Posted inଫୁରସତ

ଅଜବ ସାପ

ପୃଥିବୀରେ ସମୁଦାୟ ୩୦୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସାପ ଦେଖାଯାଆନ୍ତି। କିଏ ବଡ଼ ତ କିଏ ଛୋଟ, କିଏ ଆଦୌ ବିଷାକ୍ତ ନୁହେଁ ତ କିଏ ଅତ୍ୟନ୍ତ ବିଷାକ୍ତ ଆଉ ପୁଣି କିଏ ରଙ୍ଗବେରଙ୍ଗ। ତେବେ ଜାଣିବା କେତେକ ଅଜବ ସାପ ସମ୍ପର୍କରେ…

ପୃଥିବୀରେ ସମୁଦାୟ ୩୦୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସାପ ଦେଖାଯାଆନ୍ତି। କିଏ ବଡ଼ ତ କିଏ ଛୋଟ, କିଏ ଆଦୌ ବିଷାକ୍ତ ନୁହେଁ ତ କିଏ ଅତ୍ୟନ୍ତ ବିଷାକ୍ତ ଆଉ ପୁଣି କିଏ ରଙ୍ଗବେରଙ୍ଗ। ତେବେ ଜାଣିବା କେତେକ ଅଜବ ସାପ ସମ୍ପର୍କରେ…
୧- ଟେଣ୍ଟାକିଲ୍ଡ ସ୍ନେକ୍‌: ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ଏହି ଅଜବ ସାପଟିର ମୁଣ୍ଡରେ ଦୁଇଟି ଶିଙ୍ଗ ସଦୃଶ (ଟେଣ୍ଟାକିଲ୍‌) ଅଂଶ ରହିଛି। ସେଥିପାଇଁ ଏହାର ନାମ ଏପରି କରାଯାଇଛି। ଏହି ଟେଣ୍ଟାକିଲ୍‌ ତାକୁ ଏକ ଆଣ୍ଟିନା ଭଳି ଖାଦ୍ୟ ସଂଗ୍ରହରେ ବେଶ୍‌ ସାହାଯ୍ୟ କରିଥାଏ। ଏହି ସାପ ମୁଖ୍ୟତଃ ପାଣି ଭିତରେ ରହିବାକୁ ପସନ୍ଦ କରିଥାଏ। ଏହା ଏକା ସମୟରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ନିଃଶ୍ୱାସ ରୋକିପାରେ। ଏହା ମାଟି ଉପରେ ଖୁବ୍‌ ଧୀରେ ଚାଲିପାରେ। ଏହି ସାପ ବିଷାକ୍ତ ହୋଇଥିଲେ ସୁଦ୍ଧା ମଣିଷ ପାଇଁ ବିପଦପୂର୍ଣ୍ଣ ନୁହେଁ।
୨. ଫ୍ଲାଇଂ ସ୍ନେକ୍‌ : ସାପ ପୁଣି ଉଡ଼ିପାରେ, ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ଉଡ଼ନ୍ତା ସାପ; ଏପରି ନାମକରଣ କରାଯିବା ପଛରେ ରହିଛି ଏକ କାରଣ। ଏହି ସାପ ଗଛଡାଳରୁ ଡାଳ ଏତେ କ୍ଷିପ୍ର ଗତିରେ ଖସି ଖସି ଯାଇଥାଏ ଏବଂ କେବେକେବେ ଖୁବ୍‌ ଜୋରରେ ଲମ୍ଫ ପ୍ରଦାନ କରିଥାଏ, ଯାହାକୁ ଦେଖିଲେ ତାହା ଉଡୁଥିବାର ଭ୍ରମ ସୃଷ୍ଟି କରେ। ଏହି ସାପ ପେଟର ମାଂସପେଶୀ ସାହାଯ୍ୟରେ ଖୁବ୍‌ଶୀଘ୍ର ଗଛ ଚଢ଼ିଥାଏ ଏବଂ ଅନ୍ୟ ଗଛକୁ ଡେଇଁଥାଏ। ଏହି ସାପ ଦକ୍ଷିଣ ଏସିଆ ଏବଂ ଇଣ୍ଡୋନେସିଆରେ ଦେଖାଯାଇଥା’ନ୍ତି।
୩. ସ୍ପାଇନୀ ବୁଶ୍‌ ଭାଇପର: ଏହି ସାପକୁ ଛୋଟ ଡ୍ରାଗନ ବୋଲି ମଧ୍ୟ କେହି କେହି କହିଥା’ନ୍ତି। କାରଣ ଏହା ପିଠିରେ ଥିବା କାତିଗୁଡ଼ିକ କଣ୍ଟା ପରି। ଏହି ସାପ ବିଷାକ୍ତ ହୋଇଥିବା ବେଳେ ଏହାର ବିଭିନ୍ନ ପ୍ରକାରର ରଙ୍ଗ ରହିଛି। ଏହା ସାଧାରଣତଃ ମଧ୍ୟ ଆଫ୍ରିକାରେ ଦେଖାଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri