ଅଟୋ ଓଲଟି ବୃଦ୍ଧାଙ୍କ ଜୀବନ ଗଲା

ରାୟଗଡ଼ା ଅଫିସ,୧୪।୧୨: ରାୟଗଡ଼ା ଜିଲା ସେସକାଲ ଥାନା ଅଧିନସ୍ଥ ଗ୍ରାମର ବାଇସିଂ ଘାଟିରେ ଏକ ଓଟୋ ଓଲଟି ଜଣେ ବୃଦ୍ଧାଙ୍କ ଜୀବନ ଚାଲିଯାଇଛି।
ସୂଚନାଯୋଗ୍ୟ, କାଶୀପୁର ବ୍ଲକର ଉପରକମ୍ପର ଗ୍ରାମର ମଙ୍ଗଳା ଖୋସଲା (୬୦) ଏବଂ ତାଙ୍କ ସମ୍ପର୍କୀୟମାନେ ଶୁକ୍ରବାର ଏକ ଅଟୋ ଯୋଗେ ବିବାହ ପ୍ରସ୍ତାବ ନେଇ ବାଇସିଂ ଗ୍ରାମକୁ ଯାଉଥିଲେ। ସେହି ସମୟରେ ବାଇସିଂ ଘାଟିରେ ଚାଳକ ଭାରସାମ୍ୟ ହରାଇବାରୁ ଅଟୋଟି ଓଲଟି ପଡ଼ିଥିଲା। ଏଥିରେ ମଙ୍ଗଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଶନିବାର ମଙ୍ଗଳାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।