Categories: ଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ସୁପ୍ରିମ୍‌କୋର୍ଟରେ ଆବେଦନ କଲା ନ୍ୟାସନାଲ୍‌ କନଫରେନ୍ସ୍‌

ନୂଆଦିଲ୍ଲୀ,୧୦।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ଫାରୁକ୍‌ ଅବଦୁଲାଙ୍କ ନ୍ୟାସନାଲ୍‌ କନଫରେନ୍ସ୍‌ ସୁପ୍ରିମ୍‌କୋର୍ଟରେ ଆବେଦନ କରିଛି। ଦଳପକ୍ଷରୁ ଅକବର ଲୋନ୍‌ ଏନେଇ ଏକ ଆବେଦନ କରିଛନ୍ତି। ଏଠାକାର ବିଚ୍ଛିନ୍ନତାବାଦୀ ନେତା ଅବଦୁଲ୍‌ ଗନି ଲୋନ୍‌ଙ୍କର ପୁଅ ହେଉଛନ୍ତି ଅକବର। ସେ ଆବେଦନରେ ଦର୍ଶାଇଛନ୍ତି ଯେ, ଜମ୍ମୁ-କଶ୍ମୀରର ବିଭାଜନ ଅଣ-ସାମ୍ବିଧାନିକ। ଏହା ଦ୍ୱାରା ଗଣତାନ୍ତ୍ରିକ ପଦ୍ଧତିର ଉଲ୍ଲଂଘନ ହୋଇଥିବା ଦର୍ଶାଇ ସେ ଆବେଦନ କରିଛନ୍ତି।

Share