Categories: ଫୁରସତ

ଅନର୍ଗଳ ଇଂଲିଶ କହି ଚର୍ଚ୍ଚାରେ ହରିୟାଣାର ବୃଦ୍ଧା

ଆଜିକାଲିର ସମୟରେ ଯେତେ ଭାଷାଜ୍ଞାନ ଥାଉନା କାହିଁକି ଯଦି ଇଂଲିଶରେ ଦୁଇଧାଡ଼ି ନ ଜାଣିଛ ତେବେ ଜ୍ଞାନୀରେ ଗଣା ନୁହେଁ ବୋଲି କୁହାଯାଏ। ଗାଁ ଗହଳିରେ ଏସବୁ ସ୍ବପ୍ନ ପ୍ରାୟ। କଦବା କ୍ୱଚିତ୍‌ କେତେଜଣ ଭଲ ଇଂଲିଶ କହିପାରନ୍ତି। ଏ ସବୁ ଭିତରେ ବୟସାଧିକ ହେଲେ କଥା ସରିଲା। ହେଲେ ହରିୟାଣାର ଜଣେ ବୃଦ୍ଧାଙ୍କ କ୍ଷେତ୍ରରେ ସେଭଳି କିଛି ଦୃଶ୍ୟ ହେବା ପରି ମନେ ହେଉନାହିଁ। ଅନର୍ଗଳ ଇଂଲିଶ କହି ସେ ଏବେ ଚର୍ଚ୍ଚାରେ।

ଭିଡିଓରୁ ବୃଦ୍ଧା ଜଣଙ୍କ ଏକ ଗାଁର ବୋଲି ଜଣାପଡ଼ୁଛନ୍ତି। ବୟସର ଛାପ ମଧ୍ୟ ସ୍ପଷ୍ଟ ବାରି ହେଉଛି। ହେଲେ ପଛରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ଇଂଲିଶରେ କିଛି କହିବାକୁ କହିବା ପରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଉପରେ ସେ ଇଂଲିଶ କହିପକାଉଛନ୍ତି।

ଓଡ଼ିଶା ସେସୁର ସିଇଓ ଥିବା ଅରୁଣ ବୋଥ୍ରା ନିଜ ସୋସିଆଲ ପୃଷ୍ଠାରେ ଏହାକୁ ଶେୟାର କରିବା ପରେ ଏହା ଭାଇରାଲ ହେଉଛି। ବୃଦ୍ଧାଙ୍କୁ ୧୦ରୁ କେତେ ମାର୍କ ମିଳିବ ବୋଲି ସେ ପ୍ରଶ୍ନ କରିଥିଲେ। ଏହାପରେ ସମସ୍ତେ ବୃଦ୍ଧାଙ୍କ ପ୍ରଶଂସାରେ ଶତମୁଖ ହୋଇଯାଇଛନ୍ତି। କେହି କେହି ତାଙ୍କୁ କଂଗ୍ରେସ ନେତା ଶଶୀ ଥରୁରଙ୍କ ସହ ତୁଳନା କରୁଥିବା ଦେଖାଯାଉଛି। ହେଲେ ମହିଳା ଜଣଙ୍କ କିଏ ତାହା ଜଣାପଡ଼ିନାହିଁ।

Share