ଅନୁଗୋଳରେ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ‘ଆଶା-ଦି ହୋପ୍‌’ଉଦ୍‌ଘାଟିତ : ଦିବ୍ୟାଙ୍ଗଙ୍କ ମାତା ପିତାଙ୍କ ସ୍ବପ୍ନ ସାକାର କରିବୁ: ଶାଲୁ ଜିନ୍ଦଲ

ଅନୁଗୋଳ ଅଫିସ, ୮।୧୨ – ଦିବ୍ୟାଙ୍ଗ ତଥା ସ୍ବତନ୍ତ୍ର ଭିନ୍ନକ୍ଷମ ଶିଶୁମାନଙ୍କ ଆବଶ୍ୟକତା ପୂରଣ ପାଇଁ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ‘ଆଶା-ଦି ହୋପ୍‌’ ନାମକ ଏକ ସ୍ବତନ୍ତ୍ର ଥଇଥାନ କେନ୍ଦ୍ର ଶନିବାର ଅନୁଗୋଳ ଠାରେ ଉଦ୍‌ଘାଟିତ ହୋଇଯାଇଛି। ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ, ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି, ଏସ୍‌ପି ଜଗମୋହନ ମୀନା ଏହି କେନ୍ଦ୍ରର ଉଦ୍‌ଘାଟନ କରିଥିଲେ। ଅନୁଗୋଳରେ ଜେଏସ୍‌ପିଏଲ୍‌ର ଏହି କେନ୍ଦ୍ରକୁ ନେଇ ଖୁସି ବ୍ୟକ୍ତ କରିଥିଲେ ଫାଉଣ୍ଡେଶନ୍‌ର ଅଧ୍ୟକ୍ଷା। ସେ କହିଥିଲେ, ପୂର୍ବରୁ ଏପରି କେନ୍ଦ୍ର ଛତିଶଗଡ଼ର ରାୟଗଡ଼ ଓ ଝାଡଖଣ୍ଡର ପତ୍ରାତୁ ଠାରେ ଖୋଲାଯାଇ ୪୫ ଶହରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇ ସାରିଛି। ଅନୁଗୋଳରେ ମଧ୍ୟ ଏହି ସ୍ବତନ୍ତ୍ର ଥଇଥାନ କେନ୍ଦ୍ର ସ୍ବତନ୍ତ୍ର ଭିନ୍ନକ୍ଷମ ଶିଶୁମାନଙ୍କ ଆବଶ୍ୟକତା ତଥା ଥଇଥାନ ପାଇଁ କାର୍ଯ୍ୟ କରିବ। ଦିବ୍ୟାଙ୍ଗ ଶିଶୁଙ୍କୁ ନେଇ ମାତା ପିତା ଦେଖିଥିବା ସ୍ବପ୍ନ ସାକାର କରିବ।
ଅନୁଗୋଳର ଏହି ନୂତନ କେନ୍ଦ୍ରରେ ଫିଜିଓଥେରାପି, ଅକୁପେସନାଲ ଥେରାପି, ସେନ୍ସରି ସମନ୍ବିତ ଥେରାପି, ମାନସିକ ଅନଗ୍ରସର ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷା ତଥା ବଧିର ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଅଡିଓମେଟ୍ରି ଓ ସ୍ପିଚ ଥେରାପି ଆଦି ପ୍ରଦାନ କରାଯିବ। ଏଥିସହିତ ଏହି କେନ୍ଦ୍ର ମାଧ୍ୟମରେ କୌଶଳ ବିକାଶ ଶିକ୍ଷା ଓ ବୃତ୍ତିଗତ ତାଲିମ, ସଙ୍ଗୀତ, ନୃତ୍ୟ ଓ କ୍ରୀଡା ମାଧ୍ୟମରେ ଗୋଷ୍ଠୀଗତ ଥଇଥାନ ଆଦି ପ୍ରଦାନ କରାଯିବ। ଏହି ଅବସରରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ଏପରି ସ୍ବତନ୍ତ୍ର ଭିନ୍ନକ୍ଷମ ଶିଶୁଙ୍କୁ ସଶକ୍ତୀକରଣ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ଏସ୍‌ପି ଜଗମୋହନ ମୀନା ମଧ୍ୟ ଫାଉଣ୍ଡେଶନର ଏହି ଉପକ୍ରମ ମାଧ୍ୟମରେ ସ୍ବତନ୍ତ୍ର ଭିନ୍ନକ୍ଷମ ଶିଶୁମାନଙ୍କ ମଙ୍ଗଳ ହୋଇପାରିବ ବୋଲି କହିଥିଲେ। ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଥିଲେ, ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ସମାଜର ସାମଗ୍ରିକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଆଶା-ଦି ହୋପ୍‌ ଅନୁଗୋଳ କେନ୍ଦ୍ରରେ ଜଣେ ଫିଜିଓ ଥେରାପିଷ୍ଟ, ଜଣେ ଅକୁପେସନାଲ ଥେରାପିଷ୍ଟ, ଜଣେ ସ୍ପିଚ ଥେରାପିଷ୍ଟ, ଦୁଇ ଜଣ ସ୍ବତନ୍ତ୍ର ଶିକ୍ଷାଦାତା ଓ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯିବ। ଆର୍ଥିକ ଅନଗ୍ରସର ବର୍ଗର ଶିଶୁ ମାଗଣା ସେବା ପାଇବେ ବୋଲି ଅଧ୍ୟକ୍ଷା ଜିନ୍ଦଲ ପ୍ରକାଶ କରିଥିଲେ। ଏହି ଉଦ୍‌ଘାଟନ ଉତ୍ସବ ଅବସରରେ ଜେଏସ୍‌ପିଏଲ୍‌ର ମୁଖ୍ୟ ପରିଚାଳନା ଅଧିକାରୀ ପଙ୍କଜ ଗୌତମ, ଇଭିପି ତଥା ସିଏସ୍‌ଆର୍‌ ଗ୍ରୁପ୍‌ ମୁଖ୍ୟ ପ୍ରଶାନ୍ତ ହୋତା, ଭିପି ସିଏସ୍‌ଆର୍‌ ଏସ.କେ. ଶର୍ମା, ଭିପି ତଥା ମାନବ ସମ୍ବଳ ବିଭାଗ ମୁଖ୍ୟ ଆଲୋକ ମାଲହୋତ୍ରା, ଜିଏମ୍‌ ସିଏସ୍‌ଆର୍‌ ପୁଷ୍ପା ଶତପଥୀ ଓ ଜେଏସ୍‌ପିଏଲ୍‌ର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri