Categories: ବାଣିଜ୍ୟ

ଅଣ ସବ୍‌ସିଡି ଏଲ୍‌ପିଜି ଦର ୫୩ ଟଙ୍କା କମିଲା

ନୂଆଦିଲ୍ଲୀ, ୨-୩: ଅଣ ସବ୍‌ସିଡି ଏଲପିଜି ଗ୍ୟାସର ସିଲିଣ୍ଡର ପିଛା ମୂଲ୍ୟ ରବିବାର ୫୩ ଟଙ୍କା ହ୍ରାସ ଘଟିଛି। ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ଏହା ୫୩ ଟଙ୍କା କମିଥିବା ବେଳେ ୧୯ କିଲୋ ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ୮୪.୨୦ ଟଙ୍କା ଶସ୍ତା ହୋଇଥିବା ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେଶନ ପକ୍ଷରୁ ସୂଚନା ରହିଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ୮୫୮.୫୦ ଟଙ୍କାର ସିଲିଣ୍ଡର ବର୍ତ୍ତମାନ ୮୦୫.୫୦ ଟଙ୍କାରେ ଉପଲବ୍ଧ ହେଉଛି। ପୂର୍ବରୁ ଅଗଷ୍ଟ ୨୦୧୯ ଏବଂ ଫେବୃୟାରୀ ୨୦୨୦ ମଧ୍ୟରେ ଏଲ୍‌ପିଜି ମୂଲ୍ୟ ମୋଟ ୬ଥର ପରିବର୍ତ୍ତନ ହେବା ସହ ୫୦% ବଢିଥିଲା। ଇଣ୍ଡିଆନ ଅଏଲ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଦିଲ୍ଲୀ, ମୁମ୍ବାଇ, କଲିକତା ଏବଂ ଚେନ୍ନାଇରେ ୧୪.୨ ଲିଟର ବିଶିଷ୍ଟ ଅଣସବସିଡି ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ଯଥାକ୍ରମେ ୮୦୫.୫୦ ଟଙ୍କା, ୭୭୬.୫୦ ଟଙ୍କା, ୮୩୯.୫୦ ଟଙ୍କା ଏବଂ ୮୨୬ ଟଙ୍କା ରହିଛି। ସୂଚନା ଯୋଗ୍ୟ ଜାନୁୟାରୀରେ ଅଣସବ୍‌ସିଡି ଏଲ୍‌ପିଜି ସିଲିଣ୍ଡର ପିଛା ପ୍ରାୟ ୧୫୦ ଟଙ୍କା ବୃଦ୍ଧି ଘଟିଥିଲା।

Share