ଅଧ୍ୟାପିକାଙ୍କୁ ବଳାତ୍କାର, ଅପହରଣ ମାମଲା: ଥାନା ଆଗରେ ଧାରଣା ଦେଲେ ଗିରଫ ବ୍ୟାଙ୍କ୍‌ ମ୍ୟାନେଜରଙ୍କ ମା’

ଭୁବନେଶ୍ୱର, ୧୪।୧(ବ୍ୟୁରୋ): ଅଧ୍ୟାପିକାଙ୍କୁ ବଳାତ୍କାର ଓ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ଅପହରଣ କରି ଟଙ୍କା ଲୁଟିବା ଘଟଣାରେ ପୋଲିସ ବ୍ୟାଙ୍କ୍‌ ମ୍ୟାନେଜର ସମେତ ୪ଜଣଙ୍କୁ ଗିରଫ କରିଛି। ବ୍ୟାଙ୍କ୍‌ ମ୍ୟାନେଜର ସୁନୀଲଙ୍କ ବିରୋଧରେ ପୋଲିସ କେସ୍‌ ନଂ.୨୧/୨୦ରେ ବଳାତ୍କାର, ବ୍ଲାକ୍‌ମେଲିଂ ଦଫା ଲଗାଇଥିବାବେଳେ ୩ ଅଭିଯୁକ୍ତଙ୍କ ବିରୋଧରେ ଅପହରଣ, ବ୍ଲାକମେଲିଂ ଓ ଟଙ୍କା ଲୁଟିନେବା ଦଫା ଲଗାଇ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଏଥିସହ ଅଧ୍ୟାପିକାଙ୍କୁ ସିଆର୍‌ପିସି ୪୧ରେ ନୋଟିସ ଦେଇ ଛାଡିଛି। ତେବେ ସମ୍ପୃକ୍ତ ବ୍ୟାଙ୍କ୍‌ ମ୍ୟାନେଜରଙ୍କ ଗିରଫ ହେବାପରେ ତାଙ୍କ ମା’ ଏବଂ ସମ୍ପର୍କୀୟ ଚନ୍ଦ୍ରଶେଖରପୁର ଥାନା ଆଗରେ ଧାରଣା ଦେଇଛନ୍ତି। ସେ କହିଛନ୍ତି, ସୋସିଆଲ ମିଡିଆରେ ଜରିଆରେ ମୋ ପୁଅକୁ ସେ ଝିଅ ଫସାଇଦେଇଛନ୍ତି। ଯଦି ପୁଅକୁ ବାନ୍ଧିଲ ତେବେ ଝିଅକୁ କାହିଁକି ଛାଡିଦେଲ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଟିଣ୍ଡର ଆପ୍‌ ମାଧ୍ୟମରେ ଅଧ୍ୟାପିକା ଓ ବ୍ୟାଙ୍କ୍‌ ମ୍ୟାନେଜର ଦୁହେଁ ପରିଚିତ ହୋଇଥିଲେ। ପରେ ଫୋନ୍‌ରେ କଥାବାର୍ତ୍ତା ହୋଇ ସମ୍ପର୍କ ଆଗକୁ ବଢ଼ାଇଥିଲେ। ଦୁହେଁ ନିକଟତର ହେବା ପରେ ଉଭୟ ଏକ ହୋଟେଲକୁ ଯାଇଥିଲେ। ସେଠାରେ ବ୍ୟାଙ୍କ୍‌ ମ୍ୟାନେଜର ସୁନୀଲ ମୃଦୁ ପାନୀୟରେ ନିଶା ମେଡିସିନ୍‌ ମିଶାଇ ଅଧ୍ୟାପିକାଙ୍କୁ ପିିଇବାକୁ ଦେଇଥିଲେ। ଅଧ୍ୟାପିକା ଜଣକ ଅଚେତ ହୋଇଯିବା ପରେ ସୁନୀଲ ତାଙ୍କୁ ବଳାତ୍କାର କରିବା ସହ ନିଜ ମୋବାଇଲ ଫୋନ୍‌ରେ ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ନେଇଥିଲେ। ଚେତା ଫେରିବା ପରେ ସେ ବଳାତ୍କାରର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ପରେ ସେ ସୁନୀଲ ଉକ୍ତ ଭିଡିଓ ଦେଖାଇ ତାଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ। ଅଧ୍ୟାପିକା ଜଣକ ତାଙ୍କ ୩ଜଣ ପୁରୁଷ ବନ୍ଧୁଙ୍କୁ ଘଟଣା ବିଷୟରେ ଜଣାଇବା ସହ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ କାବୁ କରି ଭିଡିଓ ଡିଲିଟ୍‌ କରିବା ପାଇଁ ଯୋଜନା କରିଥିଲେ। ହେଲେ ଅଧ୍ୟାପିକାଙ୍କ ୩ ପୁରୁଷ ବନ୍ଧୁ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ଅପହରଣ କରି ଭିଡିଓ ଡିଲିଟ୍‌ କରିବା ବଦଳରେ ତାଙ୍କ ମୋବାଇଲ୍‌ ଫୋନ୍‌ ନେଇଯାଇଥିଲେ। ପରେ ତାଙ୍କୁ ବ୍ଲାକ୍‌ ମେଲିଂ କରି ୪୦ ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ଥାନାରେ ଅଧ୍ୟାପିକା ଏବଂ ବ୍ୟାଙ୍କ୍‌ ମ୍ୟାନେଜର ଦୁଇଟି ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନଂ.୧୯ ଓ ୨୧ ଓ ୧୯/୨୦ ରୁଜୁକରି ତଦନ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri