Categories: ଜାତୀୟ

ଅନନ୍ତନାଗ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରେନେଡ ଆକ୍ରମଣ: ସରପଞ୍ଚ ସମେତ ୨ମୃତ

ଶ୍ରୀନଗର,୨୬।୧୧: ଜମ୍ମୁ-କଶ୍ମୀର ଅନନ୍ତନାଗରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଅନନ୍ତନାଗରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଛନ୍ତି। ଏହି ଦୁର୍ଘଟଣାରେ ସରପଞ୍ଚ ସମେତ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ଏହା ପୂର୍ବରୁ ଶ୍ରୀନଗର ବିଶ୍ୱବିଦ୍ୟାଳୟ ବାହାରେ ଏକ ବିସ୍ପୋରଣ ହୋଇଥିବା ବେଳେ କୁଲଗାମରେ ଏକ ସରକାରୀ କାର୍ଯ୍ୟକ୍ରମରେ ଆଇଇଡି ବ୍ଲାଷ୍ଟ ହୋଇଥିଲା। ଏଥିରେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି।

Share