ଅଜଣା ରୋଗୀଙ୍କ ପାଇଁ ବିଗୁଡୁଛି ପରିମଳ ବ୍ୟବସ୍ଥା: ସର୍ଜରି ଓ୍ବାର୍ଡରେ ବଢ଼ୁଛି ସଂକ୍ରମଣ ଭୟ

ଅନୁଗୋଳ ଅଫିସ, ୨୭।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବଢ଼ୁଛି ରୋଗୀଙ୍କ ସଂଖ୍ୟା। ଦୈନିକ ଶତାଧିକ ରୋଗୀ ବିଭିନ୍ନ ବିଭାଗକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଅନେକ ଅଜଣା ରୋଗୀଙ୍କୁ ବି ସାମାଜିକ କର୍ମୀମାନେ ଆଣି ଓ୍ବାର୍ଡରେ ଭର୍ତ୍ତି କରୁଛନ୍ତି। ହେଲେ ସେମାନଙ୍କ ଆବଶ୍ୟକ ଯତ୍ନ ନିଆଯାଉ ନ ଥିବାରୁ ଓ୍ବାର୍ଡଗୁଡ଼ିକର ପରିମଳ ବ୍ୟବସ୍ଥା ବିଗିଡ଼ିଯାଉଛି। ଗତ ୫ଦିନ ହେଲା ସର୍ଜରି ଓ୍ବାର୍ଡ ବାରଣ୍ଡାରେ ଚିକିତ୍ସିତ ହେଉଥିବା ଜଣେ ଅଜଣା ମହିଳା ରୋଗୀଙ୍କୁ ନେଇ ଏପରି ଅବସ୍ଥା ସୃଷ୍ଟି ହୋଇଥିବାରୁ ସେଠାରେ ସଂକ୍ରମଣ ଭୟ ଦେଖାଦେଇଥିବା କେତେଜଣ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଅଜଣା, ଅସହାୟ ରୋଗୀଙ୍କ ସହାୟତା ପାଇଁ ହେଲ୍ପ ଡେସ୍କ ରହିଛି। ସେଥିରେ ୮ରୁ ୧୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେହିପରି ପରିମଳ ବ୍ୟବସ୍ଥା ପାଇଁ ସଫେଇ କର୍ମଚାରୀ ବି ରହିଛନ୍ତି। ତଥାପି ଏପରି ରୋଗୀମାନଙ୍କ ସେବା ଯତ୍ନ ନିଆଯାଇପାରୁ ନ ଥିବା ଅନେକ ସମୟରେ ଦେଖାଯାଉଛି। ୫ ଦିନ ତଳେ ସାମାଜିକ କର୍ମୀମାନେ ଆଣିଥିବା ଜଣେ ଅଜଣା ମହିଳା ରୋଗୀଙ୍କୁ ସର୍ଜରି ଓ୍ବାର୍ଡ ବାରଣ୍ଡାରେ ରଖାଯାଇଛି। ତାଙ୍କର ଚିକିତ୍ସା ଚାଲିଛି। ହେଲେ ହେଲ୍ପ ଡେସ୍କ କର୍ମଚାରୀ ତାଙ୍କର ଉପଯୁକ୍ତ ସେବା କରୁ ନ ଥିବା ବେଳେ ସଫେଇ କର୍ମଚାରୀ ମଧ୍ୟ ତାଙ୍କ କାର୍ଯ୍ୟ ଠିକ୍‌ରେ କରୁନାହାନ୍ତି। ଫଳରେ ବାରଣ୍ଡାରେ ପଡ଼ିରହିଥିବା ମହିଳା ରୋଗୀ ଜଣକ ସେହି ସ୍ଥାନରେ ମଳ ମୂତ୍ର ତ୍ୟାଗ କରୁଥିବାରୁ ଓ୍ବାର୍ଡରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଓ୍ବାର୍ଡ ମଧ୍ୟରେ କେତେଜଣ ଅସ୍ତ୍ରୋପଚାର ରୋଗୀଙ୍କ ଚିକିତ୍ସା ଚାଲିଥିବାରୁ ସେମାନଙ୍କ କ୍ଷେତ୍ରରେ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ନେଇ ସେମାନଙ୍କ ସମ୍ପର୍କୀୟ ଚିନ୍ତିତ ହୋଇପଡ଼ିଛନ୍ତି। ଘଟଣା ସମ୍ପର୍କରେ ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ୱରେ ଥିବା ଏଡିଏମ୍‌ଓ ପ୍ରତାପ କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ତୁରନ୍ତ ପଦକ୍ଷେପ ନେଇଥିଲେ। ତାଙ୍କ ନିର୍ଦ୍ଦେଶ ପରେ ସର୍ଜରି ୱାର୍ଡ ବାରଣ୍ଡା ସଫେଇ ସହ ସମ୍ପୃକ୍ତା ଅଜଣା ମହିଳା ରୋଗୀଙ୍କୁ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା।
ଏ ସମ୍ପର୍କରେ ଏଡିଏମ୍‌ଓ ବେହେରା କହିଛନ୍ତି, କେତେଜଣ ସାମାଜିକ କର୍ମୀ ଅଜଣା ରୋଗୀମାନଙ୍କୁ ଆଣି ଏଠାରେ ଛାଡ଼ିଦେଇ ଚାଲିଯାଉଛନ୍ତି। ସେମାନେ ମଝିରେ ମଝିରେ ଆସି ଦେଖାଶୁଣା କରିବା କଥା। କିନ୍ତୁ ଥରଟିଏ ବି ଆସୁନାହାନ୍ତି। ହେଲ୍ପ ଡେସ୍କରେ ୮ରୁ ୧୦ ଜଣ ଥିବାବେଳେ ସଫେଇ କର୍ମଚାରୀଙ୍କ ଘରୋଇ କରଣ କରାଯାଇଛି। ସେମାନଙ୍କୁ ବିଭିନ୍ନ ଓ୍ବାର୍ଡରେ ନିୟୋଜିତ କରାଯାଇଛି। ରୋଗୀ ସଂଖ୍ୟା ତୁଳନାରେ କର୍ମଚାରୀ ସଂଖ୍ୟା କମ୍‌ ରହୁଥିବାରୁ ସେମାନେ ଅଜଣା ରୋଗୀଙ୍କୁ ସବୁବେଳେ ସମୟ ଦେବା ସମ୍ଭବ ହୋଇପାରୁ ନାହିଁ। ତେଣୁ ସାମାଜିକ କର୍ମୀମାନେ ମେଡିକାଲକୁ ଆଣୁଥିବା ଅଜଣା ରୋଗୀଙ୍କ ଯତ୍ନ ନେଇପାରିଲେ ଏପରି ଅବସ୍ଥା ସୃଷ୍ଟି ହୁଅନ୍ତା ନାହିଁ ବୋଲି ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri