Categories: ଜାତୀୟ

ଅଧରାତିରେ ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ଯୋଗୀ ସରକାର

ଲକ୍ଷ୍ନୌ,୩।୯: ଯୋଗୀ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ପ୍ରଥମ ଥର ପ୍ରଶାସନିକ ବିଭାଗରେ ଅଦଳବଦଳ କରାଯାଇଛି। ସୋମବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦ ଆଇଏସ୍‌ ଓ ୪ ପିସିଏସ୍‌ ସମେତ ନିଜର କାର୍ଯ୍ୟାଳୟରେ ଖାଲିପଡ଼ିଥିବା ସଚିବ ପଦ ପାଇଁ ଅଧିକାରୀଙ୍କ ଅଦଳବଦଳ କରିଛନ୍ତି। ସଞ୍ଜୟ ପ୍ରସାଦ ଓ ଆଲୋକ କୁମାର ତୃତୀୟଙ୍କୁ ଆଦିତ୍ୟନାଥ ନିଜର ସଚିବ କରିଛନ୍ତି। ଏଥିସହ ମୁକେଶ ମେଶ୍ରାମଙ୍କୁ ଲକ୍ଷ୍ନୌର କମିଶନର, ଅନିଲ ଗର୍ଗଙ୍କୁ ଉତ୍ତରପ୍ରଦେଶର ରାଜ୍ୟ ଔଦ୍ୟୋଗିକ ବିକାଶ ପ୍ରାଧିକରଣର ମୁଖ୍ୟ ଭାବେ ନିଯୁକ୍ତି କରାଯାଇଛି। ସେହିପରି ମନୀଷ ଚୌହାନଙ୍କୁ ଖାଦ୍ୟ ଓ ଲଜିଷ୍ଟିକ ବିଭାଗରେ ନିଯୁକ୍ତି କରାଯାଇଛି।

Share