ଅଡବା ପୋଲିସ କର୍ମଚାରୀଙ୍କ ଦ୍ୱାରା ରକ୍ତଦାନ ଶିବିର

ମୋହନା,୨୪।୧(ଡି.ଏନ୍‌.ଏ.): ଗଜପତି ଜିଲାର ମୋହନା ବ୍ଲକ ଅନ୍ତର୍ଗତ ଅଡବା ପୋଲିସ କର୍ମଚାରୀଙ୍କ ଦ୍ୱାରା ଶୁକ୍ରବାର ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆର. ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ଯୋଗ ଦେଇ ରକ୍ତଦାନ ମହାପୁଣ୍ୟର ମହତ୍ୱକୁ ଜନସାଧାରଣଙ୍କୁ ବୁଝାଇଥିଲେ। ଅଡବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ବ୍ରହ୍ମପୁର ରକ୍ତ ସଂରକ୍ଷଣ କେନ୍ଦ୍ରର ଏଲ୍‌ ଆଇ ହରେକୃଷ୍ଣ ସାହୁ, ଏନ୍‌. ବି ପ୍ରଧାନ ପ୍ରମୁଖ ଯୋଗଦେଇ ୩୬ ୟୁନିଟ ରକ୍ତ ସଂଗ୍ରହ କରିଥିଲେ।