ଅଧିକାରୀଙ୍କ କାର୍‌ନାମା; ପ୍ରତି ମାସରେ ଡିଜିସିଏ,ଏୟାର ଇଣ୍ଡିଆରୁ ନେଉଛନ୍ତି ଦରମା

ନୂଆଦିଲ୍ଲୀ,୨୧-୭: ଋଣରେ ବୁଡ଼ି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ କ୍ରମାଗତ ଏଭଳି ଜଣେ ଅଧିକାରୀଙ୍କୁ ପ୍ରତିବର୍ଷ ୨ କୋଟିରୁ ଊଦ୍ଧ୍ୱର୍ର୍ ଟଙ୍କା ଦରମା ଦେଇଛି ଯିଏକି କମ୍ପାନୀରେ କାମ କରୁ ନ ଥିଲେ। ଏ ସମ୍ପର୍କରେ ତଥ୍ୟ ପ୍ରଘଟ ହେବା ପରେ ଏୟାର ଇଣ୍ଡିଆ ପକ୍ଷରୁ ସମ୍ପୃକ୍ତ ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି। ବର୍ତ୍ତମାନ ସେହି ଅଧିକାରୀ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ)ରେ ମୁଖ୍ୟ ଫ୍ଲାଇଟ୍‌ ଅପରେଶନ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କ୍ୟାପଟେନ୍‌ ଅତୁଲ ଚନ୍ଦ୍ରା ଏୟାର ଇଣ୍ଡିଆରେ ଯୁଗ୍ମ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ପାଇଥିଲେ। ତେବେ ତାଙ୍କୁ ୨୦୧୭ରେ ଡିଜିସିଏକୁ ଡେପୁଟେଶନରେ ପଠାଯାଇଥିଲା। ସେଠାରେ ସେ ମୁଖ୍ୟ ଫ୍ଲାଇଟ୍‌ ଅପରେଶନ ଇନ୍ସପେକ୍ଟର ଭାବେ ଦାୟିତ୍ୱ ଗ୍ରହଣ କଲେ। ପୂର୍ବରୁ ମଧ୍ୟ ସେ ଡିଜିସିଏରେ ଫ୍ଲାଇଟ ଅପରେଶନ୍ସ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିଥିଲେ। ନିୟମ ଅନୁସାରେ ଜଣେ ବ୍ୟକ୍ତି ଦୁଇଟି ସରକାରୀ ପ୍ରତିଷ୍ଠାନରୁ ଦରମା ନେଇପାରିବେ ନାହିଁ କି କାମ କରିପାରିବେ ନାହିଁ। ତେବେ ଅତୁଲ ଚନ୍ଦ୍ରା ଏୟାର ଇଣ୍ଡିଆରୁ ଦରମା ନେଉଥିବା ବେଳେ ଏ ସମ୍ପର୍କରେ ସେ କାହାକୁ କିଛି ଜଣାଇ ନ ଥିଲେ। ଡିଜିସିଏରେ କାର୍ଯ୍ୟରତ ଥିବା କାରଣରୁ ସେଠାରେ ମଧ୍ୟ ତାଙ୍କୁ ମାସକୁ ମାସ ଦରମା ମିଳୁଥିଲା। ଏହା ନେବାକୁ ସେ ବାରଣ କରି ନ ଥିଲେ। ପ୍ରାପ୍ତ ସୂଚନାନୁଯାୟୀ, ସେ ୨୦୧୭ରୁ ୨୦୧୯ ଜାନୁୟାରୀ ପର୍ଯ୍ୟନ୍ତ ପ୍ରତିବର୍ଷ ଏୟାର ଇଣ୍ଡିଆରୁ ୨.୭୯ କୋଟି ଟଙ୍କା ଦରମା ନେଇଥିଲେ। ଟିକସ କଟିବା ପରେ ତାଙ୍କୁ ୧.୯୭ କୋଟି ଟଙ୍କା ଦରମା ମିଳୁଥିଲା। ତେବେ ଏ ସମ୍ପର୍କରେ ମିଡିଆ ରିପୋର୍ଟ ପ୍ରକାଶ ପରେ ଚନ୍ଦ୍ରା ଦୁଇଟି କିସ୍ତିରେ ୮୦ ଲକ୍ଷ ଟଙ୍କା ଏୟାର ଇଣ୍ଡିଆକୁ ଫେରାଇ ଦେଇଛନ୍ତି। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏୟାର ଇଣ୍ଡିଆ ମୁଖପାତ୍ର ପ୍ରକାଶ କରିଛନ୍ତି। କାଗଜପତ୍ର ପ୍ରସ୍ତୁତ କରିବାରେ ତ୍ରୁଟି ଯୋଗୁ ଚନ୍ଦ୍ରାଙ୍କୁ ଦରମା ଦିଆଯାଇଥିଲା ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ…

ରାଜ୍ୟ ସଭା ଏମପି ହେଲେ ନୀତୀଶ କୁମାର, ସଂସଦରେ ନେଲେ ଶପଥ

ନୂଆଦିଲ୍ଲୀ,୧୦।୪:  ଆଜି ବିହାରର ରାଜନୀତିରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଘଟିଛି । ଦୀର୍ଘ ସମୟ ଧରି ରାଜ୍ୟର ନେତୃତ୍ୱ ଦେଇଥିବା ନୀତୀଶ କୁମାର ଆଜି…

ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମା: ଆସିଥିଲା ମହାଭିଯୋଗ, ଘରୁ ମିଳିଥିଲା…

ନୂଆଦିଲ୍ଲୀ,୧୦।୬: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ତାଙ୍କୁ ପଦରୁ ହଟାଇବା…

ବଢ଼ିବ ତାତି: ଗରମ-ଗୁଳୁଗୁଳିରେ ଛଟପଟ ହେବେ ଏସବୁ ଜିଲାର ଲୋକେ, ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୦।୪: ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବ। ଦୁଇଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବିଶେଷକରି ଶନିବାର ୧୧ ତାରିଖରୁ ପଶ୍ଚିମ ଓ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri