ଅନାଥ ତ୍ରିଲୋଚନ ଏବେ ଅସହାୟ

ତେଲକୋଇ, ୨୨।୧୨(ଡି.ଏନ.ଏ.)-ତେଲକୋଇ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ବ୍ଲକ ଅଧ୍ୟକ୍ଷ ପଦବୀ ଆଦିବାସୀ ସଂରକ୍ଷିତ ହୋଇଥିଲେ ମଧ୍ୟ ଏହି ବ୍ଲକରେ ଆଦିବାସୀ ସବୁଠୁ ବେଶୀ ଅବହେଳିତ। ବିଗତ ଦିନରେ ଏହାର ବହୁ ଉଦାହରଣ ସାମ୍ନାକୁ ଆସିଥିବା ବେଳେ ଖୋଦ୍‌ ବ୍ଲକ ଅଧ୍ୟକ୍ଷଙ୍କ ଗ୍ରାମରେ ଜଣେ ଆଦିବାସୀ ନାବାଳକ ମା’ ବାପାଙ୍କୁ ହରାଇବା ପରେ ପାଠ ପଢାରେ ଡୋରି ବନ୍ଧାହୋଇଛି ା ଘଟଣାନୁଯାୟୀ ତେଲକୋଇ ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମର ମୁଣ୍ଡା ସାହି (ଡ୍ୟାମ୍‌ ସାହି)ରେ ୪ଜଣ ପୁଅ ଝିଅ ତେବେ ଅନ୍ୟ ଭାଇ ଭଉଣୀ ମାନେ ବିବାହ କରିସାରିଥିବା ବେଳେ ସାନ ଭାଇ ତ୍ରିଲୋଚନ ମୁଣ୍ଡା(୧୩) ଜୀବନରେ ଏକାକୀ ହୋଇପଡିଛନ୍ତି। ଅର୍ଥାଭାବରେ ପଡି ସପ୍ତମ ଶ୍ରେଣୀରୁ ପାଠ ଛାଡିବାକୁ ବାଧ୍ୟ ହୋଇଛନ୍ତି ତ୍ରିଲୋଚନ। ଏହା ସହିତ ସେ ଏବେ ନିଜ ରହିବା ପାଇଁ ନିଜେ ମାଟି ଚକଟି ନିଜ କୋମଳ ହାତରେ ଏକ ଛୋଟ ନୁଆଁଣିଆ ମାଟି ଘର ତିଆରି କରୁଥିବାର ଦେଖିବାକୁ ମିଳିଛି ା ପାଠ ପଢା ଛାଡିବା ବିଷୟରେ ପଚାରିବାରୁ କୋହଭରା କଣ୍ଠରେ ସେ କହିଥିଲେ ଯେ ପାଠ ପଢିବାକୁ ବହୁତ ମନ ଥିଲେ କଣ ହେବ ମୋ ପାଖରେ ପଇସା ନାହିଁ। ମା’ବାପାଙ୍କ ରାଶନ କାର୍ଡରେ ମିଳୁଥିବା ଚାଉଳକୁ ଭରସା କରିଛି କିନ୍ତୁ ରାଶନ କାର୍ଡଟି ହଜିଯାଇଥିବାରୁ ଆଗକୁ କିପରି ବଞ୍ଚିବି ବୋଲି ଅଶଙ୍କାରେ ଥିବା ତ୍ରିଲୋଚନ କହିଛନ୍ତି। ରାଶନ କାର୍ଡ ବାବଦରେ ଯୋଗାଣ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ଆସନ୍ତା ସପ୍ତାହରେ ତାଙ୍କୁ ଦେଖା କଲେ ଏହାର ବ୍ୟବସ୍ଥା କରିବେ ବୋଲି କହିଥିଲେ। ସ୍ଥାନୀୟ ବିଡିଓ ଦିଲୀପ କୁମାର ବାରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ତୁରନ୍ତ ତାଙ୍କ ପାଖକୁ ଯାଇ ଆବଶ୍ୟକ ସହାୟତା ଦିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା 

ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri