ଅଢେଇ ବର୍ଷରେ ୧୦ ହଜାରରୁ ଅଧିକ ମିଛ କହିଛନ୍ତି ଆମେରିକା ରାଷ୍ଟ୍ରପତି

ୱାଶିଂଟନ, ୨୩।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଭେଟିଥିଲେ। ଏହି ସମୟରେ କଶ୍ମୀର ସମସ୍ୟା ଉଠିଥିଲା। ଟ୍ରମ୍ପ କହିଥିଲେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ନିବେଦନ କରିଛନ୍ତି। ତେବେ ଭାରତ ପକ୍ଷରୁ ଏହାକୁ ଦୃଢ ଭାବେ ଖଣ୍ଡନ କରାଯାଇଛି। ଟ୍ରମ୍ପ ମିଛ କହୁଥିବା ଭାରତ କହିଛି। ଏପରିକି ଟ୍ରମ୍ପଙ୍କ ବୟାନକୁ ଆମେରିକାର ସାଂସଦମାନେ ମଧ୍ୟ ନାପସନ୍ଦ କରିଛନ୍ତି। ତେବେ ଆମେରିକା ରାଷ୍ଟ୍ରପତି ଟମ୍ପ ମିଛ ଧରାପଡିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକଥର ତାଙ୍କ ମିଛ ଧରାପଡିଛି। କାର୍ଯ୍ୟକାଳର ଅଢେଇ ବର୍ଷ ଭିତରେ ସେ ୧୦ ହଜାରରୁ ଅଧିକ ମିଛ କହିଛନ୍ତି।
ଓ୍ବାଶିଂଟନ୍‌ ପୋଷ୍ଟ ଫ୍ୟାକ୍ଟ ଚେକର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଟମ୍ପ ୨୦୧୮ରେ ପ୍ରତିଦିନ ୧୭ଥର ମିଛ କହିଛନ୍ତି। ୨୦୧୭ ଅପେକ୍ଷା ୨୦୧୮ରେ ସେ ଅଧିକ ମିଛ କହିଛନ୍ତି। ଗତ ୧୮ ମାସ ଭିତରେ ସେ ମୋଟ ୧୩ ଲକ୍ଷ ୪୦ ହଜାର ୩୩୦ଟି ଶବ୍ଦ କହିଛନ୍ତି। ସେଥିମଧ୍ୟରେ ୫.୧ ପ୍ରତିଶତ ମିଥ୍ୟା ଶବ୍ଦ। ଟମ୍ପଙ୍କ ପ୍ରତି ୧୪ଟି ଟବ୍ଦରେ ଗୋଟିଏ ଶବ୍ଦ ମିଛ ଥାଏ ବୋଲି କୁହାଯାଉଛି।

Share