ଅଟୋ ଓଲଟି ୭ ଆହତ, ଜଣେ ଗୁରୁତର

ବୁଗୁଡ଼ା,୧୬ା୧୨(ଡି.ଏନ.ଏ.)-ବୁଗୁଡ଼ା ସହର ଚଢ଼ିଆପଲ୍ଲୀ ମୁଖ୍ୟରାସ୍ତାରେ ସୋମବାର ଏକ ଅଟୋ ଓଲଟି ପଡ଼ିବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନେ ହେଲେ ବଗୁଡ଼ା ଥାନା ତାକରଡ଼ା ଗ୍ରାମର ପୂର୍ବତନ ସମିତିସଭ୍ୟ ମୁକୁନ୍ଦ ନାୟକ, ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ଅଳିୟ ନାୟକ, ଉଦୟନାଥ ନାୟକ, ଶଙ୍କର ନାୟକ, ନାରାୟଣ ପ୍ରଧାନ ଓ ବ୍ରଜେନ୍ଦ୍ର ପ୍ରଧାନ।
ସକାଳେ ୭ଜଣ ବ୍ୟକ୍ତି ତାକରଡ଼ାରୁ ଅଟୋରେ ପୋଲସରା ଯାଉଥିବା ବେଳେ ଚଢ଼ିଆପଲ୍ଲୀ ମୁଖ୍ୟରାସ୍ତାରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅଳିୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି।