ଅନୁଗୋଳ ସହରରେ ପରୀକ୍ଷାମୂଳକ ସିସିଟିଭି କାର୍ଯ୍ୟ ଆରମ୍ଭ: ଥାନା ଛକ ହେବ ଜିରୋ ଟଲରେନ୍ସ ଜୋନ

ଅନୁଗୋଳ ଅଫିସ, ୧୭।୭-ଅନୁଗୋଳ ସହରକୁ ସିସିଟିଭି ନଜରରେ ରଖିବା କାର୍ଯ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ପରୀକ୍ଷା ମୂଳକ ଭାବେ ଏହା କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଏହାକୁ ଉଦ୍‌ଘାଟନ କରିବା ପରେ ସହରରେ ସିସିଟିଭି ଜରିଆରେ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ ଫୁଲ୍‌ ଦମ୍‌ରେ ଆରମ୍ଭ ହେବ ବୋଲି ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ମଙ୍ଗଳବାର ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି ଯେ, ଥାନା ଛକକୁ ଜିରୋ ଟଲରେନ୍ସ ଜୋନ୍‌ କରାଯିବା ସହ ସାଧାରଣ ଲୋକଙ୍କ ସୂଚନା ପାଇଁ ଛକରେ ଏକ ପୋଲିସ ଡିଜିଟାଲ ସୂଚନା ବୋର୍ଡ ଲାଗଯିବ। ଗାଡ଼ି ଚାଳକମାନେ ଜେବ୍ରା କ୍ରସିଂ ପାର କଲେ କଟକ ଓ ଭୁବନେଶ୍ୱରରେ ଥିବା ବ୍ୟବସ୍ଥା ଭଳି ଜରିମାନା ଗଣିବାକୁ ପଡ଼ିବ। ସହରରେ ଆଇନଶୃଙ୍ଖଳା ପରିସ୍ଥିତି ହେଉ କି ଦୁର୍ଘଟଣା, ୧୦ ମିନିଟ୍‌ ମଧ୍ୟରେ ପୋଲିସ ସେଠାରେ ପହଞ୍ଚତ୍ବ। ଏ ନେଇ ହାଇୱେ ପାଟ୍ରୋଲିଂ ଗାଡ଼ି ଓ ପିସିଆର୍‌ ଭ୍ୟାନରେ ଜିପିଆର୍‌ଏସ୍‌ ଲଗାଯିବାର ବ୍ୟବସ୍ଥା କରାଯାଇଛି। ଏହା ଲଗିବା ପରେ କଣ୍ଟ୍ରୋଲ ରୁମ୍‌ରୁ ସିଧାସଳଖ ଘଟଣାସ୍ଥଳର ନିକଟରେ ଥିବା ପୋଲିସ ଭ୍ୟାନକୁ ଖବର ଦିଆଯାଇ ପାରିବ। ଫଳରେ ପୋଲିସ ତୁରନ୍ତ ପହଞ୍ଚତ୍ ତାର କାର୍ଯ୍ୟ ଆରମ୍ଭ କରିପାରିବ। ଟ୍ରାଫିକ ବ୍ୟବସ୍ଥା ସହ ଅପରାଧୀଙ୍କ ଉପରେ ମଧ୍ୟ କ୍ୟାମେରା ଜରିଆରେ ନଜର ରଖାଯିବ। ସହରର ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ସମୂହ ଓ ଘରୋଇ ବ୍ୟକ୍ତି ଲଗାଇଥିବା କ୍ୟାମେରା ଏଥିରେ ସଂଯୋଗ କରାଯିବ। ଏ ନେଇ ଆଲୋଚନା ଶେଷ ହୋଇଛି। ସହରରେ ଏହି ଆଧୁନିକ ବ୍ୟବସ୍ଥା ପାଇଁ ଜିଲା ଖଣିଜ ପାଣ୍ଠିରୁ ୧ କୋଟି ୫୩ ଲକ୍ଷ ଟଙ୍କା ଓ ଗ୍ଲୋବାଲ କୋଲ ୱାସେରୀର ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଥାନା ଛକ, ରାଜ ହୋଟେଲ ଛକ, ହୁଲୁରିସିଂହା, ହରିମହୁରୀ, ସେଣ୍ଟ୍ରାଲ ଲଜ, ଗାନ୍ଧୀଛକ, ହେମସୁରପଡ଼ା ଓ ବଜାର ଛକରେ ୩୮ଟି କ୍ୟାମେରା ଲଗାଯାଇଛି। ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ନିକଟକୁ ଚାଲାଣ ପ୍ରେରଣ କରାଯିବ। ଫେସିଆଲ୍‌ ସପ୍ଟୱେରରେ ୫ଶହ ଅପରାଧୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସମ୍ପୃକ୍ତ ଅପରାଧୀମାନଙ୍କୁ କ୍ୟାମେରା ଚିହ୍ନଟ କରିବା ମାତ୍ରେ କଣ୍ଟ୍ରୋଲ ରୁମ୍‌ରେ ଆଲାରମ୍‌ ବାଜିବ। ଅନୁଗୋଳରେ କାର୍ଯ୍ୟ ସରିବା ପରେ ବଅଁରପାଳ ଓ ନାଲ୍‌କୋରେ ମଧ୍ୟ ସିସିଟିଭି ଖଞ୍ଜାଯିବ। ଏହାର ଲିଙ୍କ୍‌ ଜିଲା ପୋଲିସ ମୁଖ୍ୟାଳୟ ସହ ରହିବ। ପରବର୍ତ୍ତୀ ସମୟରେ ତାଳଚେର ଓ କଣିହଁାରେ ଶହେ ସିସିଟିଭି ଲଗାଯିବ। ଏହାର ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ତାଳଚେର ଅତିରିକ୍ତ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଖୋଲଯିବ। ଆସନ୍ତା ୨୦ ବର୍ଷକୁ ଲକ୍ଷ୍ୟ ରଖି ଏହି କାର୍ଯ୍ୟ କରାଯାଉଥିବା ଏସ୍‌ପି ମହାପାତ୍ର କହିଛନ୍ତି। ଅନୁଗୋଳ ସହରର ୮ ସ୍ଥାନରେ ସିସିଟିଭି ସହ ଡାକବାଜି ଯନ୍ତ୍ରର ବ୍ୟବସ୍ଥା କରାଯାଇଛି। ଏଥିରେ ଜରୁରୀ ସୂଚନା ପ୍ରଦାନ କରାଯାଇପାରିବ। ଏହି ଖବରଦାତା ସମ୍ମିଳନୀରେ ଆଡିସିନାଲ ଏସ୍‌ପି ଯଦୁନାଥ ହାଁସଦା, ତାଳଚେର ଆଡିସିନାଲ ଏସ୍‌ପି ସନ୍ତୋଷ ମିଶ୍ର, ଡିଏସ୍‌ପି ସୌରଭ ଓତା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri