ଅଜଣା ଗାଡ଼ିଧକ୍କାରେ ଜଣେ ମୃତ

ବଡ଼ବିଲ,୨।୧୦(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ନାଲଦାସ୍ଥିତ ୧୦ନଂ. ରାଜ୍ୟ ରାଜପଥର ପେଟ୍ରୋଲ ପମ୍ପ ନିକଟରେ ବୁଧବାର ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ମାଟକାମବେଡ଼ା ଅଞ୍ଚଳର ପପୁ ସିଂହ ବୋଲି ଜଣାପଡ଼ିଛି। ଅପରାହ୍ନରେ ନୋ ଏଣ୍ଟ୍ରି ଖୋଲିବା ପରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ଶିକାର ବ୍ୟକ୍ତି ଜଣକ ରାସ୍ତା ପାର୍ଶ୍ୱରେ ଚାଲିଚାଲି ଯାଉଥିବା ସମୟରେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।