ଅଟୋ ସହ ବାର୍‌ହା ଧକ୍କା, ୬ ଆହତ

ବେଗୁନିଆପଡା,୯ା୯(ଡି.ଏନ.ଏ.)-ବେଗୁନିଆପଡ଼ା ଫାଣ୍ଡି ବୁରୁଝରିଠାରୁ ସୁମଣ୍ଡଳ ରାସ୍ତା ମଝିରେ ସୋମବାର ଅଟୋ ସହ ଏକ ବାର୍‌ହାର ଧକ୍କା ହେବାରୁ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନେ ହେଲେ ହାଡୁ ମୁଦୁଲି, ଦୁବ ନାୟକ, ବିଷ୍ଣୁ ସେଠୀ, ସୁନ୍ଦରୀ ସାହୁ, ପ୍ରତିମା ବେହେରା ଓ ମାନି ଡାକୁଆ। ସମସ୍ତଙ୍କୁ ସୁମଣ୍ଡଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହାଡୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଅନ୍ୟଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ଅଟୋଟି ଯାତ୍ରୀଙ୍କୁ ନେଇ ସୁମଣ୍ଡଳରୁ ବେଗୁନିଆପଡ଼ା ଯିବା ବେଳେ ବଣିଆବାଡ଼ି ନିକଟରେ ରାସ୍ତା ପାର୍ଶ୍ୱ ଜଙ୍ଗଲରୁ ହଠାତ୍‌ ଏକ ବାରହା ରାସ୍ତା ଉପରକୁ ଆସି ଅଟୋ ସହ ଧକ୍କା ହୋଇଥିଲା। ଫଳରେ ଦୁର୍ଘଟଣା ଘଟିଥିଲା।