନୁମତି ଦେଇଥିବା କହିଛନ୍ତି ରାୟଗଡ଼ ଏସ୍‌ପି ସନ୍ତୋଷ। ରିମାଣ୍ଡରେ ଅଣାଯିିବା ପରେ ପ୍ରଥମେ ଅଲଗା ଅଲଗା କରି ପଚରାଉଚରା କରାଯିବ। ଏହାପରେ ଉଭୟଙ୍କୁ ମୁହଁାମୁହିଁ ଜେରା କରାଯିବ।
ବର୍ଦ୍ଧନଙ୍କ ହେବ ନାର୍‌କୋ ଟେଷ୍ଟ
ମା’ଝିଅଙ୍କୁ ଅନୁପ ଓ ବର୍ଦ୍ଧନ ହତ୍ୟା କରିଥିବା ଛତିଶଗଡ଼ ପୋଲିସ ନିକଟରେ ଏକାଧିକ ପ୍ରମାଣ ରହିଛି। ତଥାପି ହତ୍ୟାରେ ବ୍ୟବହୃତ ଲୁହାରଡ ଏବଂ ବୋଲେରୋ ଗାଡି ଜବତ ହୋଇନାହିଁ, ଯାହାକୁ ଖୋଜିବା ପୋଲିସ ପାଇଁ ନିହାତି ଆବଶ୍ୟକ। ବର୍ଦ୍ଧନ ବିଭିନ୍ନ ସମୟରେ ମିଛ କହୁଥିବାରୁ ତାଙ୍କର ନାର୍‌କୋ ଟେଷ୍ଟ କରାଯିବ ବୋଲି କହିଛନ୍ତି ରାୟଗଡ଼ ଏସ୍‌ପି ସନ୍ତୋଷ। ବର୍ଦ୍ଧନ ରାଜି ନ ହେଲେ ଏହି ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରାଯିବ।
ଉଭୟ ଦେଖାଇବେ ଡେମୋ
କିଭଳି ମା’ଝଅଙ୍କୁ ଲୁହାରଡ଼ରେ ବାଡେଇ ହତ୍ୟା କଲେ ଓ ମୃତଦେହ ଉପରେ ବୋଲେରୋ ଚଢାଇଲେ ତାହାର ଡେମୋ ଦେଖାଇବେ ଅନୁପ ଏବଂ ବର୍ଦ୍ଧନ। ମଙ୍ଗଳବାର ସେମାନଙ୍କୁ ରିମାଣ୍ଡରେ ଅଣାଯିବା ପରେ ଘଟଣାସ୍ଥଳକୁ ନିଆଯିବ। ସେଠାରେ ସେମାନେ ହତ୍ୟାକାଣ୍ଡର ଡେମୋ ଦେଖାଇବେ। ତାହାର ଭିଡିଓଗ୍ରାଫିକୁ କୋର୍ଟରେ ଦିଆଯିବ ବୋଲି ଏସ୍‌ପି କହିଛନ୍ତି।
ଅଡୁଆରେ ସମ୍ପର୍କୀୟ
ଏହି ହାଇପ୍ରୋଫାଇଲ ଡବଲ ମର୍ଡର ମାମଲାରେ ଛତିଶଗଡ଼ ପୋଲିସର ତଦନ୍ତ ଯେତିକି ଆଗଉଛି ସେତିକି ନୂଆ ତଥ୍ୟ ବାହାରିବାରେ ଲାଗିଛି। ଅଭିଯୁକ୍ତ ବର୍ଦ୍ଧନ ରବିବାର ଛତିଶଗଡ଼ ପୋଲିସକୁ ଡେମୋ ଦେଖାଇବାବେଳେ ଇନୋଭା ଗାଡ଼ି ବ୍ୟବହାର କରାଯାଇଥିଲା। ତେଣୁ ଏହି ହତ୍ୟାକାଣ୍ଡରେ ଇନୋଭା ଗାଡ଼ି ବ୍ୟବହାର ହୋଇଥିବା ଜଣାପଡ଼ିଛି। ତେବେ ସେହି ଇନୋଭାଟି କାହାର ତାହା ଏକ ପ୍ରଶ୍ନ ହୋଇରହିଛି। ଏଭଳିସ୍ଥଳେ ଅନୁପଙ୍କ ନିଜ ମାଲିକାନାରେ ଥିବା କଫି ରଙ୍ଗର ଇନୋଭାଟି ହତ୍ୟାକାଣ୍ଡରେ ବ୍ୟବହାର ହୋଇ ନାହିଁ ତ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି। ଅନ୍ୟପକ୍ଷରେ ଅନୁପଙ୍କ ନିକଟ ସମ୍ପର୍କୀୟମାନେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। କାରଣ ୪ବର୍ଷ ତଳର ଘଟଣା କାହାର ମନେନାହିଁ । ବହୁ ସମୟରେ ଅନୁପ ତାଙ୍କ ସମ୍ପର୍କୀୟମାନଙ୍କୁ ଗାଡ଼ି ମାଗି ବ୍ୟବହାର କରିଥାନ୍ତି। ଯେଉଁ ସମ୍ପର୍କୀୟମାନଙ୍କ ଇନୋଭା କି ବୋଲେରୋ ଅଛି ସେମାନେ ଛତିଶଗଡ ପୋଲିସର ତଦନ୍ତ ପରିସରକୁ ଆସିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ବରଗଡ଼ରେ ବିଗୁଡୁଛି ଆଇନ ଶୃଙ୍ଖଳା: ତାତିଲା ଓକିଲ ସଂଘ,ଏସ୍‌ପିଙ୍କ ବଦଳି ଦାବିରେ…

ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌ ହେଉଛି। ବିଚ୍‌ରାସ୍ତା ଉପରେ ଜନଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟୁଛି। ଏଭଳି…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri