Categories: ଜାତୀୟ

ଅଣସଦସ୍ୟ ଭାବେ ଉଦ୍ଧବ ଅଷ୍ଟମ ମୁଖ୍ୟମନ୍ତ୍ରୀ

ମୁମ୍ବାଇ, ୨୯।୧୧:ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଉଦ୍ଧବ ଠାକ୍‌ରେ ଗୁରୁବାର ପ୍ରଥମ ଥର ଲାଗି ଶପଥଗ୍ରହଣ କରିଛନ୍ତି। ତେବେ ସେ ଏବେ ବିଧାନସଭା/ ବିଧାନ ପରିଷଦର ସଦସ୍ୟ ନାହାନ୍ତି। ଅଣସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ହେବା ଉଦ୍ଧବ ମହାରାଷ୍ଟ୍ରରେ ଅଷ୍ଟମ ରାଜନେତା। ତାଙ୍କ ପୂର୍ବରୁ ଅଣସଦସ୍ୟ ଭାବେ କଂଗ୍ରେସ ନେତା ଏ.ଆର୍‌. ଆନ୍ତୁଲେ, ବସନ୍ତଦାଦା ପାଟିଲ, ଶିବାଜୀରାଓ ନିଲଙ୍ଗେକର-ପାଟିଲ, ଶଙ୍କରରାଓ ଚଭନ, ସୁଶିଲ କୁମାର ସିନ୍ଦେ ଓ ପୃଥ୍ବୀରାଜ ଚଭନ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିଥିଲେ। ସାମ୍ବିଧାନିକ ନିୟମ ଅନୁଯାୟୀ, ବିଧାନସଭା/ ବିଧାନ ପରିଷଦର ସଦସ୍ୟ ନ ଥାଇ ଶପଥଗ୍ରହଣ କଲେ, ତା’ର ୬ ମାସ ମଧ୍ୟରେ ନିର୍ବାଚିତ ହେବା ଜରୁରୀ। ତେବେ ଯାଇ ତାଙ୍କ ପଦ ସୁରକ୍ଷିତ ରହିପାରିବ।

Share