ଅଧାରୁ ଅବକାଶ ଜଳ ପିଙ୍ଗଣ ନେଇଆସିଲେ ସେବକ: ମହାପ୍ରଭୁଙ୍କର ହେଲା ମହାସ୍ନାନ, ନୀତି ବିଳମ୍ବ

ପୁରୀ ଅଫିସ, ୬ା୬: ଶ୍ରୀମନ୍ଦିରରେ ବୁଧବାର ଅବକାଶ ନୀତି ଚାଲିଥିବାବେଳେ ଜଣେ ସେବକ ଅଧାରୁ ଅବକାଶ ଜଳ ପିଙ୍ଗଣ ନେଇଆସିଥିଲେ। ଫଳରେ ନୀତି ବିଭ୍ରାଟ ହେବାରୁ ମହାପ୍ରଭୁଙ୍କର ମହାସ୍ନାନ ହୋଇଛି। ଦ୍ୱିତୀୟଥର ଲାଗି ଠାକୁରଙ୍କ ଅବକାଶ ନୀତି ପ୍ରାୟ ଦେଢ ଘଣ୍ଟା ବିଳମ୍ବ ହୋଇଛି।
ସୂଚନା ମୁତାବକ, ସକାଳେ ଠାକୁରଙ୍କ ଅବକାଶ ନୀତି ଚାଲିଥିଲା। ପାଳିଆ ସିଂହାରୀ ସେବକମାନେ ଜଳ ଲାଗି କରୁଥିଲେ। ଆହୁରି କିଛି ସମୟ ଜଳ ଲାଗି ବାକି ରହିଥିଲା। ଏହି ସମୟରେ ଜଣେ ଖୁଣ୍ଟିଆ ସେବକ ଅବକାଶ ଜଳ ପିଙ୍ଗଣକୁ ଉଠାଇ ଆଣିଥିଲେ। ଏଥିଯୋଗୁ ନୀତିରେ ବ୍ୟାଘାତ ଘଟିଥିଲା। ସେହିଠାରେ ନୀତି ଅଟକାଇ ମହାସ୍ନାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପୂଜାପଣ୍ଡା ସେବକଙ୍କୁ ଡକାଯାଇଥିଲା। ସାଧାରଣତଃ ପୂଜାପଣ୍ଡା ସେବକମାନେ ଅବକାଶ ବଢିବା ପରେ ରୋଷହୋମରେ ଯୋଗଦେଇଥାନ୍ତି। କିନ୍ତୁ ଅବକାଶ ଚାଲିଥିବାରୁ ପୂଜାପଣ୍ଡା ଆସି ନ ଥିଲେ। ସେ ପହଞ୍ଚତ୍ବା ପରେ ମହାସ୍ନାନ ପାଇଁ ପ୍ରସ୍ତୁତି ହୋଇଥିଲା। ଅବକାଶ ସମୟରେ ଠାକୁର ଲୁଗା ଓ ଚାଦର ପରିଧାନ କରିଥିଲେ। ମହାସ୍ନାନ ଯୋଗୁ ଠାକୁରଙ୍କ ମଇଲମ କରାଯାଇଥିଲା। ଠାକୁରଙ୍କୁ କେବଳ ଲୁଗା ପରିଧାନ (ଏକ କାନିଆ) କରାଯାଇଥିଲା। ପୁଣି ମହାସ୍ନାନ ଲାଗି ଭିତର ଧୁଆ ହୋଇଥିଲା। ମହାସ୍ନାନ ପରେ ପୁଣିଥରେ ଅବକାଶ ଲାଗି ଲୁଗା ଓ ଚାଦର ପିନ୍ଧାଯାଇଥିଲା। ଏଥିଯୋଗୁ ପ୍ରାୟ ଦେଢ ଘଣ୍ଟା ବିଳମ୍ବ ହୋଇଥିଲା। ତେବେ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପ୍ରକାର ବିଳମ୍ବ କିମ୍ବା ବିଭ୍ରାଟ ଯେପରି ନ ହୁଏ ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ସେବକମାନଙ୍କୁ ଚେତାବନୀ ଦେଇଛି। ଏହାସତ୍ତ୍ବେ ବେଳେବେଳେ କେତେଜଣ ସେବକଙ୍କ ଯୋଗୁ ନୀତିରେ ବିଳମ୍ବ ଘଟୁଛି। ସମ୍ପୃକ୍ତ ସେବାୟତ ଅଧାରୁ ଅବକାଶ ଜଳ ପିଙ୍ଗଣ ନେଇ ଆସିବାରୁ ମହାସ୍ନାନ ହୋଇ ପୁଣିଥରେ ଠାକୁରଙ୍କର ଅବକାଶ ହେଲା। ତେଣୁ ନୀତି ବିଳମ୍ବ ହୋଇଥିଲା ଏବଂ ପରେ ସ୍ବାଭାବିକ ହୋଇଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri