ଅଡୁଆରେ ଟମାଟୋ ଚାଷୀ

କେନ୍ଦୁଝର, ୨୬ା୨(ସ୍ବ.ପ୍ର.)-ଚାଷକୁ ପ୍ରୋତ୍ସାହନ ମିଳୁଥିବା ବେଳେ ଚାଷୀଙ୍କୁ ପ୍ରୋତ୍ସାହନ ମିଳୁନାହିଁ। ଫଳରେ ଅନେକ ସମୟରେ ଅଧିକ ଉତ୍ପାଦନ କରି ଚାଷୀ ଅଡୁଆରେ ପଡୁଛନ୍ତି। ଏଭଳି ଅଡୁଆରେ ସଦର ବ୍ଲକର ରାଇସୁଆଁ, ପଦ୍ମପୁର, ନୂଆଗାଁ ଆଦି ପଞ୍ଚାୟତର ଚାଷୀ ମାନେ ପଡିଯାଇଛନ୍ତି ା ଏହି ଅଞ୍ଚଳର ଚାଷୀମାନେ ଚାଷ କରି ପନିପରିବା କେନ୍ଦୁଝର ସହର ତଥା ଆଖପାଖ ଅଞ୍ଚଳକୁ ଯୋଗାଇଦେଇଥାନ୍ତି ା ପ୍ରତ୍ୟେକ ବର୍ଷ ପ୍ରଚୁର ପରିମାଣରେ ବିଲାତି ଚାଷ କରୁଥିଲେ ହେଁ ବିକ୍ରିବଟା ବା ସଂରକ୍ଷଣର କୌଣସି ବ୍ୟବସ୍ଥା ନ ଥିବାରୁ କ୍ଷତିଗ୍ରସ୍ତ ହେଉଛନ୍ତି। ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ପନିପରିବାର ଉଚିତ ମୂଲ୍ୟ ପାଉନାହାନ୍ତି। ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ନାହିଁ ା ଏଣୁ ବହୁ ପରିମାଣରେ ବିଲାତି ଅନେକ ସମୟରେ ବିକି ନ ପାରି ପଚିଯାଇ ନଷ୍ଟ ହେଉଥିବାରୁ ଚାଷୀମାନେ ଚିନ୍ତାରେ ରହୁଛନ୍ତି। ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପ୍ରତ୍ୟେକ ବର୍ଷ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳୁଛି କିନ୍ତୁ ଅଦ୍ୟାବଧି ପ୍ରତିଷ୍ଠା ହୋଇନାହିଁ। ସେହିପରି ଅଭାବୀ ବିକ୍ରି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ପ୍ରଶାସନ ତତ୍ପରତା ଦେଖାଇ ବିକିବା ପାଇଁ ବ୍ୟବସ୍ଥା ଗ୍ରହଣ କରେ ା କିନ୍ତୁ ସ୍ଥାୟୀ ବ୍ୟବସ୍ଥା କରାଯାଉ ନ ଥିବାରୁ ଅସନ୍ତୋଷ ବଢୁଛି।
ଅନ୍ୟପକ୍ଷେ ଅଦିନିଆ ବର୍ଷା ଯୋଗୁ ବିଲାତିଗୁଡ଼ିକ ଜମିରେ ପଡି ପଡି ନଷ୍ଟ ହେଉଛି। ସେହିପରି ବଜାରରେ ବେପାରୀ ବା ଗ୍ରାହକ ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି। ଜିଲାରେ ସରକାରଙ୍କ ଦ୍ୱାରା ବହୁ ହଷ୍ଟେଲ ଚାଲୁଥିଲେ ହେଁ ସେସବୁ ପାଇଁ ପ୍ରଶାସନ ବିଲାତି କିଣି ଯୋଗାଇବା ପାଇଁ ବ୍ୟବସ୍ଥା କରୁ ନ ଥିବା ଏବଂ ବାହାରୁ ବେପାରୀ ଆସୁ ନ ଥିବାରୁ ବାହାରକୁ ଚାଲାଣ ହୋଇପାରୁ ନାହିଁ। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଭାବୀ ବିକ୍ରି ଓ ନଷ୍ଟ ହେବା ଆଶଙ୍କା କରି ଚାଷୀ ଚିନ୍ତାରେ ଅଛନ୍ତି। ସୋମବାର ବହୁ ସଂଖ୍ୟାରେ ଚାଷୀ ସାଇକେଲ, ବାଇକ, ଅଟୋ ଆଦିରେ ବୋଝ ଓ ବସ୍ତାରେ ବିଲାତି ବୋହି ଡେଲି ମାର୍କେଟକୁ ଆଣିଥିଲେ ହେଁ କିଣିବା ପାଇଁ କେହି ନ ଆସିବାରୁ ନିରାଶ ହୋଇ ଫେରିଛନ୍ତି। ଏଣେ ବର୍ଷା ହେବାରୁ ବିଲାତି ଗୁଡିକ ପଚିଯିବା ଆଶଙ୍କା କରିଛନ୍ତି ଚାଷୀ। ଏଣୁ ପ୍ରଶାସନ ପକ୍ଷରୁ ବଜାର ବ୍ୟବସ୍ଥା କରିବା ସହ ଶୀତଳ ଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା, ବିଭିନ୍ନ ହଷ୍ଟେଲ ମାନଙ୍କୁ ବିଲାତି ଯୋଗାଣ ଆଦି ବ୍ୟବସ୍ଥା କରାଗଲେ ଚାଷୀ ଉପକୃତ ହୋଇପାରିବେ ବୋଲି ଉକ୍ତ ଅଞ୍ଚଳର ଜଣେ ଚାଷୀ ଜୟନୁଲ ଆବେଦିନ କହିଛନ୍ତି। ଧାରକରଜ କରି ଓ ପରିଶ୍ରମ କରି ଚାଷ କରିଛନ୍ତି ା ବିକିଲେ ଋଣ ଶୁଝିବେ ଓ ପରିବାର ଚଳାଇବେ ା ନ ବିକିଲେ କଣ କରିବୁ ବୋଲି ଚାଷୀ ଶୁକଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

୩୪ ବର୍ଷ ପରେ ପ୍ରଥମ ବାର୍ଷିକ ଉତ୍ସବ: ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ

ଦାରିଙ୍ଗବାଡି, ୨୦/୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ପାଟ୍ଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟର…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା: ୧୪୦ରୁ ଊଦ୍ଧର୍‌ବ ପ୍ରତିଯୋଗୀଙ୍କ କୃତିତ୍ୱ ଅର୍ଜନ

ଭଞ୍ଜନଗର,୧୯/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସବ ଟ୍ରେଜେରୀ ଅଫିସର୍‌…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri