ଅନିଶ୍ଚିତତା ଆଡ଼କୁ ବିଶ୍ୱ ଅର୍ଥ ବ୍ୟବସ୍ଥା

ମୁମ୍ବାଇ,୨୬।୪: କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱରେ ଉପୁଜିଥିବା ଗୁରୁତର ସ୍ବାସ୍ଥ୍ୟ ସମସ୍ୟାକୁ ସମାଧାନ କରିବା ଏବେ ପ୍ରାଥମିକତା ହୋଇଛି। ଲକ୍‌ଡାଉନ ଲାଗି ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଥିବାରୁ କୋଟି କୋଟି ଲୋକଙ୍କ ନିଯୁକ୍ତି ଉପରେ ଏବେ କଳାବାଦଲ ଛାଇ ହୋଇରହିଛି। ଲୋକମାନଙ୍କୁ ସେମାନଙ୍କ କଷ୍ଟ ଉପାର୍ଜିତ ପୁଞ୍ଜି ହରାଇବାକୁ ପଡ଼ିଛି। କରୋନାର କୋରଡା ବିକାଶଶୀଳ ଦେଶଗୁଡିକୁ ଅତିମାତ୍ରାରେ ଅସ୍ତବ୍ୟସ୍ତ କରି ପକାଇଛି। ଗରିବୀ ଏବଂ ହତାଶାଭାବ ବଢିଥିବାରୁ ବଜାର ଉପରେ ଲୋକଙ୍କର ଅନିଶ୍ଚିତ ଭାବ ପ୍ରକାଶ ପାଇଛି। ଜନସ୍ବାସ୍ଥ୍ୟ ସମସ୍ୟାକୁ ସମାଧାନ କରିବା ଲାଗି ଲକ୍‌ଡାଉନ ଏକ ବଳିଷ୍ଠ ପଦକ୍ଷେପ ବୋଲି ବିଚାର କରାଯାଏ। ମାତ୍ର ସାରା ବିଶ୍ୱ ବର୍ତ୍ତମାନ ଯେଭଳି ଆର୍ଥତ୍କ ସମସ୍ୟା ସାମ୍ନା କଲାଣି ଏବଂ ଲୋକଙ୍କ ଏହାର ପ୍ରତ୍ୟକ୍ଷ ପ୍ରଭାବକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ। ଏକଥା ମଧ୍ୟ ସତ୍ୟ ଯେ, ପ୍ରକୃତ ସମସ୍ୟା ସମାଧାନ କରିବା ଛାଡି କ୍ଷମତାଶାଳୀ ବ୍ୟକ୍ତିବିଶେଷ ଏବଂ ନ୍ୟସ୍ତ ସ୍ବାର୍ଥବ୍ୟକ୍ତି ସାରା ବିଶ୍ୱକୁ ଦାରିଦ୍ର୍ୟ, ଗରିବୀ, ଦେବାଳିଆ, ସାମୂହିକ ବେକାରି ଆଡକୁ ଠେଲି ଦେଉଛନ୍ତି। କରୋନା ଏଥିଲାଗି ଏକ ମଉକା ପ୍ରଦାନ କରୁଛି। କାରଣ ସମସ୍ୟା ସମାଧାନ ଲାଗି ପଦକ୍ଷେପ ଠିକ୍‌ ନ ହେଲେ ଦୀର୍ଘମିଆଦୀ ଭିତ୍ତିରେ କୌଣସି ଅର୍ଥ ବ୍ୟବସ୍ଥା ଆର୍ଥତ୍କ ସମସ୍ୟାରୁ ବାହାରିବା କଷ୍ଟକର ହୋଇପଡିବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି।
ଗରିବୀ ବଢ଼ିବ ବୋଲି ଜାତିସଂଘ ପକ୍ଷରୁ ସଦ୍ୟତମ ରିପୋର୍ଟରେ କୁହାଯାଇଛି। ତୃତୀୟ ବିଶ୍ୱ ବା ଆର୍ଥତ୍କ ଦୁର୍ବଳ ଦେଶଗୁଡିକର ମେରୁଦଣ୍ଡକୁ କୋଭିଡ୍‌-୧୯ ଭୂତାଣୁ ଭାଙ୍ଗିଦେବ ବୋଲି ଅନ୍ୟ ଏକ ରିପୋର୍ଟ ପ୍ରକାଶ ପାଇଛି। ଗତ ସପ୍ତାହରେ ଆମେରିକାରେ ଏକ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଖରାପ ସ୍ଥିତିରେ ଥିବା ଆମେରିକାର ନିୟୁତାଧିକ ଲୋକ ଫୁଡ୍‌ ବ୍ୟାଙ୍କ ଏବଂ ନିଯୁକ୍ତି କାର୍ଯ୍ୟାଳୟଗୁଡିକରେ ଲମ୍ବା ଲାଇନ ଲଗାଇଥିବା ଦେଖାଯାଇଥିଲା। ସେହିଭଳି ଭାରତ କଥା ବିଚାର କଲେ କରୋନା ଯୋଗୁ ଭାରତରେ ୭୭୯ ଲୋକ ମୃତ୍ୟୁମୁଖରେ ପଡିଛନ୍ତି। ଯଦି ଲୋକଙ୍କ ମଧ୍ୟରେ ଖାଦ୍ୟାଭାବ ଦେଖାଯାଏ ତେବେ ଲୁଟିବାର ମନୋବୃତ୍ତି ମଧ୍ୟ ଉପୁଜିବା ନେଇ ଆଶଙ୍କା କରାଯାଉଛି। ମୁମ୍ବାଇଠାରୁ ନ୍ୟୁୟର୍କ ସହର ପର୍ଯ୍ୟନ୍ତ ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍‌ ହୋଇଛି। ଏହାକୁ ଅର୍ଥନୀତିଜ୍ଞମାନେ ଗ୍ଲୋବାଲାଇଜେଶନ ଅଫ୍‌ ପଭର୍ଟି ବା ଦାରିଦ୍ର୍ୟର ଜଗତୀକରଣ ନଁା ଦେଲେଣି। ଏସିଆ ଏବଂ ଆଫ୍ରିକା ଦେଶଗୁଡିକ ମଧ୍ୟରେ କ୍ଷୁଧା ସଙ୍କଟ ଏବଂ ମୁମ୍ବାଇରେ ଦାରିଦ୍ର୍ୟ ବଢ଼ିବା ଯୋଗୁ ଲୋକମାନେ ମାଗଣା ଧାଡିରେ ଠିଆ ହେଉଥିବା ଦେଖାଯାଉଛି।
ଏପଟେ ଋଣ ନେଉଥିବା ଅଭିବୃଦ୍ଧିଶୀଳ ରାଷ୍ଟ୍ରଗୁଡିକ ଉପରେ ଡଲାରର ଆଧିପତ୍ୟକୁ ଜୋର ଜବରଦସ୍ତି ଲଦି ଦିଆଯାଉଛି। ବହୁଳ ମାତ୍ରାରେ ଘରୋଇକରଣକୁ ପ୍ରୋତ୍ସାହନ କରାଯାଉଥିରୁ ଲୋକଙ୍କୁ ବେତନ ପ୍ରଦାନ କ୍ଷେତ୍ରରେ ମଧ୍ୟ ମନମାନି ଦେଖିବାକୁ ମିଳୁଛି। ଋଣ ପ୍ରଦାନ କରାଯାଉଥିବା ସଂସ୍ଥାଗୁଡିକର ସ୍ବାର୍ଥକୁ ଦେଖାଯାଉଥିବାରୁ ଅର୍ଥ ବ୍ୟବସ୍ଥାଗୁଡିକ ଅକଳ ସ୍ଥିତିରେ ପଡୁଛନ୍ତି। ଫଳରେ ଏହା ଦାରିଦ୍ର୍ୟ ଏବଂ ବେକାରି ବଢିବାରେ ରାସ୍ତା ଖୋଲା କରୁଛି। ବର୍ତ୍ତମାନର ଅର୍ଥନୈତିକ ମାନ୍ଦାବସ୍ଥା କମ୍ପାନୀଗୁଡିକ ମଧ୍ୟରେ ଦେବାଳିଆ ସ୍ଥିତି ଏବଂ ଦେଶଗୁଡିକରେ ବେକାରି ବଢୁଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ହତାଶା ବଢୁଛି। ବର୍ତ୍ତମାନ ବିଶ୍ୱ ଅର୍ଥନୀତିର ଗତି ଅଟକିଯାଇଛି ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ଏମ୍‌ଡି ଖ୍ରୀଷ୍ଟଲିନା ଜିଓଜିଏଭା ନିକଟରେ କହିଥିଲେ। ଏବେ ସମସ୍ୟା ବଢିଥିବାରୁ ବିକାଶଶୀଳ ଦେଶଗୁଡିକୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ଏଣୁ ସେମାନେ ଅଧିକ ଋଣ କରିବାକୁ ବାଧ୍ୟ ହେଉଛନ୍ତି। ସେହିଭଳି ପାଶ୍ଚାତ୍ୟ ଦେଶଗୁଡିକ ମଧ୍ୟ କ୍ରେଡିଟରଙ୍କ ଉପରେ ଅଧିକ ନିର୍ଭରଶୀଳ। ଏଭଳି ସ୍ଥିତିରେ ଆମେରିକାରେ ବିତ୍ତୀୟ ନିଅଣ୍ଟ ୨୬% ବଢିଛି। ଏଭଳି ସ୍ଥିତିରେ ଦେଶଗୁଡିକ ଉପରେ ଘରୋଇକରଣ ଚାପ ପଢୁଛି। ଲକ୍‌ଡାଉନ ବିକଶିତ ତଥା ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡିକର ଜାତୀୟ ଅର୍ଥନୀତିକୁ ପଛକୁ ଠେଲି ଦେଉଛି। ଅର୍ଥ ବ୍ୟବସ୍ଥାଗୁଡିକ ଅଧିକ ଅସ୍ଥିର ହୋଇ ପଡୁଛନ୍ତି। ସାମାଜିକ ଅନୁଷ୍ଠାନଗୁଡିକର ସ୍ବାର୍ଥକୁ ଏବେ ଅଣଦେଖା କରାଯାଉଛି। ଖରାପସ୍ଥିତି ଯୋଗୁ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପଗୁଡିକ ଅଧିକ ହାରରେ ଦେବାଳିଆ ଆଡକୁ ଗତି କରୁଛନ୍ତି। ବିଶ୍ୱ ସ୍ତରରେ ପୁଞ୍ଜିବାଦ ଏହାର ପଞ୍ଝାକୁ ଅଧିକ ଦୃଢୀଭୂତ କରୁଥିବା ଦେଖାଯାଉଛି। ଲୋକଙ୍କ ମଧ୍ୟରେ ଡର ଏବଂ ହତାଶା ଭାବେ ବଢିଥିବା ବେଳେ ଗଣତନ୍ତ୍ର ପରିବର୍ତ୍ତେ ପ୍ରଭୂତ୍ୱବାଦୀ ସରକାର ଓ ଶାସନ ବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳୁଛି। ଏହାକୁ ଅର୍ଥନୀତିଜ୍ଞ ମାଇକେଲ ଚୋସୋଡୋଭକ୍ସି ନିକଟରେ ପ୍ରକାଶିତ ତାଙ୍କ ପୁସ୍ତକରେ ନିୟୁ ଓ୍ବାର୍ଲଡ ଅର୍ଡର ବୋଲି ବିବେଚିତ କରିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ସମୟରେ ସେକ୍ରେଟୋରି ଅଫ୍‌ ଷ୍ଟେଟ ଭାବେ କାମ କରିଥିବା ହେନ୍‌ରୀ କେସିଙ୍ଗରଙ୍କ ଏକ ଉକ୍ତି ଉଲ୍ଲେଖ କରାଯାଇ ପାରେ, କଣ୍ଟ୍ରୋଲ ଅଲଏ ଆଣ୍ଡ ୟୁ କଣ୍ଟ୍ରୋଲ ନେଶନ, କଣ୍ଟ୍ରୋଲ ଫୁଡ୍‌ ୟୁ କେଣ୍ଟ୍ରାଲ ଦ ପିପୁଲ। ଅର୍ଥାତ୍‌ ଦେଶଗୁଡିକୁ ନିୟନ୍ତ୍ରଣ କରିବାରେ ତେଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ସେହିଭଳି କୌଣସି ଦେଶର ଲୋକଙ୍କ ଲାଗି ଖାଦ୍ୟ ନିରାପତ୍ତାର ଭୂମିକାକୁ ଗୌଣ୍ୟ କରିହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri