Posted inଭଦ୍ରକ

ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଭଣ୍ଡାରିପୋଖରୀ, ୨୮।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦୁଇଦିନ ଧରି ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ଧାନ ଅମଳ ସମୟରେ ଏଭଳି ଅଦିନିଆ ବର୍ଷାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଚାଷୀମାନେ ଖରିଫ ଧାନ କାଟି ବିଲରେ ପକାଇଥିବାବେଳେ କେତେକ ସ୍ଥାନରେ ଧାନ କଟା ମଧ୍ୟ ହୋଇ ନାହିଁ। ଯେଉଁ ଧାନ କଟା ହୋଇଛି ତାକୁ ଆଣିବାକୁ ବନ୍ଧାବନ୍ଧି କାମ ସାରିଛନ୍ତି। କେତେଜଣ ଚାଷୀ ଧାନକୁ ଟ୍ରାକ୍ଟର ଓ ଭାର ଯୋଗେ ବୋହି ଆଣୁଥିବାବେଳେ କେତେକ ବିଲରେ କ୍ଷେତକୁ ପଞ୍ଜା ମାରି ରଖିଛନ୍ତି। ବିଲରେ କଟା ହୋଇପଡ଼ିଥିବା ଓ ମେଶିନ କାଟିଥିବା ଧାନକୁ ସୁରକ୍ଷିତ ରଖିବା ଲାଗି ଜରିପାଲ ଘୋଡ଼ାଇ ରଖିବା ସାର ହୋଇଛି। ଚଳିତବର୍ଷ ବିଳମ୍ବରେ ଖରିଫ ଧାନ ଚାଷ ହୋଇଥିବାବେଳେ ଥୋଡ଼ ବାହାରିବା ବେଳକୁ ବୁଲ୍‌ବୁଲ୍‌ ବାତ୍ୟା ଦାଉ ସାଧିଲା। ଏହା ପରେ ପରେ ଧାନରେ ରୋଗପୋକ ଲାଗିଲା। ଏବେ ପୁଣି ପାଚିଲା ଧାନ ବେଳକୁ ଅଦିନିଆ ବର୍ଷା ଚିନ୍ତାରେ ପକାଇଛି। କଟାଧାନକୁ ସାଇତି ରଖିବାରେ ଚାଷୀଙ୍କ ପରିବାର ଲାଗିପଡ଼ିଛନ୍ତି। ଏଭଳି ବର୍ଷା ଲାଗି ରହିଲେ ଓଦାଧାନକୁ ସମବାୟ ସମିତିରେ ବିକ୍ରି କରିବାରେ ସମସ୍ୟା ସୃଷ୍ଟି ହେବା ସହ ଧାନ ଗଜା ହୋଇପାରେ ବୋଲି ସ୍ଥାନୀୟ ଅଞ୍ଚଳର କେତେକ ଚାଷୀ ଆଶଙ୍କା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି…

୧୨ ଘଣ୍ଟିଆ ଭାରତ ବନ୍ଦ: ଭଦ୍ରକରେ ଜୋରଦାର ପ୍ରଭାବ

ଭଦ୍ରକ, ୧୨।୨(ସନାତନ ରାଉତ):କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି l ଭଦ୍ରକ ସହରରେ ଏହାର ଜୋରଦାର ପ୍ରଭାବ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ଆଜି ଓଡ଼ିଶା ବନ୍ଦ: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ଠପ୍‌

ଭଦ୍ରକ, ୨୮।୧(ସନାତନ ରାଉତ): ଭଦ୍ରକରେ ବନ୍ଦ ପାଳନ ଜୋରଦାର ହେଉଛି । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି…

ଧାନ କିଣାରେ ବିଭ୍ରାଟ : ବିଷ ବୋତଲ ଧରି ଧାରଣାରେ ବସିଲେ ଚାଷୀ

ବାସୁଦେବପୁର , ୨୭।୧(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତର ବଛାଦା ସେବା ସମବାୟ ସମିତିରେ ଧାନ କିଣାରେ ବିଭ୍ରାଟ ନେଇ ମଙ୍ଗଳବାର ବିଷ ବୋତଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri