ଅଡୁଆରେ ଭିସା ଷ୍ଟିଲ: କାରଖାନା ବନ୍ଦ ପାଇଁ ଏନ୍‌ଜିଟିର ନିର୍ଦ୍ଦେଶ

ଯାଜପୁର ଅଫିସ,୧୭ା୮- କଳିଙ୍ଗନଗର ଭିସା ଷ୍ଟିଲ କାରଖାନା ଦ୍ୱାରା ଉକତ୍ଟ ବାୟୁ ଓ ଜଳ ପ୍ରଦୂଷଣ ପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)କୁ କଡ଼ା ନିର୍ଦ୍ଦେଶ ହୋଇଛି। ଏନ୍‌ଜିଟିରେ ଆବେଦନ ସଂଖ୍ୟା ୧୯/୨୦୧୯ (ଇଜେଡ) ଉପରେ ଗତ ୯ ତାରିଖରେ ହୋଇଥିବା ଶୁଣାଣିରେ ଭିସା ଷ୍ଟିଲର ବର୍ଜ୍ୟଜଳ ଛାଡ଼ିବା ମାମଲାରେ ଏସ୍‌ପିସିବିକୁ ସମ୍ପୂର୍ଣ୍ଣ ଦାୟୀ କରାଯାଇଛି। ଶୁଣାଣିର ୨ମାସ ମଧ୍ୟରେ ଭିସା ଷ୍ଟିଲ କାରଖାନା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ ସମାଜ ପାଇଁ କାରଖାନାର ଏହି କାର୍ଯ୍ୟ ଅପରାଧ ବୋଲି ଏନ୍‌ଜିଟି ଅଭିହିତ କରିଛି। ମାଟି, ପାଣି ଆଦି ପରିବେଶଗତ କ୍ଷତିପୂରଣ ଆଦାୟ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛି। ଏଥିରେ ଏସ୍‌ପିସିବି ବିଫଳ ହେଲେ ଜରିମାନା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି।
ଭିସା ଷ୍ଟିଲ କାରଖାନା ନିୟମିତ ଗଣ୍ଡାନାଳା ଓ ଚାଷ ଜମିକୁ ବିଷାକ୍ତ ପାଣି ଛାଡୁଥିବା ଅଭିଯୋଗରେ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲା। ମିଡିଆରେ ପ୍ରକାଶିତ ଖବର, ଏସ୍‌ପିସିବିର ନିର୍ଦ୍ଦେଶ, ଭିଡିଓ କ୍ଲିପିଂ ଆଦି ଅଭିଯୋଗରେ ସଂଯୋଗ କରି ଆବଶ୍ୟକ ପଦକ୍ଷେପ ନେବାକୁ ସମିତି ପକ୍ଷରୁ ପ୍ରାର୍ଥନା କରାଯାଇଥିଲା। କାରଖାନାର ଇନ୍‌ଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ(ଇଟିପି) ଦକ୍ଷ ଭାବେ କାର୍ଯ୍ୟକାରୀ ହେଉ ନ ଥିବା, କାରଖାନାରୁ ବର୍ଜ୍ୟଜଳ ବାହାରକୁ ଛଡା ଯାଉଥିବା ଆଦି ଟ୍ରିବ୍ୟୁନାଲ ଅନୁଭବ କରିଥିଲା। ଏହାପରେ ଟ୍ରିବ୍ୟୁନାଲ ଏପ୍ରିଲ ୯ରେ ଏସ୍‌ପିସିବିକୁ ତଦନ୍ତ କରି ୧୦ା୬ା୨୦୧୯ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ସହ ସବିଶେଷ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏସ୍‌ପିସିବି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ନ ମାନି ନିରବ ରହିଥିଲା। ଏଥିଯୋଗୁ ଏନ୍‌ଜିଟି ଏସ୍‌ପିସିବି ଉପରେ ଅସନ୍ତୋଷ ପ୍ରକାଶ କରିଛି। ତେବେ ଗତ ୨୪ା୭ା୨୦୧୮ରେ ଏସ୍‌ପିସିବି ତଦନ୍ତ ରିପୋର୍ଟରେ ଭିସା କାରଖାନା ପଛପଟ ଦେଇ ଏକ କଲଭର୍ଟ ଜରିଆରେ ବର୍ଜ୍ୟଜଳ ବାହାରକୁ ନିର୍ଗତ ହେଉଥିବା ଜାଣିବାକୁ ପାଇଥିଲା। ବର୍ଜ୍ୟପାଣି ନମୂନା ସଂଗ୍ରହ କରି ପରୀକ୍ଷା କରିବା ପରେ ସେଥିରେ ସାଇନାଏଡ, କ୍ରୋମିୟମ, ଫେନଲ ଆଦି ରାସାୟନିକ ପଦାର୍ଥ ମିଳିଥିଲା। ଏମ୍ବିଏଣ୍ଟ ଏୟାର କ୍ବାଲିଟି ସିଷ୍ଟମ ମଧ୍ୟ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ବିଷାକ୍ତ ଧୂଳିଧୁଆଁ ବାହାରୁ ଥିବା ଏସ୍‌ପିସିବି ଲକ୍ଷ୍ୟ କରିଥିଲା। କିନ୍ତୁ କୌଣସି ବିହିତ ପଦକ୍ଷେପ ନ ନେଇ ଏସ୍‌ପିସିବି ଗତ ୪ା୮ା୨୦୧୮ରେ ଏକ କାରଣ ଦର୍ଶାଅ ନୋଟିସ ଦେଇ ନିରବ ରହିଥିଲା ା ଏପରିକି କୌଣସି ସମସ୍ୟାର ସମାଧାନ ନ କରି ପୁଣି କାରଖାନା ଚଳାଇବାକୁ ଅନୁମତି ଦେଇଥିଲା ବୋଲି ଏନ୍‌ଜିଟି ନିର୍ଦ୍ଦେଶରେ ଉଲ୍ଲେଖ କରିଛି। ଏହିକ୍ରମରେ ଏସ୍‌ପିସିବି ମୌଳିକ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଛି ବୋଲି ଏନ୍‌ଜିଟି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏହାପରେ କାରଖାନା ନିୟମିତ ଭାବେ ବିଷାକ୍ତ ପାଣି ଚାଷ ଜମିକୁ ଛାଡୁଥବା ସଂକ୍ରାନ୍ତରେ ଆବେଦନକାରୀ ପୁଣି ଅତିରିକ୍ତ ସତ୍ୟପାଠ ଦାଖଲ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଏନ୍‌ଜିଟି ଭିସା ଷ୍ଟିଲ କାରଖାନା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ଆବଶ୍ୟକସ୍ଥଳେ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅନୁଯାୟୀ କାରଖାନା ବିରୋଧରେ ଆପରାଧିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କାରଖାନାରୁ ଯେପରି ବର୍ଜ୍ୟଜଳ ବାହାରକୁ ନ ଯିବ ସେଥିପାଇଁ ଏସ୍‌ପିସବି ନିଶ୍ଚିତ ହେବା ଜରୁରୀ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ମାମଲାକୁ ଶଙ୍କରପ୍ରସାଦ ପାଣି ଓ ଏ.ଡି. ଭୋବେ ପରିଚାଳନା କରୁଥିଲେ। କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ସଭାପତି ତଥା ଆବେଦନକାରୀ ଅଶ୍ୱିନୀ କୁମାର ଧଳ କୁହନ୍ତି, ଦୁର୍ଭାଗ୍ୟର ବିଷୟ ଯେ, ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଏସ୍‌ପିସିବିର କୌଣସି ମାଷ୍ଟର ପ୍ଲାନ ନାହିଁ ା ଏନ୍‌ଜିଟିର ନିର୍ଦ୍ଦେଶକୁ ସେ ସ୍ବାଗତ କରୁଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ, ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ଫଟୋ ଅଛି ା


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri