ଅଧିକାରୀଙ୍କ କାର୍ଯ୍ୟକୁ ନେଇ ଖପ୍ପା

ଫୁଲବାଣୀ ଅଫିସ, ୨୩ା୧୦- ରାଜ୍ୟ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ୨ ଦିନିଆ କନ୍ଧମାଳ ଗସ୍ତରେ ଆସିଥିଲେ। ସୋମବାର ଏବଂ ମଙ୍ଗଳବାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ବ୍ଲକ ଅଞ୍ଚଳରେ ବୁଲିବା ବେଳେ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଦେଖିବାକୁ ଅଧିକାରୀମାନେ ଗ୍ରାମକୁ ଯାଉ ନ ଥିବା ଜାଣିବାକୁ ପାଇଥିଲେ। ମଧ୍ୟାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସେ ଏହା ପ୍ରକାଶ କରିବା ସହ ଅଧିକାରୀମାନଙ୍କ ଉପରେ ବର୍ଷିଛନ୍ତି। ଆସନ୍ତା ମାସରେ ପୁଣି ଆସି କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରିବେ। କୌଣସି ଅବହେଳା ନଜରକୁ ଆସିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରୋକ୍ଷରେ ସେ ଚେତାବନୀ ଦେଇଛନ୍ତି। ଏଥିସହ ପୁତୁଡି ଜଳପ୍ରପାତର ଉନ୍ନତୀକରଣ ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସଚିବ କହିଛନ୍ତି। ବୈଠକରେ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଥିଲା। ମମତା ଯୋଜନାରେ ପଞ୍ଜୀକୃତ ୨୦,୬୬୯ ଜଣ ଗର୍ଭବତୀଙ୍କ ମଧ୍ୟରୁ ୨୦,୬୫୦ ଜଣଙ୍କ ପାଖକୁ ପ୍ରଥମ କିସ୍ତି ଟଙ୍କା ପଠାଯାଇଛି। ବଳକା ୧୯ ଜଣଙ୍କର ଆକାଉଣ୍ଟ ନମ୍ବର ଭୁଲ ଯୋଗୁ ଟଙ୍କା ପଠାଯାଇ ପାରିନି। ସେହିପରି ୧୨, ୫୮ ଜଣଙ୍କ ମଧ୍ୟରୁ ୧୨,୩୫ ଜଣଙ୍କ ହିସାବ ଖାତାକୁ ଦ୍ୱିତୀୟ କିସ୍ତି ଟଙ୍କା ପଠାଯାଇଛି। ଜିଲାରେ କାର୍ଯ୍ୟକ୍ଷମ ଥିବା ୨୧୦୨ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୫୦୩ଟି ନିଜସ୍ବ କେନ୍ଦ୍ରରେ କାର୍ଯ୍ୟ ଚାଲିଥିବା ସୂଚନା ଦିଆଯାଇଥିଲା। ମିଶନ ଶକ୍ତି ଅଧୀନରେ ଜିଲାରେ ୧୪,୭୨୧ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି। ସେଥି ମଧ୍ୟରୁ ୭,୭୭୩ ଗୋଷ୍ଠୀ ୧୫ ହଜାର ଲେଖାଏ ଓ ୭,୫୩୬ଟି ଗୋଷ୍ଠୀ ୩ ହଜାର ଲେଖାଏ ଟଙ୍କା ପାଇଛନ୍ତି ବୋଲି ସୂଚନା ଦିଆଯାଇଥିଲା।ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହୁଥିବାରୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରୁନି ବୋଲି ବିଭାଗୀୟ ଅଧିକାରୀ କହିଥିଲେ। ସେହିପରି କ୍ଲଷ୍ଟର ବୋର୍‌ ୱେଲ୍‌, ଡିପ୍‌ ବୋର୍‌ ୱେଲ୍‌ ଏବଂ ଉଠା ଜଳସେଚନ ଯୋଜନା, ନିରାମୟ ଯୋଜନା, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ପାନୀୟ ଜଳ, ଶକ୍ତି, ଗ୍ରାମ୍ୟ ବିଦ୍ୟୁତୀକରଣ, ପି.ଡି.ଏସ୍‌., ଏନ୍‌.ଏଫ୍‌.ଏସ୍‌.ଏ. ଓ ରାଜ୍ୟ ଖାଦ୍ୟ ନିରାପତ୍ତା, ବିଭିନ୍ନ ପେନ୍‌ସନ୍‌ ଯୋଜନା, ସମନି୍ବତ ଆଦିବାସୀ ଉନ୍ନୟନ ସଂସ୍ଥାରେ ହେଉଥିବା କାର୍ଯ୍ୟ, ଶିକ୍ଷା ଓ ଜିଲା ମଙ୍ଗଳ ବିଭାଗ ଅଧୀନରେ ହେଉଥିବା କାର୍ଯ୍ୟ ସମ୍ପର୍କରେ ଅଧିକାରୀମାନେ ଉପସ୍ଥିତ ରହି ତଥ୍ୟ ପ୍ରଦାନ କରିଥିଲେ। ବୈଠକରେ ଜିଲାପାଳ ଡା.ବୃନ୍ଦା ଡି., ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସଚିବ ମଙ୍ଗଳବାର ବାଲିଗୁଡା ବ୍ଲକ ଦଣ୍ଡପଦରରେ ଛତୁଆ ଉପତ୍ାଦନ କେନ୍ଦ୍ର, ଫିରିଙ୍ଗିଆ ବ୍ଲକ ପୁରୁଣା ନୂଆଗାଁ ଗ୍ରାମରେ ସାମାଜିକ ସୁରକ୍ଷା, ଗ୍ରାମୀଣ ଆବାସ ଯୋଜନାର ଅଗ୍ରଗତି, ମାଶ୍ରିପଡାରେ ଅଙ୍ଗନୱାଡି କେନ୍ଦ୍ର, ମିଶନ ଶକ୍ତି, ପୋଡପୋଡାରେ ବୋରୱେଲ କାର୍ଯ୍ୟର ତଦାରଖ କରିବା ପରେ ଫୁଲବାଣୀ ଫେରି ସମୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri