ଅଧାପନ୍‌ତରିଆ ପଡ଼ିଛେ ପଢ଼ାକୁଠି ତିଆରି କାମ୍‌:୨ଟା କୁଠିଥି ୮ଟା ଶ୍ରେଣୀର ଛାତ୍ରୀଛାତ୍ର

ଲୋଇସିଂହା, ୮।୬(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଁଚେତ୍‌ ଅଧୀନ ଅଗଲାପାଲି ଗଁାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ନୂତନ ପଢ଼ାକୁଠି ତିଆରିରେ ବଡ଼ଭାରି ହେରଫେର ହେଇଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଯେନ୍‌ଥିରଲାଗି ତିଆରି କାମ୍‌ ଗଲା ୫ ବଛର ହେଲା ଅଧାପନ୍‌ତରିଆ ହେଇ ପଡ଼ିଛେ। ଇଆଡ଼େ ପଢ଼ାକୁଠି ଅଭାବୁ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ାରେ ଖେଲଢ଼େପ ହେଉଥିବାର ଅଭିଭାବକମାନେ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଅଗଲାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଟା ୧୯୫୩ ସାଲେ ଥାପନା ହେଇଥିଲା। ଏହେଦେ ସ୍କୁଲରେ ୮ ଶ୍ରେଣୀ ତକ୍‌ ପଢ଼ବାର ବେବସ୍‌ତା ଥିଲାବେଲେ ମୋଟ ୧୨୦ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ୨୦୧୨ ସାଲେ ସ୍କୁଲର ପୁରାତନ କୁଠାର ଛାତୁ ସିମେଟ ଅତଡ଼ା ପଡ଼ି ୨ ଝନ୍‌ ଛାତ୍ର ଖଁଡ଼ିଆଡଁଡ଼ିଆ ହେଇଥିଲେ। ସେଦିନ୍‌ଠାନୁ ଶିକ୍ଷା ବିଭାଗ ସ୍କୁଲର ୮ଟାରୁ ୬ଟା କୁଠିକେ ବଁଦ୍‌ କରିଦେଇଛେ। ଇଆଡ଼େ ପଢ଼ାକୁଠି ଅଭାବୁ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ାରେ ବଡ଼ଭାରି ଅସ୍‌ବିଧା ହେଲାରୁ ଗଁାବାସୀ ପରଶାସନକେ ଗୁହାରି କରିଥିଲେ। ଇତାର ପରେ ଶିକ୍ଷା ବିଭାଗ ଅଧ୍‌କା ୩ଟା ନୂତନ୍‌ ପଢ଼ାକୁଠି ତିଆରିବାକେ ଅନୁଦାନ ଦେଇଥିଲା। ସେ ସମିଆରେ ଥିବାର ପ୍ରଧାନଶିକ୍ଷକ କୁଠି ତିଆରି ଦାଇତିଅରେ ରହିଥିଲେ। ହେଲେ ବଡ଼ଭାରି ହେରଫେର ଲାଗି କୁଠି ତିଆରିବେଲେ ଛାୟା ଭାଂଗିଯାଇଥିଲା। ଯେନ୍‌ଟାକେ ନେଇ ଗଁାବାସୀକର ଭିତରେ ଅସନ୍‌ତୋଷ ଦେଖାଦେଇଥିଲା। ବିଭାଗୀୟ ତଦଁତ୍‌ ଉତାରୁ ଇ ନୂତନ କୁଠି ତିଆରି କାମ୍‌କେ ବଁଦ୍‌ କରି ଦିଆଯାଇଥିଲା। ସେଦିନ୍‌ଠାନୁ ଆଏଜ୍‌କେ ୫ ବଛର ହେଲା ନୂତନ କୁଠି ତିଆରି କାମ୍‌ ଅଧାପନ୍‌ତରିଆ ହେଇ ପଡ଼ିରହିଛେ। ଇଆଡ଼େ ପଢ଼ାକୁଠି ଅଭାବ୍‌ ଲାଗି ଛାତ୍ରୀଛାତ୍ର, ଶିକ୍ଷକ ବଡ଼ଭାରି ସମସିଆର ସାମନା କରୁଛନ୍‌। ଅଫିସ ଘର ସମେତ ୨ ବଖରା ଘରେ ୮ଟା ଶ୍ରେଣୀର ଛାତ୍ରୀଛାତ୍ର ବସି ପାଠ୍‌ ପଢ଼ୁଛନ୍‌। ଇ ବାବ୍‌ଦେ ପ୍ରଧାନଶିକ୍ଷକ ଯବଦୁ ପଧାନକଁର ମତାମତ ନାଇଁ ମିଲିପାରି। ସ୍କୁଲ ପରିଚାଲନା କମିଟିର ସଭାପତି ପ୍ରସାଦି ସାହୁ କହିଛନ୍‌ ଯେ, ଇ କାମ୍‌ଟା ପୂରବର ପ୍ରଧାନ ଶିକ୍ଷକକଁର ଅମଲର। ତାହାକୁ ଉନିଆ ସ୍କୁଲକେ ବଦଲି ହେଇଯାଇଛେ। ନୂତନ କୁଠିର ତିଆରି କାମ୍‌ ଅଧାପନ୍‌ତରିଆ ହେଇ ପଡ଼ିଛେ। ଦୁଖର କଥା ଇ ବାବ୍‌ଦେ ଶିକ୍ଷା ବିଭାଗ କି ପରଶାସନକେ ଜନାଲେ କେହି କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେବାର ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri