ଅନୁଗୋଳ ପୋଲିସର ଜୋରଦାର ଯାଞ୍ଚ

ଅନୁଗୋଳ ଅଫିସ, ୨୬।୨ – ବର୍ଷା ପାଗ ସତ୍ତ୍ୱେ ମଙ୍ଗଳବାର ଅନୁଗୋଳ ପୋଲିସ ପକ୍ଷରୁ ସହରରେ ଜୋରଦାର ଚେକିଂ କରାଯାଇଛି। ସହର ଉପକଣ୍ଠରେ ନାକାବନ୍ଦୀ କରାଯାଇ ସମସ୍ତ ଗାଡ଼ି ଅଟକାଯାଇ ଯାଞ୍ଚ କରାଯାଇଥିଲା। ସକାଳୁ ଆରମ୍ଭ ହୋଇଥିବା ଏହି ତନଖି ଅପରାହ୍ନରେ ମଧ୍ୟ ଜାରି ରହିଥିଲା। ତେବେ ପାଗ ଏତେ ଖରାପ ସତ୍ତ୍ୱେ ହଠାତ୍‌ ଅନୁଗୋଳ ପୋଲିସ କାହିଁକି ଏପରି ଯାଞ୍ଚ କରିବାକୁ ମନ ବଳାଇଲା ତାହାକୁ ନେଇ ସାଧାରଣରେ ନାନା ଆଲୋଚନା ହେଉଛି। କାଳେ ପାଗର ଫାଇଦା ଉଠାଇ ଲୁଟେରାମାନେ କିଛି ବଡ଼ଧରଣର ଲୁଟ୍‌ପାଟ କରିଦେବେ ସେହି ଆଶଙ୍କାରେ ପୋଲିସ ଏପରି ଚେଇଁ ଉଠିଥିବା ଚର୍ଚ୍ଚା ହେଉଛି।
ସହରବାସୀଙ୍କ କହିବା ଅନୁଯାୟୀ, ଅନେକ ସମୟରେ ଦୁର୍ବୃତ୍ତମାନେ ଅନୁଗୋଳ ପୋଲିସକୁ ଚକ୍‌ମା ଦେବାର ନଜିର ରହିଛି। ଏପରି କି ସ୍ପଷ୍ଟ ଦିବାଲୋକରେ ମଧ୍ୟ ସେମାନେ ରାସ୍ତାରେ ଲୁଟପାଟ କରିବା ସହ ଘରେ ପଶି କଳାକନା ବୁଲାଇ ଦେଉଛନ୍ତି। ତେଣୁ ପାଗ କୋହଲା ଥିବାରୁ କାଳେ ଲୁଟେରାମାନେ ପୋଲିସକୁ ଚ୍ୟାଲେଞ୍ଜ ଦେବେ ସେହି ଆଶଙ୍କାରେ ସହରରେ ଏପରି ଯାଞ୍ଚ କରାଯାଇଥିଲା। ସହର ଉପକଣ୍ଠ ପଞ୍ଚମହଲା ଓ କୁରୁଡ଼ୁଲରେ ନାକାବନ୍ଦୀ କରି ପୋଲିସ ଗାଡ଼ିଗୁଡ଼ିକ ଯାଞ୍ଚ କରିଥିଲା। କାଗଜପତ୍ର ସହ ଡିକି ଓ ପରିଚୟପତ୍ର ଦେଖିଥିଲା। ଯେଉଁ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେଉଥିଲା ସେମାନଙ୍କୁ ଅଧିକ ପଚରା ଉଚରା କରୁଥିଲା। ଅପରାହ୍ନରେ ସହରର ଶୀତଲ ପ୍ଲାଜା ସମ୍ମୁଖରେ ଦୁଇଟି ଗାଡ଼ିରେ ଆସୁଥିବା ରାଜସ୍ଥାନୀ ତାୱା ବ୍ୟବସାୟୀଙ୍କୁ ତଢ଼ିବା ସହ ଥାନାକୁ ନେଇ ପଚରା ଉଚରା କରିଥିଲା। ଏ ସମ୍ପର୍କରେ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ଏହା ପୋଲିସର ନିୟମିତ ଚେକିଂ। ଯେଉଁମାନଙ୍କ ଉପରେ ସନ୍ଦେହ ସୃଷ୍ଟି ହେଉଛି ସେମାନଙ୍କୁ ପଚରା ଉଚରା କରାଯାଇ ଛାଡ଼ି ଦିଆଯାଉଛି। ଅନ୍ୟପକ୍ଷରେ ରାଜସ୍ଥାନୀ ତାୱା ବ୍ୟବସାୟୀ କହିଛନ୍ତି, ଭୁବନେଶ୍ୱରରେ ବ୍ୟବସାୟ ସାରି ଦୁଇଟି ଗାଡ଼ିରେ ୯ ଜଣ ଫେରୁଥିଲୁ। ବାଟରେ ବର୍ଷା ପାଇଁ ସୋମବାର ରାତିରେ ଅନୁଗୋଳରେ ରହିଯାଇଥିଲୁ। ରାସ୍ତା ଖର୍ଚ୍ଚ ଉଠିଯିବ ଭାବି ମଙ୍ଗଳବାର ଅପରାହ୍ନ ଯାଏ ରହି ବ୍ୟବସାୟ କରୁଥିଲୁ। କିନ୍ତୁ ଘରକୁ ବାହାରିବା ବେଳକୁ ପୋଲିସ ଥାନାରେ ଆଣି ବସାଇ ଦେଇଥିବା କଥା ବ୍ୟବସାୟୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri