ଅଧା କର୍ମଚାରୀଙ୍କୁ ଛୁଟି ଦେଲେ ଏସ୍‌ ଭି ନିରତାର କର୍ତ୍ତୃପକ୍ଷ

କଣ୍ଟାପଡା,୨୪ା୩ (ଡି.ଏନ୍‌.ଏ)- ମହାମାରୀ କରୋନାର ପ୍ରତିଷେଧକ ପାଇଁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଜିଲାର ଓଲଟପୁରଠାରେ ଥିବା ଏସ୍‌ ଭି ନିରତାର ଦିବ୍ୟାଙ୍ଗ ଗବେଷଣା ଓ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୋମବାର କେତେକ କଟକଣା ଜାରି କରାଯାଇଛି। ନିରତାରର ପ୍ରଶାସନିକ ବିଭାଗଠାରୁ ଆରମ୍ଭକରି ଫିଜିଓଥେରାପି, ପ୍ରୋଷ୍ଟେଟିକ୍ସ ସମେତ ଅନ୍ୟାନ୍ୟ ବିଭାଗର ୫୦ଭାଗ କର୍ମଚାରୀଙ୍କୁ, ଇଣ୍ଟର୍ନିଂ କରୁଥିବା ୧୭୦ଜଣ ଛାତ୍ରୀଛାତ୍ରଙ୍କୁ ଛୁଟି ଦିଆଯିବା ସହ ହଷ୍ଟେଲ ଖାଲି କରିବାକୁ କୁହାଯାଇଛି। ସେହିପରି ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ବୋଲି ନିରତାର ପ୍ରଶାସିନକ ଉପନିର୍ଦ୍ଦେଶକ ରଶ୍ମିରଞ୍ଜନ ସେଠୀ କହିଛନ୍ତି। ସେହିପରି ୫୦ ଭାଗ ସୁରକ୍ଷା କର୍ମୀ, ସଫେଇ କର୍ମଚାରୀଙ୍କୁ ଛୁଟିରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜରୁରିକାଳୀନ ସେବା ସମେତ ଥଣ୍ଡା, ଜ୍ୱର ଓ କାଶରେ ପୀଡ଼ିତ ଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ନିରତାରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ଅନ୍ତେବାସୀ ରୋଗୀଙ୍କ ସ୍ବାସ୍ଥ୍ୟ, ଅନୁଷ୍ଠାନର ସ୍ବଚ୍ଛତା ସମେତ ବାହାରୁ ଆସୁଥିବା ରୋଗୀଙ୍କୁ ସ୍ବତନ୍ତ୍ରଭାବେ ଦୃଷ୍ଟି ରଖାଯାଇଛି ବୋଲି ନିର୍ଦ୍ଦେଶକ ଡା. ଶକ୍ତିପ୍ରସାଦ ଦାସ କହିଛନ୍ତି।