ଅଜୟଙ୍କ ନୂଆ ବଡିଗାର୍ଡକୁ ପ୍ରଶଂସା କଲେ ମୋଦି, ଶାହା

ମୁମ୍ବାଇ: ବିଭିନ୍ନ ସମୟରେ ନିଜ ଅଭିନୟକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ନାୟକ ଅଜୟ ଦେବଗନ ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ତାଙ୍କର ନୂଆ ବଡିଗାର୍ଡକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ଇଏ ଏମିତି ବଡିଗାର୍ଡ ଯାହାକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ପ୍ରଶଂସା କରିଛନ୍ତି। ଅଜୟଙ୍କ ଏହି ବଡିଗାର୍ଡର ନାଁ ହେଉଛି ସେତୁ। ଏହା ଆଉ କେହି ନୁହେଁ ବରଂ ଭାରତ ସରକାରଙ୍କ ଆରୋଗ୍ୟ ସେତୁ ଆପ୍‌। ଅଜୟ ଏକ ଭିଡିଓ ମାଧ୍ୟମରେ ଏହି ସେତୁ ତାଙ୍କୁ କିପରି ସୁରକ୍ଷା ଦେଉଛି ତାହା କହିଛନ୍ତି। ସେ କହିଛନ୍ତି ଏହି ସେତୁ ସଭିଙ୍କୁ ସୁରକ୍ଷା ଦେଇପାରିବ। ଅଜୟଙ୍କ ଏହି ଭିଡିଓ ଦେଖିବା ପରେ ମୋଦି ଏହାର ପ୍ରଶଂସା କରିଛନ୍ତି। ମୋଦି ଏହାକୁ ରିଟୁଇଟ୍‌ କରି ଏହା ବହୁତ ଭଲ ବୋଲି କହିଛନ୍ତି। ଆରୋଗ୍ୟ ସେତୁ ଆମକୁ ସୁରକ୍ଷା ଦେବା ସହ ଆମ ପରିବାର ଓ ଦେଶକୁ କରୋନାଠାରୁ ସୁରକ୍ଷା ଦେବ ବୋଲି ମୋଦି ଲେଖିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଅଜୟଙ୍କ ଭିଡିଓର ପ୍ରଶଂସା କରିବା ସହ ଲେଖିଛନ୍ତି, ବାସ୍ତବରେ ଆରୋଗ୍ୟ ସେତୁ ପ୍ରତି ଭାରତୀୟଙ୍କ ପର୍ସନାଲ ବଡିଗାର୍ଡ।

Share