Categories: ଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଘାଟିରେ ଖୋଲିଲା ସମସ୍ତ ସ୍କୁଲ

ଶ୍ରୀନଗର,୨୧।୧୧: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦର ୧୦୮ ଦିନ ପରେ ଏବେ ଘାଟିର ସମସ୍ତ ସ୍କୁଲ ଖୋଲି ଯାଇଥିବା ଖବର ମିଳିଛି। ଏବେ କିନ୍ତୁ ପିଲାମାନେ ୟୁନିଫର୍ମ ବଦଳରେ ସାଧାରଣ ପୋଷାକରେ ସ୍କୁଲ ଯାଉଛନ୍ତି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ସରକାରଙ୍କ ପକ୍ଷରୁ ଏମିତି ବ୍ୟବସ୍ଥା ଗ୍ରହଣ କରାଯାଇଛି।  ସମସ୍ତ ହସ୍ପିଟାଲ, କୋର୍ଟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସାମାନ୍ୟ ଭାବେ ଚାଲିଥିବା କୁହାଯାଉଛି। ସୂଚନାଯାଗ୍ୟ, ଜମ୍ମୁ-କଶ୍ମୀରରେ ଗତ ଅଗଷ୍ଟରେ ଅନୁଚ୍ଛେଦ ୩୭୦ ଓ ୩୫ଏ ଉଚ୍ଛେଦ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ବନ୍ଦ ସହ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା।

Share