Posted inଜାତୀୟ

ଅନିଶ୍ଚିତତାରେ ରାହୁଲଙ୍କ ଟିମ୍‌ ଭବିଷ୍ୟତ

ନୂଆଦିଲ୍ଲୀ,୮ା୭(ପି.ଟି.): ଲୋକ ସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ କ୍ରମାଗତ ଭାବେ ଅନେକ ନେତାଙ୍କ ଇସ୍ତଫା ପରେ ଦଳରେ ଏବେ ଭିନ୍ନ ହାଓ୍ବା ବହୁଛି। ରାହୁଲ ଗାନ୍ଧୀଙ୍କ ଟିମ୍‌ରେ ପ୍ରମୁଖ ଭୂମିକାରେ ଥିବା ଆଗଧାଡ଼ିର ସଦସ୍ୟମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା କୁହାଯାଉଛି। ଦଳର ପରାଜୟ ପାଇଁ ନୈତିକତା ଦୃଷ୍ଟିରୁ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ରାହୁଲ ଇସ୍ତଫା ଦେବା ପରେ ତାଙ୍କର ଘନିଷ୍ଠମାନେ ପଦ ଛାଡିବା ଆରମ୍ଭ କରିଛନ୍ତି।
ରବିବାର ଏଆଇସିସି ସାଧାରଣ ସମ୍ପାଦକ ପଦରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ମୁମ୍ବାଇ କଂଗ୍ରେସ ସଭାପତି ପଦରୁ ମିଲିନ୍ଦ ଦେଓରା ଇସ୍ତଫା ଦେଇଛନ୍ତି। ଉଭୟ ରାହୁଲଙ୍କର ଏକାନ୍ତ ବିଶ୍ୱସ୍ତ। ପୂର୍ବରୁ ଯୁବ କଂଗ୍ରେସ ସଭାପତି ପଦରୁ କେଶବ ଚନ୍ଦ୍ର ଯାଦବ ଏବଂ ଏଆଇସିସି ଅନୁସୂଚିତ ଜାତି ସେଲ୍‌ର ସଭାପତି ପଦରୁ ନୀତିନ ରାଉତ ଇସ୍ତଫା ଦେଇଥିଲେ। ରାହୁଲଙ୍କ ଅନ୍ୟ ଯେଉଁ ଅନୁଗତମାନେ ଇସ୍ତଫା ଦେଇଛନ୍ତି, ସେମାନେ ହେଲେ ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଉତ୍ତମ ରେଡ୍ଡୀ, ଗୋଆ କଂଗ୍ରେସ ସଭାପତି ଗିରୀଶ ଦୋଡନକର, ଦିଲ୍ଲୀ କଂଗ୍ରେସର କାର୍ଯ୍ୟକାରୀ ସଭାପତି ରାଜେଶ ଲିଲୋଥିଆ।ଏମାନଙ୍କ ବ୍ୟତୀତ ଆହୁରି ଅନେକ ନେତା ମଧ୍ୟ ଦଳୀୟ ପଦବୀ ତ୍ୟାଗ କରିଛନ୍ତି। କୌଣସି ଯୋଜନା ନ କରି ରାହୁଲ ହଠାତ୍‌ ଅଧ୍ୟକ୍ଷ ପଦ ଛାଡ଼ିବା ପରେ ତାଙ୍କ ଟିମ୍‌ର ସଦସ୍ୟମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଥିବା ଦଳ ଭିତରେ ଚର୍ଚ୍ଚା ହେଉଛି। ରାହୁଲଙ୍କୁ ଇସ୍ତଫା ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଅନୁରୋଧ କରିଆସୁଥିବା ଅଧିକାଂଶ ନେତାଙ୍କ ଭବିଷ୍ୟତ ତାଙ୍କ ଉପସ୍ଥିତି ଉପରେ ନିର୍ଭର କରୁଥିଲା। ଏବେ ସେମାନେ ସମ୍ପୂର୍ଣ୍ଣ ଦିଶାହୀନ ହୋଇପଡିଥିବା ଅନୁଭବ କରୁଛନ୍ତି। ଆଗକୁ କ’ଣ ହେଉଛି ତାହା ଦେଖିବାକୁ ବାକି ରହିଲା ବୋଲି ପଦ ଛାଡିଥିବା ଜଣେ ଯୁବ ନେତା କହିଛନ୍ତି।
ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ତାଙ୍କ ନେତୃତ୍ୱରେ ରାହୁଲଙ୍କ ଅନୁଗତ ନେତା କିପରି ଥଇଥାନ ହେବେ ତାହା ଜଣାପଡୁନାହିଁ। ବରିଷ୍ଠ ନେତା ଦଳର ମଙ୍ଗ ଧରିବା ସମ୍ଭାବନା ଥିବାରୁ ରାହୁଲଙ୍କ ଟିମ୍‌ ହାତବାନ୍ଧି ବସିଛି। ରାହୁଲଙ୍କ ଇସ୍ତଫା ପରେ ଯେତେଥର ବୈଠକ ବସି ଆଲୋଚନା ହୋଇଛି ସେଥିରେ କେବଳ ଦଳର ଭେଟେରାନ ଅହମ୍ମଦ ପଟେଲ, ଗୁଲାମ ନବୀ ଆଜାଦ, ମୋତିଲାଲ ଭୋରା, ଆନନ୍ଦ ଶର୍ମା, ଭୂପିନ୍ଦର ସିଂ ହୁଡା ସାମିଲ ହୋଇଛନ୍ତି। ପ୍ରାରମ୍ଭିକ ଆଲୋଚନାରେ ରାହୁଲଙ୍କ ଘନିଷ୍ଠମାନଙ୍କୁ ଦେଖିବାକୁ ମିଳୁନାହିଁ। ନୂଆ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଭାଗନେବେ ନାହିଁ ବୋଲି କହିସାରିଥିବାରୁ ତାଙ୍କ ସହଯୋଗୀମାନେ ଅନିଶ୍ଚିତତା ଅନୁଭବ କରୁଛନ୍ତି। ଦଳ ପାଇଁ ଚୂଡାନ୍ତ ନିଷ୍ପତ୍ତି ନେଉଥିବା କଂଗ୍ରେସ କାର୍ଯ୍ୟକାରୀ କମିଟିରେ ମୁଖ୍ୟତଃ ବରିଷ୍ଠମାନେ ହିଁ ଅଛନ୍ତି। କିଏ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇପାରୁ ନାହିଁ। ଯଦିଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଜଣେ ଯୁବ ନେତାଙ୍କୁ ଅଧ୍ୟକ୍ଷ କରାଯାଉ ବୋଲି ଯୁକ୍ତି ବାଢ଼ିଛନ୍ତି, ଏହାକୁ ବରିଷ୍ଠମାନେ ଗ୍ରହଣ କରିବା ଭଳି ଜଣାପଡୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri