ଅଧାରୁ ଅଧିକ ଜନସଂଖ୍ୟା ଘରେ ବନ୍ଦ: ପୃଥିବୀର କମ୍ପନ ୩୦ରୁ ୫୦ ପ୍ରତିଶତ ହେଲା କମ୍ !

ୱାଶିଂଟନ,୫ ।୪: କରୋନା ସଂକ୍ରମଣ ଏବେ ସାରା ପୃଥିବୀର ଅଧାରୁ ଅଧିକ ଜନସଂଖ୍ୟା ଲକ୍‌ଡାଉନ୍‌ରେ ନିଜ ନିଜ ଘରେ ବନ୍ଦ ରହିଛନ୍ତି । ଏହାଯୋଗୁ ପୃଥିବୀରେ ବିଭିନ୍ନ ଯାନବାହାନ ଚଳାଚଳ ଯୋଗୁ ସୃଷ୍ଟି ହେଉଥିବା କମ୍ପନ ୩୦ରୁ ୫୦ ପ୍ରତିଶତ କମ୍ ହୋଇଛି । ଏନେଇ ବେଲଜିୟମ୍‌ର ରୟାଲ ଅବଜରଭରଟୋରୀର ଭୂବିଜ୍ଞାନୀମାନଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି । ଲକ୍‌ଡାଉନ୍ ଯୋଗୁ ବହୁ ଶିଳ୍ପସଂସ୍ଥା ବନ୍ଦ ରହିଛି । ଏଥିରେ ଥିବା ମେଶିନ୍ କାର୍ଯ୍ୟ କରିବା ସମୟରେ ସୃଷ୍ଟି ହେଉଥିବା କମ୍ପନ ମଧ୍ୟ ବନ୍ଦ ରହିଛି ବୋଲି ଭୂବିଜ୍ଞାନୀ ଥୋମାସ୍ ଲିକୋକ୍ କହିଛନ୍ତି । ଲକ୍‌ଡାଉନ୍ ଯୋଗୁ ୪୦୦ କୋଟିରୁ ଅଧିକ ଲୋକଙ୍କ ଜୀବନ ଏବେ ଘରେ ବିତୁଛି । ତେବେ ଏହାର ସକାରାତ୍ମକ ପ୍ରଭାବ ପରିବେଶ ଉପରେ ପଡୁଛି ବୋଲି ଆମେରିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ।

Share