ଅଧା ବାଟରେ ଶ୍ରୀଜୀଉ

ନୀଳଗିରି, ୧୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରିର ପ୍ରସିଦ୍ଧ ବାହୁଡ଼ା ଯାତ୍ରାରେ ଶନିବାର ରଥରେ ବିଜେ ଶ୍ରୀଜୀଉ ଭକ୍ତଙ୍କ ଗହଳରେ ବଡ଼ଦାଣ୍ଡରେ ଆସି ଅଧାବାଟରେ ଅଟକିଛନ୍ତି। ରବିବାର ଯଥା ରୀତିକ୍ରାନ୍ତି ପରେ ଶ୍ରୀଜୀଉ ମନ୍ଦିରର ରତ୍ନସିଂହାସନରେ ବିଜେ କରିବେ ବୋଲି ସହକାରୀ ପୂଜକ ହରିବନ୍ଧୁ କର କହିଛନ୍ତି ା
ଅପରାହ୍ନରେ ରଥରେ ବିଜେ ଶ୍ରୀଜୀଉଙ୍କ ନିକଟରେ ଆଦିସେବକ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରି ବାହୁଡ଼ା ଯାତ୍ରା ରଥଟଣା ଅନୁକୂଳ କରିଥିଲେ। ପରେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ସ୍ଥାନୀୟ ସହକାରୀ ଜିଲାପାଳ ରାକେଶ କୁମାର ପଣ୍ଡା ପତାକା ହଲାଇ ଭକ୍ତଙ୍କୁ ରଥ ଟଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହରିବୋଲ, ଶଙ୍ଖ, ହୁଳହୁଳି, ଭଜନକୀର୍ତ୍ତନ ଆଦି ଶଦ୍ଦରେ ବଡ଼ଦାଣ୍ଡ ଉଚ୍ଛୁଳି ପଡ଼ିଥିଲା। ଶ୍ରୀଜୀଉଙ୍କ ରଥକୁ ଟାଣିବା ପାଇଁ ଭକ୍ତଙ୍କ ଗହଳି ଲାଗିଥିଲା। ଭକ୍ତଙ୍କ ଗହଳରେ ବଡ଼ଦାଣ୍ଡରେ ଶ୍ରୀଜୀଉ ସ୍ଥାନେ ସ୍ଥାନେ ରହଣି କରି ଅଧାବାଟରେ ଅଟକିଥିଲେ। ଶ୍ରୀଜୀଉଙ୍କ ଦର୍ଶନ ଓ ରଥ ଟାଣିବା ଲାଗି ସ୍ଥାନୀୟ ଗଡ଼ଜାତ ସମେତ ଜିଲା ତଥା ପଡ଼ୋଶୀ ମୟୂରଭଞ୍ଜ ଜିଲାର ବିଭିନ୍ନ ଅଞ୍ଚଳରୁ ପାଖାପାଖି ୫୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ସମାଗମ ହୋଇଥିଲେ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ପକ୍ଷରୁ ୫ ପ୍ଲାଟୁନ୍‌ ଫୋର୍ସ ରଥ ଟଣା ସମେତ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଥିଲେ। ବାହୁଡ଼ାଯାତ୍ରାର ପ୍ରଥମ ଦିନ ଶାନ୍ତିଶୃଙ୍ଖଳାରେ ରଥ ଟଣା ସମ୍ପନ୍ନ ହୋଇଥିବା ଥାନା ଅଧିକାରୀ ନଳିତା ମୋଦୀ କହିଛନ୍ତି। ଏହି ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସମେତ ନିର୍ବାଚିତ ଜନପ୍ରତିନିଧି ରଥ ଟଣାରେ ସାମିଲ ଥିଲେ। ଉଦ୍ଧାରକାରୀ ଦଳ ଭାବରେ ଅଗ୍ନି ସେବା ବିଭାଗ କର୍ମଚାରୀ, ଭକ୍ତଙ୍କ ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟ ଓ ସୂଚନା କେନ୍ଦ୍ର ଆଦି ଖୋଲାଯାଇଥିଲା। ରଥଦାଣ୍ଡରେ ଅସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ ସହିତ ପ୍ରଦର୍ଶନୀ ପଡ଼ିଆ ଶୋଭାବର୍ଦ୍ଧନ କରିଥିଲା। ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରଥ ଉପରେ ସାଂସ୍କୃତିକ କାଯର୍‌ୟକ୍ରମ ଅନୁଷ୍ଠିତ ହେବ ବୋଲି ଗୋବର୍ଦ୍ଧନ ବିଶ୍ୱାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri