ଅନାଥ ଗୁଡ଼ିଆଙ୍କୁ ମିଳିଲେ ଜୀବନସାଥୀ

ବାରିପଦା ଅଫିସ, ୪ା୩- ୪ ବର୍ଷ ହୋଇଥିବା ବେଳେ ମା’ ବାପା ଛାଡ଼ି ଚାଲି ଗଲେ। ପରିବାର କ’ଣ ଜଣା ନ ଥିଲା। ବିଭିନ୍ନ ଆଡ଼େ ବୁଲାବୁଲି କରୁଥିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ ସମିତିରେ ହାଜର କରିଥିଲା। ପରେ ଶିଶୁ ଯତ୍ନ ଅନୁଷ୍ଠାନ ପାଲଟି ଯାଇଥିଲା ତାଙ୍କ ପରିବାର। ସେହି ପରିବାର ମଙ୍ଗଳବାର ତାଙ୍କୁ ଝିଅ କରି କନ୍ୟାଦାନ କରିଛି। ଏ ହେଉଛି ୨୦୧୭ରେ ଉଦ୍ଧାର ହୋଇଥିବା ନାବାଳିକା ଗୁଡ଼ିଆଙ୍କ କାହାଣୀ। ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ତାଙ୍କର ବିବାହ ହିନ୍ଦୁ ରୀତିନୀତି ଅନୁସାରେ ବାରିପଦା ବଡ଼ବଜାରସ୍ଥିତ ରାଧାମୋହନ ମନ୍ଦିରରେ ସମ୍ପନ୍ନ ହୋଇଛି। ଏବେ ଅନାଥ ଗୁଡ଼ିଆ ପାଇଛନ୍ତି ଜୀବନସାଥୀ। କେବଳ ଯେ ଗୁଡ଼ିଆଙ୍କୁ ପ୍ରଶାସନ ବିବାହ ଦେଇଛି ତାହା ନୁହେଁ ଝିଅ ଚଳିବା ପାଇଁ ବିଭିନ୍ନ ଘରକରଣା ଜିନିଷ ମଧ୍ୟ ଉପହାର ଦେଇଛି। କିଛି ବଦାନ୍ୟ ବ୍ୟକ୍ତି ମଧ୍ୟ ଏହି ବିବାହରେ ସହଯୋଗ କରିଥିଲେ। ଶିଶୁ ଯତ୍ନ ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଭାତୀ ମହାପାତ୍ର କନ୍ୟାଦାନ କରିଥିଲେ। ଜିଲା ପ୍ରଶାସନର ଏହି ବିବାହ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ୨୦୧୭ରେ ମୟୂରୟଭଞ୍ଜ ଜିଲା ବହଳଦା ପୋଲିସ ବହଳଦା ବଜାରରୁ ଜଣେ ନାବାଳିକାଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେ ହାଜର କରାଇଥିଲା। ପରେ ନାବାଳିକା ଜଣଙ୍କ ମହିଳା ମହାଲକ୍ଷ୍ମୀ ସଂଗଠନ ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନରେ ରହି ଆସୁଥିଲେ। ସେଠାରେ ତାଙ୍କ ନାମ ଓ ଠିକଣା ପଚରା ଯାଇଥିଲା ବେଳେ ତାଙ୍କର କିଛି ମନେ ନ ଥିବା ସେ କହିଥିଲେ। ସେ ଛୋଟ ହୋଇଥିବା ବେଳେ ବାପା ମା’ ତାଙ୍କୁ ଛାଡ଼ି ଚାଲି ଯାଇଥିବା ପ୍ରକାଶ କରିଥିଲେ। ଏହା ପରଠାରୁ ଉକ୍ତ ନାବାଳିକାଙ୍କୁ ଗୁଡ଼ିଆ ନାମରେ ପରିଚିତ କରାଯାଇଥିଲା। ଗୁଡ଼ିଆଙ୍କୁ ୧୯ ବର୍ଷ ହେଲା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବର ଖୋଜା ଚାଲିଥିଲା। ଶେଷରେ କପ୍ତିପଦା ବ୍ଲକ ଅନ୍ତର୍ଗତ ଧୁମଖେତି ଗ୍ରାମର ବିରଞ୍ଚି ମହାନ୍ତିଙ୍କ ବଡ଼ପୁଅ ବେଣୁଧର ମହାନ୍ତି ସାଙ୍ଗରେ କିିଶୋର ନ୍ୟାୟ ଅନୁସାରେ ମଙ୍ଗଳବାର ତାଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ବେଣୁଧର ଗ୍ରାମରେ ଦୋକାନ କରିଥିବା ବେଳେ ତାଙ୍କର ଏକ କୁକୁଡ଼ା ଫାର୍ମ ମଧ୍ୟ ରହିଛି। ପ୍ରଶାସନ ପକ୍ଷରୁ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ୫୦ ହଜାର ଟଙ୍କା, ଘରକରଣା ପାଇଁ ବିଭିନ୍ନ ଆସବାବପତ୍ର, ମଙ୍ଗଳସୂତ୍ର, ମୁଦି ଆଦି ଉପହାର ଦିଆଯାଇଥିଲା। ଜିଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ, ସମ୍ପାଦିକା ଅନୀମା ମିଶ୍ର, ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା କୃଷ୍ଣ କଳ୍ପନା ମହାନ୍ତିି, ସଦସ୍ୟ ଜୀବନ କୃଷ୍ଣ ବେହେରା, ସରୋଜ ସାହୁ, ଡା. କେ. କେ. ମହାପାତ୍ର, କଲ୍ୟାଣୀ ମହିଳା ସମିତିର ଅଧ୍ୟକ୍ଷା ଅର୍ଚ୍ଚନା ମହାପାତ୍ରଙ୍କ ସମେତ ଏକାଧିକ ସଦସ୍ୟା ଓ ବୁଦ୍ଧିଜୀବୀମାନେ ବିବାହରେ ଯୋଗ ଦେଇ ନବଦମ୍ପତିକୁ ଆଶୀର୍ବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri