ଅନାଥ ଗୁଡ଼ିଆଙ୍କୁ ମିଳିଲେ ଜୀବନସାଥୀ

ବାରିପଦା ଅଫିସ, ୪ା୩- ୪ ବର୍ଷ ହୋଇଥିବା ବେଳେ ମା’ ବାପା ଛାଡ଼ି ଚାଲି ଗଲେ। ପରିବାର କ’ଣ ଜଣା ନ ଥିଲା। ବିଭିନ୍ନ ଆଡ଼େ ବୁଲାବୁଲି କରୁଥିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ ସମିତିରେ ହାଜର କରିଥିଲା। ପରେ ଶିଶୁ ଯତ୍ନ ଅନୁଷ୍ଠାନ ପାଲଟି ଯାଇଥିଲା ତାଙ୍କ ପରିବାର। ସେହି ପରିବାର ମଙ୍ଗଳବାର ତାଙ୍କୁ ଝିଅ କରି କନ୍ୟାଦାନ କରିଛି। ଏ ହେଉଛି ୨୦୧୭ରେ ଉଦ୍ଧାର ହୋଇଥିବା ନାବାଳିକା ଗୁଡ଼ିଆଙ୍କ କାହାଣୀ। ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ତାଙ୍କର ବିବାହ ହିନ୍ଦୁ ରୀତିନୀତି ଅନୁସାରେ ବାରିପଦା ବଡ଼ବଜାରସ୍ଥିତ ରାଧାମୋହନ ମନ୍ଦିରରେ ସମ୍ପନ୍ନ ହୋଇଛି। ଏବେ ଅନାଥ ଗୁଡ଼ିଆ ପାଇଛନ୍ତି ଜୀବନସାଥୀ। କେବଳ ଯେ ଗୁଡ଼ିଆଙ୍କୁ ପ୍ରଶାସନ ବିବାହ ଦେଇଛି ତାହା ନୁହେଁ ଝିଅ ଚଳିବା ପାଇଁ ବିଭିନ୍ନ ଘରକରଣା ଜିନିଷ ମଧ୍ୟ ଉପହାର ଦେଇଛି। କିଛି ବଦାନ୍ୟ ବ୍ୟକ୍ତି ମଧ୍ୟ ଏହି ବିବାହରେ ସହଯୋଗ କରିଥିଲେ। ଶିଶୁ ଯତ୍ନ ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଭାତୀ ମହାପାତ୍ର କନ୍ୟାଦାନ କରିଥିଲେ। ଜିଲା ପ୍ରଶାସନର ଏହି ବିବାହ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ୨୦୧୭ରେ ମୟୂରୟଭଞ୍ଜ ଜିଲା ବହଳଦା ପୋଲିସ ବହଳଦା ବଜାରରୁ ଜଣେ ନାବାଳିକାଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେ ହାଜର କରାଇଥିଲା। ପରେ ନାବାଳିକା ଜଣଙ୍କ ମହିଳା ମହାଲକ୍ଷ୍ମୀ ସଂଗଠନ ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନରେ ରହି ଆସୁଥିଲେ। ସେଠାରେ ତାଙ୍କ ନାମ ଓ ଠିକଣା ପଚରା ଯାଇଥିଲା ବେଳେ ତାଙ୍କର କିଛି ମନେ ନ ଥିବା ସେ କହିଥିଲେ। ସେ ଛୋଟ ହୋଇଥିବା ବେଳେ ବାପା ମା’ ତାଙ୍କୁ ଛାଡ଼ି ଚାଲି ଯାଇଥିବା ପ୍ରକାଶ କରିଥିଲେ। ଏହା ପରଠାରୁ ଉକ୍ତ ନାବାଳିକାଙ୍କୁ ଗୁଡ଼ିଆ ନାମରେ ପରିଚିତ କରାଯାଇଥିଲା। ଗୁଡ଼ିଆଙ୍କୁ ୧୯ ବର୍ଷ ହେଲା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବର ଖୋଜା ଚାଲିଥିଲା। ଶେଷରେ କପ୍ତିପଦା ବ୍ଲକ ଅନ୍ତର୍ଗତ ଧୁମଖେତି ଗ୍ରାମର ବିରଞ୍ଚି ମହାନ୍ତିଙ୍କ ବଡ଼ପୁଅ ବେଣୁଧର ମହାନ୍ତି ସାଙ୍ଗରେ କିିଶୋର ନ୍ୟାୟ ଅନୁସାରେ ମଙ୍ଗଳବାର ତାଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ବେଣୁଧର ଗ୍ରାମରେ ଦୋକାନ କରିଥିବା ବେଳେ ତାଙ୍କର ଏକ କୁକୁଡ଼ା ଫାର୍ମ ମଧ୍ୟ ରହିଛି। ପ୍ରଶାସନ ପକ୍ଷରୁ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ୫୦ ହଜାର ଟଙ୍କା, ଘରକରଣା ପାଇଁ ବିଭିନ୍ନ ଆସବାବପତ୍ର, ମଙ୍ଗଳସୂତ୍ର, ମୁଦି ଆଦି ଉପହାର ଦିଆଯାଇଥିଲା। ଜିଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ, ସମ୍ପାଦିକା ଅନୀମା ମିଶ୍ର, ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା କୃଷ୍ଣ କଳ୍ପନା ମହାନ୍ତିି, ସଦସ୍ୟ ଜୀବନ କୃଷ୍ଣ ବେହେରା, ସରୋଜ ସାହୁ, ଡା. କେ. କେ. ମହାପାତ୍ର, କଲ୍ୟାଣୀ ମହିଳା ସମିତିର ଅଧ୍ୟକ୍ଷା ଅର୍ଚ୍ଚନା ମହାପାତ୍ରଙ୍କ ସମେତ ଏକାଧିକ ସଦସ୍ୟା ଓ ବୁଦ୍ଧିଜୀବୀମାନେ ବିବାହରେ ଯୋଗ ଦେଇ ନବଦମ୍ପତିକୁ ଆଶୀର୍ବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri