ଅଧିକ ଲୋକ ଦେଖୁଛନ୍ତି ଶିଶୁଙ୍କ ଅଶ୍ଳୀଳ ଭିଡିଓ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ ଲୋକେ ଘରେ ରହିଛନ୍ତି। ଅଧିକାଂଶ ସମୟ ମୋବାଇଲ୍‌ ଫୋନ୍‌ ଓ ଇଣ୍ଟରନେଟ୍‌ ସହ ବିତୁଛି। ଅନ୍‌ଲାଇନ୍‌ରେ କରୋନା ଅପ୍‌ଡେଟ୍‌ ସହ ବିଭିନ୍ନ ଖବର ଜାଣୁୁଛନ୍ତି। ଏଥିସହ କିଏ ଅନ୍‌ଲାଇନ୍‌ ଶିକ୍ଷା ତ ଆଉ କିଏ ମନୋରଞ୍ଜନମୂଳକ ଭିଡିଓ ଦେଖିବାକୁ ପସନ୍ଦ କରୁଛନ୍ତି। ସେହିଭଳି ଏହି ସମୟ ମଧ୍ୟରେ ପର୍ନ (ଅଶ୍ଳୀଳ) ସାଇଟ୍‌ ସର୍ଚ୍ଚ ସର୍ବାଧିକ ରହିଛି। ବିଶେଷକରି ଶିଶୁଙ୍କ ଅଶ୍ଳୀଳ (ଚାଇଲ୍ଡ ପର୍ନ) ଭିଡିଓ ଦେଖିବାରେ ଦେଶରେ ସବୁଠୁ ଆଗରେ ଭୁବନେଶ୍ୱର ରହିଥିବା ଏକ ଅନୁସନ୍ଧାନରୁ ଜଣାପଡିଛି। ଅର୍ଥାତ୍‌ ଲକ୍‌ଡାଉନ୍‌ ସମୟରେ ଭୁବନେଶ୍ୱରର ଲୋକ ଇଣ୍ଟରନେଟ୍‌ରେ ଶିଶୁଙ୍କ ବିଭିନ୍ନ ଅଶ୍ଳୀଳ ଭିଡିଓ ବା ଯୌନ ଶୋଷଣକାରୀ ସାମଗ୍ରୀ ଅଧିକ ଖୋଜିଛନ୍ତି। ଶିଶୁଙ୍କ ପାଇଁ କାର୍ଯ୍ୟ କରୁଥିବା ନୂଆଦିଲ୍ଲୀସ୍ଥିତ ଭାରତୀୟ ଶିଶୁ ସୁରକ୍ଷା ପାଣ୍ଠି (ଆଇସିପିଏଫ୍‌)ର ସଦ୍ୟ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡିଛି।
ଆଇସିପିଏଫ୍‌ ଦେଶର ୧୦୦ ପ୍ରମୁଖ ସହରକୁ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରିଥିଲା। ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ଉପରେ ୩୦ଦିନର ଅନୁଧ୍ୟାନ କରାଯାଇଥିଲା। ଏହି ସମୟ ମଧ୍ୟରେ ବିଶ୍ୱର ହଜାରରୁ ଊର୍ଦ୍ଧ୍ୱ ପଞ୍ଜୀକୃତ ପର୍ନ ଓ୍ବେବ୍‌ସାଇଟ୍‌ ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଶିଶୁଙ୍କ ଅଶ୍ଳୀଳ ଭିଡିଓ ଦେଖିବା ଓ ଶିଶୁ ଯୌନ ଶୋଷଣ ସାମଗ୍ରୀ ଖୋଜୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବହୁଗୁଣ ବଢ଼ିଯାଇଥିଲା। ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ଓ ଚେନ୍ନାଇରେ ଲୋକେ ପର୍ନ ପ୍ଲାଟ୍‌ଫର୍ମରେ ବିଶେଷକରି ଜେନେରିକ ଚାଇଲ୍ଡ ପର୍ନ ଭିଡିଓ ସର୍ବାଧିକ ଖୋଜିଥିଲେ। ସେହିଭଳି ଅନ୍ୟ ନିର୍ଦ୍ଦିଷ୍ଟ ବିଷୟବସ୍ତୁ (ବିଭିନ୍ନ ଆକ୍ସନ, ବୟସ ଓ ସ୍ଥାନ) ଆଧାରିତ ଚାଇଲ୍ଡ ପର୍ନୋଗ୍ରାଫି କ୍ଷେତ୍ରରେ ମଧ୍ୟ କଲିକତା, ସିଲିଗୁଡି, ହାଓଡା, ଚଣ୍ଡିଗଡ଼, ଗୁଆହାଟି, ଇନ୍ଦୋର ସହ ଭୁବନେଶ୍ୱର ଓ ଚେନ୍ନାଇ ରହିଛି। ପ୍ରାୟ ୧୮ ପ୍ରତିଶତ ଲୋକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଥିବା ଭିଡିଓକୁ ଅଧିକ ଦେଖିବାକୁ ପସନ୍ଦ କରିଛନ୍ତି। ଏହି ଭିଡିଓ ମଧ୍ୟରେ ଯୌନ ଶୋଷଣବେଳେ ଶିଶୁମାନଙ୍କୁ ମାଡ଼ମାରିବା ସହ ବିଭିନ୍ନ ନିର୍ଯାତନା ଦିଆଯାଉଥିବା, ରକ୍ତସ୍ରାବ ହେଉଥିବା ଓ ଶିଶୁଟି ଯନ୍ତ୍ରଣାରେ ଛଟପଟ ହେଉଥିବା ଆଦି ରହିଛି। ସବୁଠୁ ଚିନ୍ତାଜନକ ବିଷୟ ହେଉଛି, ସାଧାରଣ ଦିନ ଅପେକ୍ଷା ଲକ୍‌ଡାଉନ୍‌ରେ ଏହି ପ୍ରକାରର ହିଂସାତ୍ମକ ତଥା ଯୌନ ଶୋଷଣ ଭିଡ଼ିଓ ଦେଖିବା ହାର ୨୦୦ ପ୍ରତିଶତ ବଢ଼ିଛି। ଏମାନଙ୍କ ମଧ୍ୟରୁ ପୁରୁଷ ପ୍ରାୟ ୯୦ ପ୍ରତିଶତ ରହିଥିବାବେଳେ ୧ ପ୍ରତିଶତ ମହିଳା ମଧ୍ୟ ରହିଛନ୍ତି, ଯେଉଁମାନେ ଇଣ୍ଟରନେଟ୍‌ରେ ଏହିପରି ଶିଶୁ ପର୍ନ ସାମଗ୍ରୀ ଖୋଜିଥିବା ଉକ୍ତ ଅନୁଧ୍ୟାନରୁ ଜଣାପଡିଛି।
ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆରବି)ର ବାର୍ଷିକ ଅପରାଧ ରିପୋର୍ଟ-୨୦୧୮ରେ ଉଲ୍ଲେଖ ରହିଛି ଯେ, ଅଶ୍ଳୀଳତା କ୍ଷେତ୍ରରେ କୋମଳମତୀ ଶିଶୁଙ୍କୁ ନିୟୋଜିତ କରିବାରେ ଓଡ଼ିଶା ଶୀର୍ଷରେ ରହିଛି। ସେହିବର୍ଷ ପୋକ୍‌ସୋ ଅଧିନିୟମ ୧୪ ଓ ୧୫ ଅନୁଯାୟୀ ଏ ସଂକାନ୍ତୀୟ ୩୩୩ଟି ମାମଲା ପଞ୍ଜୀକୃତ ହୋଇଥିଲା। ଏବେ ଲକ୍‌ଡାଉନ୍‌ ସମୟରେ ଶିଶୁ ନିର୍ଯାତନା, ଯୌନ ଶୋଷଣ ଓ ହିଂସାକୁ ନେଇ ଚାଇଲ୍ଡଲାଇନ୍‌ ନମ୍ବର-୧୯୦୮ରେ ବହୁ ଅଭିଯୋଗ ମଧ୍ୟ ପଞ୍ଜୀକୃତ ହେବା ବାସ୍ତବ ସ୍ଥିତିକୁ ପ୍ରତିଫଳିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri