ଅଜନା ରୋଗ୍‌ରେ ଖଟେ ପଡ଼ିଛନ୍‌ ଫୁଲ

ଖପ୍ରାଖୋଲ, ୧୩।୩ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଁଚେତ୍‌ ତୁର୍ଲା ଗଁାର ବୁଡୁ ଛତର(୭୧)କଁର ମାଏକିନା ଫୁଲ ଛତର(୬୦)। ସେ ଅନେକ ଦିନ ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ବୁଡୁ ଧାରଉଧାର କରି ଆସରପାସର ଡାକ୍‌ତରଖାନାରେ ଫୁଲକଁର ଚିକିଛା କରେଇ ନିରାଶ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ଫୁଲର ଚିକିଛା କରେଇ ନାଇଁ ପାରବାର। ସେନ୍‌ତା ଦମ୍ପତି ଅନେକ ପରକାର ସରକାରୀ ଯୋଜନାରୁ ବି ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ବୁଡ଼ୁ ଛତରକଁର ପରିବାର କହେଲେ ମାଏକିନା ଫୁଲ ଗୁଟେ ପୁଓ, ଗୁଟେ ଝି’କେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ସଁପତି ବଲି କିଛି ନାଇଁ। ବୁଡୁ ଦୁଖ୍‌ସୁଖ କରି ପୁଓକେ ବିହାଚୁରା କରିଛନ୍‌। ପୁଓ ବିହାଚୁରା ଉତାରୁ ନିଜର କୁଟୁମ ଧରି ଅଲଗେ ରହୁଛନ୍‌। ଏହେଦେ ଘରେ ବୁରୁଧ୍‌ ଦମ୍ପତି ସଂଗେ ଅବିହାରି ଝି’ ରହିଛନ୍‌। ପରିବାରଟା ମୂଲ ଦିନୁ କୁଲିମଜୁରି କରି ଚଲୁଥିଲାବେଲେ ଆଏଜ୍‌କେ ୫ ବଛର ହେଲା ଫୁଲ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଖଟେ ପଡ଼ି ରହିଛନ୍‌। ଚାଲିବୁଲି ନାଇଁ ପାରବାର। ବୁଡୁ ଧାରଉଧାର କରି ଫୁଲକୁଁ ଆସରପାସର ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ସେ ତାକର ଚିକିଛା କରେଇ ନାଇଁପରୁଥିବାର କହିଛନ୍‌। ସେନ୍‌ତା ପରିବାରରେ ୩ ଝନ୍‌ ରହିଥିଲାବେଲେ ଜାତୀୟ ଖାଏଦ୍‌ ସୁରକ୍ଷା ଯୋଜନାରେ ରାଶନକାର୍ଡ ପାଏବାରୁ ବଁଚିତ୍‌ ହେଇଛନ୍‌। ହେଲେ ପଁଚେତ୍‌ କତୁରପକ୍ଷ ପରିବାରକେ ଅନ୍ନପୂର୍ଣ୍ଣା ଯୋଜନାରେ ମାସିକ ମାହାଲିଆ ୧୦ କେ.ଜି. ଚାଉଲ ଯୁଗେଇ ଦେଉଛନ୍‌। ସେନ୍‌ତା ଫୁଲକଁର ଭିନ୍ନକ୍ଷମ ପରମାନପତର ଥିଲାବେଲେ ବୁଡୁକଁର ବଏସ୍‌ ୭୦ ଟପି ଯାଇଛେ। ହେଲେ ଆଏଜ୍‌ ବି ବୁରୁଧ୍‌ ଦମ୍ପତି ଭତାରୁ ବଁଚିତ୍‌ ହେଇ ରହିଛନ୍‌। ଫୁଲ ରୋଗ୍‌ ପରଭାବରେ ଚାଲିବୁଲି ନାଇଁ ପାରବାର ଲାଗି ବୁଡୁ ତାହାକୁ ରଁାଧିବାଢ଼ି ଖାଏବାକେ ଦେଉଛନ୍‌। ଅବିହାରି ଝି’ ପରହର କୁଲିମଜୁରି କରି ଦୁଇ ପଏସା ଆନ୍‌ଲେ ଘରର ତେଲନୁନ୍‌ ଚଲୁଛେ। ଏନ୍‌ତାଥି ଫୁଲକଁର ଚିକିଛା କଥା କିଏ ପଚାରେ ବଲି ବୁଡୁ କହିଛନ୍‌। ଇ ଦିଗେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ବୁରୁଧ୍‌ ଦମ୍ପତିକୁଁ ଭତା ଆର ଫୁଲକୁଁ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ରାସ୍ତା ଆଢୁଆଳରେ ନଳକୂପ: ପିଇବା ପାଣି ପାଇଁ ହଟହଟା

ଲୋଇସିଂହା,୧୩।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟାରୁ ବାଦିବାହାଲ ଆରଡି ରାସ୍ତା ପ୍ରଶସ୍ତ ଓ ଉନ୍ନତୀକରଣ କାମ ଚାଲିଛି ା ଏହାଦ୍ୱାର ରାସ୍ତା ପାର୍ଶ୍ୱରେ ଥିବା…

ଆଜି ବିଧାୟକ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଫାଇନାଲ: ବାଦିବାହାଲ-ନଅଗାଁ(ଖ) ମଧ୍ୟରେ ମୁକାବିଲା

ଲୋଇସିଂହା,୧୪।୨(ସୁଶାନ୍ତ ବାରିକ):ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ଲୋଇସିଂହା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଧାୟକ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ଶୁକ୍ରବାର ବଲାଙ୍ଗୀର ଜିଲା ଲୋଇସିଂହା ଷ୍ଟାଡିୟମରେ…

ସାଇବର ଠକଙ୍କ କବ୍‌ଜାରେ ବଲାଙ୍ଗୀରର ୯୯୨ ଆକାଉଣ୍ଟ

ବଲାଙ୍ଗୀର,୧୪ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟର ପର୍ଦ୍ଦାଫାଶ କରିଛି। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜି ଶୁକ୍ରବାର ସ୍ଥାନୀୟ…

ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ଅଭିନବ ଉପାୟରେ କରୁଥିଲେ ଠକେଇ, ୨ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବଲାଙ୍ଗୀର, ୧୩।୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ କୋଟି କୋଟି ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାଶ କରିଛି। ଏ ସଂକ୍ରାନ୍ତରେ ପୋଲିସ ଦୁଇ…

ଡକାୟତି ଘଟଣାରେ ୧୦ ଗିରଫ: କାର୍‌, ବାଇକ ସହ ଜବତ ହେଲା…

ବଲାଙ୍ଗୀର, ୧୨।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୂଡାପାଲିସ୍ଥିତ ଏକ ଅଳଙ୍କାର ଦୋକାନରୁ ଲୁଟ୍‌ ଏବଂ ଡକାୟତି ଘଟଣାରେ ବଲାଙ୍ଗୀର ପୋଲିସ ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri