ଅଜନା ରୋଗ୍‌ରେ ପୀଡ଼ିତ ଗାୟତ୍ରୀ: ସରକାରୀ ସାହାଯ୍‌ ଆଶ୍‌ରେ ବାପ୍‌, ଭାଇ

ଭବାନୀପାଟଣା, ୨୪।୧ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ସଦର ବ୍ଲକ ଦାଦପୁର ଗଁାର ଗୁରୁ ରଣାକଁର ଝି’ ଗାୟତ୍ରୀ ରଣା(୩୬)। ସେ ଆଏଜ୍‌କେ ପାଖାପାଖି ୩ ବଛର ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ୍‌ ଅଛନ୍‌। ହେଲେ ପରିବାରଟା ନିହାତି ଗରିବ୍‌ ହେବାର ଲାଗି ତାକର ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ଗାୟତ୍ରୀକଁର ବାପ୍‌ ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ରହିଥିବାର କହିଛନ୍‌।
ସୂଚନା ଅନ୍‌ସାରେ ଦାଦପୁର ଗଁାର ଗୁରୁ ରଣା ଝି’ ଗାୟତ୍ରୀକୁଁ ୧୯ ବଛର ହେଲା ବେଲେ ବିହା କରିଦେଇଥିଲେ। ହେଲେ ବିହାଚୁରା ଉତାରୁ ବଡ଼ଭାଗି ସମିଆ ତାକର ଦିହିପା ଖରାପ ରହିଲା। ଏନ୍‌ତାଥି ଗାୟତ୍ରୀକଁର ଆପ୍‌ନେ ତାହାକୁ କେଚ୍‌କେଚା କଲାରୁ ସେ ବାପ୍‌ ଘରେ ଆସି ଆଶ୍‌ରେ ନେଇଛନ୍‌। ଗାୟତ୍ରୀକଁର ବାପ୍‌ ଘର ବି ବହୁତ୍‌ ଗରିବ୍‌। ବାପ୍‌ ଗୁରୁ ଆର ଭାଇ ଲିଟୁ କୁଲିମଜୁରି କରି ଯେନ୍‌ ଦୁଇପଏସା ରୁଜ୍‌ଗାର କରୁଛନ୍‌ ସେଥ୍‌ରେ ଘର ଚଲୁଛେ। ଯେନ୍‌ଥିରଲାଗି ସେମାନେ ଗାୟତ୍ରୀର ଉଚ ଚିକିଛା କରେଇ ନାଇଁ ପାରବାର। ଏନ୍‌ତାଥି ଗାୟତ୍ରୀ ବାପ୍‌ ଭାଇର ଉପରେ ଗୁଟେପରକାର ବୋଝ୍‌ ପାଲଟିଯାଇଛନ୍‌। ଆଏଜ୍‌କେ ପାଖାପାଖି ୩ ବଛର ହେଲା ଗାୟତ୍ରୀ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଶଢ଼ୁଛନ୍‌। ତାକର ପେଟ୍‌ ଅସୁଆଭାବିକ ଭାବେ ବଢ଼ତେଲ ଯାଉଛେ। ଗରିବ୍‌ ବାପ୍‌, ଭାଇ ଲାଗ୍‌ବରମସ କରି ଗାୟତ୍ରୀକୁଁ ଚିକିଛା ଲାଗି ବିଷମକଟକ ମିଶନାରୀ ଡାକ୍‌ତରଖାନାକେ ନେଇଥିଲେ। ସେଠାନେ ଡାକ୍‌ତର ଗାୟତ୍ରୀକଁର ଅପରେଶନ କରବାକେ ପରାମଶ ଦେଇଥିଲେ। ହେଲେ ଗରିବ୍‌ ବାପ୍‌, ଭାଇ ଟଁକା ପଏସା ଅଭାବୁ ମୁହୁଁକାନ ଶୁଖେଇ ଗାୟତ୍ରୀକୁଁ ଘରକେ ଫିରେଇ ଆନ୍‌ଲେ। ସେଦିନ୍‌ଠାନୁ ଗାୟତ୍ରୀ ଖଟେ ପଡ଼ି ରହିବାର ସଂଗେ ଦୁଖ୍‌ ଭୁଗୁଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ବାପ୍‌ ଗୁରୁ ରଣା ଗଣମାଧ୍ୟମ ଜରିଆରେ ଝି’ର ଚିକିଛା ସାହାଯ୍‌ ଲାଗି ଜିଲା ପରଶାସନକେ ଗୁହାରି କରିଛନ୍‌।